April 3, 2025
Share

ବୁଗୁଡ଼ା : ତା ୦୨/୦୫/୨୪ : ବୁଗୁଡା ବ୍ଲକ ବି.କରଡ଼ାବାଡ଼ି ପଞ୍ଚାୟତ ଅନ୍ତର୍ଗତ ଟଭାପଲ୍ଲୀ ଗ୍ରାମର ଦୁଇ ଜଣ ବାଳକ ବଜ୍ରପାତରେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି । ଆହତମାନେ ହେଲେ କେଟି ନାୟକ (୭)ଓ ଭୋଳା ନାୟକ(୧୩) । ପ୍ରକାଶ ଯେ , ବୁଧବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ଝଡବର୍ଷା ସାଙ୍ଗକୁ ବଜ୍ରପାତ ଘଟିଥିଲା । ଏଥିରେ କେଟି ଓ ଭୋଳା ନିଜ ନିଜର ଘରେ ରହିଥିଲେ ହେଁ ବଜ୍ରପାତର ପ୍ରଭାବରେ ଅଚେତ ହୋଇପଡିଥିଲେ । ସେ ଦୁହିଁଙ୍କୁ ସଙ୍ଗେ ସଙ୍ଗେ ବୁଗୁଡା ମେଡିକାଲକୁ ଅଣାଯାଇଥିଲା । ପ୍ରାଥମିକ ଉପଚାର ପରେ ସେମାନଙ୍କ ଚେତା ଫେରିଥିଲା ଏବଂ ସେମାନେ ଏବେ ସୁସ୍ଥ ଥିବା ଜଣାଯାଇଛି ।