ଜୁଯୋମୁରା ପଞ୍ଚାୟତ ସମିତି ବୈଠକ:ବିଜୁଳି କାଟକୁ ନେଇ ଉଠିଲା ଝଡ଼, ଅଧ୍ୟକ୍ଷାଙ୍କ ନିଷ୍କ୍ରିୟତା ବିକାଶର ବାଧକ 

IMG-20250502-WA0054
Share

 

ବ୍ଲକ ପୁନଃ ଗଠନ ନେଇ ପୂର୍ବ ବୈଠକର ରିପୋର୍ଟ ମାଗିଲେ ସାଂସଦ ପ୍ରତିନିଧି

 

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗ): ଯୁଜଯୋମୁରା ପଞ୍ଚାୟତ ସମିତି ବୈଠକରେ ବାରମ୍ବାର ବିଜୁଳି କାଟକୁ ନେଇ ଉଠିଛି ବଡ଼ ଝଡ଼। ସରକାରଙ୍କ ଦୋମୁହାଁ ନୀତିକୁ ଆଜି ଆଜି ଜନ ପ୍ରତିନିଧି ଖୋଲା ବିରୋଧ କରି ଟିପିଡ଼ବ୍ଲୁଡିଏଲ ଉପରେ ବର୍ଷିଥିଲେ। ଏହାର ଉତ୍ତରରେ ଉପସ୍ଥିତ ଅଧିକାରୀ ଜୁଯୋମୁରା ବ୍ଲକରେ ଆଉ ବିଜୁଳି କାଟ ହେବ ନାହିଁ ବୋଲି ପ୍ରତିଶୃତି ଦେଇଥିଲେ। ଏପରିକି ପଞ୍ଚାୟତ ସମିତି ଅଧ୍ୟାକ୍ଷା ଙ୍କ ନିଷ୍କ୍ରିୟତା ଓ ସମିତିରେ ଅନୁପସ୍ଥିତ କାରଣରୁ ବିକାଶ ଦିଗହଜା ହେବାସହ ବିକାଶ ଅର୍ଥ ବାଟ ମାରଣା ହୋଇ ପଞ୍ଚାୟତ ସମିତି ନିଜର ପାରଦର୍ଶିତାକୁ ବହୁ ନିମ୍ନରେ ପକାଇଛି ବୋଲି ଅଭିଯୋଗ ଉଠିଥିଲା। ଏପରିକି ପଞ୍ଚାୟତ ସମିତିର ଅଧିକାରୀ ମାନଙ୍କ ଅନୁପସ୍ଥିତରେ ଏହା ସମିତି ବୈଠକ ସମ୍ଭବ କି ବୋଲି ପ୍ରଶ୍ନ ଉଠିଥିଲା। ବ୍ଲକର ଆସିଷ୍ଟାଣ୍ଡ ଇଞ୍ଜିନିଅରଙ୍କ ଅନୁପସ୍ଥିତରେ ବୈଠକ ହୋଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଜୁଯୋମୁରା ବ୍ଲକର ଅସଲ ଏଇ କିଏ ଓ ସେ କେଉଁଠି କାମ କରୁଛନ୍ତି ବୋଲି ପ୍ରଶ୍ନ ଉଠିଛି। ଅନ୍ୟ ପକ୍ଷରେ ଗତ ସମିତି ବୈଠକରେ ହୋଇଥିବା ପ୍ରସ୍ତାବ ଗୁଡିକର ଅଗ୍ରଗତିରେ କିଛିବି ହୋଇନଥିବାରୁ ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଙ୍କ ଠାରୁ ବହୁ ଜନ ପ୍ରତିନିଧି ଅସନ୍ତୋଷ ପ୍ରକାଶ କରି ବୈଠକ ନିଷ୍ପତ୍ତି ସବୁକୁ କାର୍ଯ୍ୟକାରୀ କରାଇବା ଦିଗରେ ବିଡ଼ିଓଙ୍କୁ ତାଗିଦ କରିଥିଲେ।

 

ସବୁଠୁ ବଡ଼ ପ୍ରଶ୍ନ ଉଠିଥିଲା, ବ୍ଲକ ନିଜର ଦକ୍ଷତା ପ୍ରତିବାଦନ କରିବାରେ ବିଫଳ ହୋଇଛି। ବ୍ଲକ ପୁନଃ ଗଠନଙ୍କୁ ନେଇ ପୂର୍ବ ବୈଠକ ଗୁଡିକରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ଜିଲ୍ଲାପାଳ ଙ୍କୁ ଲିଖିତ ଭାବରେ ସମସ୍ତ ବିବରଣୀ ସହ ଜଣାଇବାକୁ ସାଂସଦ ପ୍ରତିନିଧି ପ୍ରମୋଦ କୁମାର ମିଶ୍ର ବୈଠକରେ ଅନୁରୋଧ କରିବା ସହିତ ବ୍ଲକ ସ୍ତରରେ ଷ୍ଟାଣ୍ଡିଙ୍ଗ କମିଟି ଗଠନ ହୋଇଛିକି ଓ ଏହାର କାର୍ଯ୍ୟକାରିତା ଉପରେ ଜାଣିବାକୁ ଚାହିଁ ବ୍ଲକ ଭିତରେ ବିକାଶର ସ୍ୱଚ୍ଛତା ଆଣିବାକୁ ଷ୍ଟାଣ୍ଡିଙ୍ଗ କମିଟିର ସକ୍ରିୟତା ଉପରେ ଗୁରୁତ୍ୱ ଦେଇଥିଲେ। ବ୍ଲକ ଅଧ୍ୟାକ୍ଷା ମମତା ନାଏକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଡ଼ିଓ ରାଜେଶ ଏକ୍କା ଙ୍କ ସହିତ ବିଭିନ୍ନ ଅଧିକାରୀ ଓ ୧୮ ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ /ସଭ୍ୟା ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

You may have missed