April 25, 2026

ସୂଚନା ଓ ଲୋକସମ୍ପର୍କ ବିଭାଗ ଦକ୍ଷିଣାଞ୍ଚଳ ଉପ-ନିର୍ଦ୍ଦେଶକଙ୍କ ଦିନିକିଆ ଗଜପତି ଜିଲ୍ଲା ଗସ୍ତ

lko
Share

 


ପାରଳାଖେମୁଣ୍ଡି:

ସୂଚନା ଓ ଲୋକସମ୍ପର୍କ ବିଭାଗ (ଦକ୍ଷିଣାଞ୍ଚଳ) ଉପ-ନିର୍ଦ୍ଦେଶକ ଶ୍ରୀ ଲଲାଟେନ୍ଧୁ ମହାପାତ୍ର ଆଜି ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଏବଂ ସୂଚନା କେନ୍ଦ୍ର ତଥା ପାଠାଗାର ନିରୀକ୍ଷଣ କରିଥିଲେ। କାର୍ଯ୍ୟାଳୟରେ ଥିବା ସମସ୍ତ କାର୍ଯ୍ୟ ପ୍ରକ୍ରିୟା ବିଷୟରେ ପଚାରି ବୁଝିବା ସହିତ କର୍ମଚାରୀ ମାନଙ୍କ ସହ ଆଗାମୀ କାର୍ଯ୍ୟ ପ୍ରଣାଳୀକୁ ତ୍ୱରାନ୍ୱିତ କରିବାପାଇଁ ଏକ ବୈଠକ ମାଧ୍ୟମରେ ସୂଚନା ଦେଇଥିଲେ। ନିର୍ବାଚନର ଏମସିଏମସି ବିଷୟ ବସ୍ତୁକୁ ମଧ୍ଯ ଆଲୋଚନା କରିଥିଲେ ଓ ଗସ୍ତର ପରବର୍ତ୍ତୀ କ୍ଷେତ୍ରରେ,ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନା ଶୈଳୀକୁ ବେଶ୍ ପ୍ରଶଂସା କରିଥିଲେ । କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ଚାଲିଥିବା ଅବଗତ ହୋଇ ଶ୍ରୀ ମହାପାତ୍ର ସନ୍ତୋଷ ପ୍ରକାଶ କରିଥିଲେ ଏବଂ ଆହୁରି ଉନ୍ନତ ପ୍ରଣାଳୀରେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ନିରୀକ୍ଷଣ କାର୍ଯ୍ୟ ସମୟରେ ବରିଷ୍ଠ କର୍ମଚାରୀ ନରସିଂହ ବଜବନ୍ଧୁ,ଓ ସମେତ କର୍ମଚାରୀ ପ୍ରଦୀପ କୁମାର ରଥ ସହିତ ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।