March 8, 2026

କେନ୍ଦ୍ରୀୟ ମନ୍ତ୍ରୀ ସାନ୍ତୁନୁ ଠାକୁର ଙ୍କ ଦିନିକିଆ ରାଇଘର ଗସ୍ତ…….

fuy
Share

ରାଇଘର:-ଆଜି ନବରଙ୍ଗପୁର ଜିଲ୍ଲା ରାଇଘର ମିନି ଷ୍ଟାଡିଅମ ଠାରେ କେନ୍ଦ୍ର ସରକାର ଙ୍କ ବନ୍ଦର ଜାହାଜ ପରିଚାଳନା ବିଭାଗ ମନ୍ତ୍ରୀ ସାନ୍ତୁନୁ ଠାକୁର ହେଲିକେପ୍ଟର ଯୋଗେ ପହଞ୍ଚିଥିଲେ!ସେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଏବଂ ଉମରକୋଟ ନିର୍ବାଚନ ମଣ୍ଡଳୀ, ଝରୀଗାଁ ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ନିତ୍ୟାନନ୍ଦ ଗଣ୍ଡ, ନରସିଂହ ଭତରା ଏବଂ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଙ୍କୁ ପଦ୍ମ ଫୁଲ ରେ ଭୋଟ ଦେଇ ଜୟଯୁକ୍ତ କରେଇବା ଓ ଓଡ଼ିଶାରେ ଡବଲ ଇଂଜିନ ର ସରକାର ଗଠନ କରିବା କୁ ଅନୁରୋଧ କରିଥିଲେ!ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି କେନ୍ଦ୍ରୀୟ ମନ୍ତ୍ରୀ ସାନ୍ତୁନୁ ଠାକୁର ଯୋଗଦେଇଥିବା ବେଳେ ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀ, ବିଧାୟକ ପ୍ରାର୍ଥୀ ନିତ୍ୟାନନ୍ଦ ଗଣ୍ଡ, ରମେଶ ସାହୁ,ରାବଣା ରାଓ, ପ୍ରମୁଖ ଉପସ୍ଥିତ ଥିଲେ!ସୁରେଶ ଆଚାର୍ଯ୍ୟ ମଞ୍ଚ ପରିଚାଳନା କରିଥିଲେ!(ଏମ.ଦିନା°ଶୁ ଆଚାରୀ)