September 21, 2024
Share

*╭───────────────────╮*

*🌄ସକାଳର ଖବର, ୦୨-ଜୁନ-୨୦୨୩, ଶୁକ୍ରବାର*

*╰───────────────────╯*

•┈┈┈┈┈┈┈┈┈┈┈┈┈┈┈┈┈┈┈┈•

➡️୧-ରୁକ୍ମିଣୀଙ୍କୁ ବିବାହ ପରେ ପବିତ୍ର ଚମ୍ପକ ଦ୍ବାଦଶୀରେ ଗୁଆଲି ଯାତ୍ରାରେ ଶ୍ରୀମଦନ ମୋହନ ଓ ଶ୍ରୀଦେବୀ ପାଲିଙ୍କିରେ ନଗର ପରିକ୍ରମା କଲେ ମହାପ୍ରଭୁ। ବରକନ୍ୟାଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠିତ ହେଲା ପଞ୍ଚଗ୍ରାସୀ ଭୋଗ ଓ ବନ୍ଦାପନା l

 

➡️ ୨-ଆଜି ପୂର୍ବାହ୍ନ ୧୧ଟାରେ ପ୍ରକାଶ ପାଇବ OJEE ରେଜଲ୍ଟ । ଛାତ୍ରଛାତ୍ରୀମାନେ OJEE ୱେବସାଇଟ ଜରିଆରେ ରେଜଲ୍ଟ ଦେଖିହେବ ।

 

➡️୩-ବିଶ୍ବ ପାଣିପାଗ ସଂଗଠନର ୩ୟ ଉପ-ସଭାପତି ହେଲେ ଡ.ମୃତ୍ୟୁଞ୍ଜୟ ମହାପାତ୍ର l ସେ ୧୪୮ଟି ଭୋଟରୁ ୧୧୩ଟି ଭୋଟ ପାଇ ହେଲେ ନିର୍ବାଚିତ l

 

➡️୪-ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ କାଳବୈଶାଖୀ ବର୍ଷା । ଏ ନେଇ ପୂର୍ବାନୁମାନ କଲା ଆଞ୍ଚଳିକ ପାଣିପାଗ ବିଭାଗ l

 

➡️୫-୮୩ ଟଙ୍କା କମିଲା ବ୍ୟବସାୟିକ ଏଲପିଜି ସିଲିଣ୍ଡର ମୂଲ୍ୟ l ଏହି ହ୍ରାସ କେବଳ ୧୯ କେଜି ବ୍ୟବସାୟିକ ସିଲିଣ୍ଡରରେ ହୋଇଛି l

 

➡️୬-ରଜରେ ଓଡିଶା ଛୁଇଁବ ମୌସୁମୀ, ପ୍ରଥମେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ମୌସୁମୀ ଛୁଇଁବ। ପରେ ଦକ୍ଷିଣ-ଉତ୍ତର ଓଡ଼ିଶାକୁ ଆଗମନ ହେବ। ଏହାପରେ ଉପକୂଳ ମୁହାଁ ହେବ l

 

➡️୭-ଦେଶର ସମସ୍ତ ଏମ୍ସ ମଧ୍ୟରେ ଏମ୍ସ ନାଗପୁର ଏନଏବିଏଚ ମାନ୍ୟତା ପାଇବାରେ ପ୍ରଥମ ହୋଇଥିବାରୁ ଟିମକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l

 

➡️୮-ସବୁଠୁ ମୂଲ୍ୟବାନ ୫ ଭାରତୀୟ ବ୍ରାଣ୍ଡ ମଧ୍ୟରେ ସ୍ଥାନ ପାଇଲା ରିଲାଏନ୍ସର ୨ଟି ବ୍ରାଣ୍ଡ l ତାଲିକାରେ ଜିଓ ପ୍ରଥମ ଥର ସାମିଲ ହେବା ସହ ପଞ୍ଚମ ସ୍ଥାନ କଲା ହାସଲ l

 

➡️୯-୪ଦିନିଆ ଭାରତ ଗସ୍ତରେ ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପକମଲ ଦହଲ ‘ପ୍ରଚଣ୍ଡ’, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଲେ ସାକ୍ଷାତ l

 

➡️୧୦-ଚାନ୍ଦିପୁର ଡିଆର୍‌ଡିଓର ଧାମରା ସ୍ଥିତ ଏପିଜେ ଅବଦୁଲ କଲାମ ଦ୍ୱୀପ(୪ନମ୍ବର ଲଞ୍ଚପ୍ୟାଡ୍‌)ରୁ ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ ମିସାଇଲ ଅଗ୍ନି-୧ର ହେଲା ସଫଳ ପରୀକ୍ଷଣ l

 

➡️୧୧-ଓଡିଶା ପୋଲିସ ଗୃହ ନିର୍ମାଣ ନିଗମ ପୂର୍ବତନ ଡେପୁଟୀ ମ୍ୟାନେଜର ପ୍ରତାପ ସାମଲଙ୍କ ୧୧ କୋଟି ୩୫ ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଆଟାଚ୍ କଲା ଇଡି l

 

➡️୧୨-ମଣିପୁରରେ ଉପଦ୍ରବକାରୀଙ୍କୁ ଅମିତ ଶାହ ଦେଲେ ଚରମ ଚେତାବନୀ, ହତିଆର ରଖିଥିଲେ ଫେରାଅ, ଆଜିଠୁ ଆରମ୍ଭ ହେବ ସର୍ଚ୍ଚ ଅପରେସନ l

 

➡️୧୩-ଉଚ୍ଚଶିକ୍ଷାର ଗୁଣବତ୍ତା ସୁଦୃଢ଼ କରିବା ଏବଂ ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ହେଲେ ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର କ୍ଷୀତି ଭୂଷଣ ଦାସ l

 

➡️୧୪-୨୦୨୪ ସୁଦ୍ଧା କର୍ଣ୍ଣାଟକରେ ଆଇଫୋନ୍‌ ତିଆରି ଆରମ୍ଭ କରିବ ଫକ୍ସକନ; ଜୁଲାଇ ସୁଦ୍ଧା ସରିବ ଜମି ହସ୍ତାନ୍ତର ପ୍ରକ୍ରିୟା l

 

➡️୧୫-ପାକିସ୍ତାନ ଜେଲ୍ରୁ ମୁୁକୁଳିବେ ୨୦୦ ଭାରତୀୟ ମତ୍ସ୍ୟଜୀବୀ, ୱାଘା ବର୍ଡରରେ ଚାଲିଛି ହସ୍ତାନ୍ତରଣ ପ୍ରକ୍ରିୟା ।

 

➡️୧୬-ଆଫ୍ରିକୀୟ ଦେଶ ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର l ବ୍ରିକ୍ସ ସମ୍ମିଳନୀ ପୂର୍ବରୁ ସାଉଥ ଆଫ୍ରିକାରରେ ରୁଷିଆ ବୈଦେଶିକ ମନ୍ତ୍ରୀ ସର୍ଗୋଇ ଲାଭାରୋଭଙ୍କୁ କଲେ ସାକ୍ଷାତ୍‌ l ହେଲା ଦ୍ୱିପାକ୍ଷିକ ହିତ ଉପରେ ଚର୍ଚ୍ଚା l

 

➡️୧୭-ଏପ୍ରିଲ୍‌ ତୁଳନାରେ ମେ’ରେ ଭାରତ ରୁଷ୍‌ ଠାରୁ ଆହୁରି ୧୫% ଅଧିକ ତେଲ କିଣିଲା ଭାରତ l

 

➡️୧୮-ଆଇସିସି ୱାଲର୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇଲାନ ଜୁନ ୭ରୁ ଲଣ୍ଡନର ଦ ଓଭାଲରେ ଖେଳାଯିବ । ଟେଷ୍ଟ ରାଙ୍କିଂରେ ନମ୍ୱର ୱାନ୍ ଥିବା ଟିମ୍ ଇଣ୍ଡିଆ ଭେଟିବ ଦ୍ୱିତୀୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆକୁ ।

 

➡️୧୯-ଲଞ୍ଚ୍ ହେଲା ଟିମ୍‌ ଇଣ୍ଡିଆର ନୂଆ ଜର୍ସି, କ୍ରିକେଟ୍‌ର ୩ ଫର୍ମାଟ୍ ପାଇଁ ଅଲଗା ଅଲଗା ଭାବେ ହୋଇଛି ତିଆରି l

 

➡️୨୦-ଭାରତୀୟ ହକି ଟିମ୍ ଦକ୍ଷିଣ କୋରିଆକୁ ୯-୧ରେ ହରାଇ ପୁରୁଷ କନିଷ୍ଠ ଏସିଆ କପ୍ ଫାଇନାଲ୍ ରେ କଲା ପ୍ରବେଶ l

 

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*

 

*🔅ଆଜି ଶିବ ଚତୁର୍ଦଶୀ ଉପବାସ ଓ ବେଢା ପରିକ୍ରମା ll*

*🔅ଆଜି ଜାତୀୟ ଦାନ ଦିବସ ll*

*🔅ଆଜି ଜାତୀୟ ବନ୍ଧୁକ ହିଂସା ସଚେତନତା ଦିବସ ll*

*🔅ଆଜି ଆନ୍ତର୍ଜାତୀୟ ଯୌନ କର୍ମୀ ଦିବସ ll*

 

*ବି. ଦ୍ର : ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଟାଣ ଖରାରେ ବାହାରକୁ ବହାରନ୍ତୁ ନାହିଁ । ସାଙ୍ଗରେ ଛତା, ଗାମୁଛା ଏବଂ ପାଣି ବୋତଲ ଧରି ଯାଆନ୍ତୁ । ସଜାଗ ହୁଅନ୍ତୁ ଅଂଶୁଘାତ ରୁ ରକ୍ଷା ପାଆନ୍ତୁ ।।*

 

*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*

*ll ଶୁଭ ସକାଳ,ସୁପ୍ରଭାତ ll*