June 16, 2026

ବୁଗୁଡ଼ା ବ୍ଲକରେ ବିଜେଡିର ନିର୍ବାଚନୀ ପ୍ରଚାର ଆରମ୍ଭ

par
Share


ବୁଗୁଡା : ତା ୦୨/୦୫/୨୪ : ସାଧାରଣ ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ଆସନ୍ତା ମେ ୨୦ ତାରିଖ ଦିନ ଭୋଟ ଗ୍ରହଣ ହେବାକୁ ଥିବାବେଳେ ଗତ ଅପ୍ରେଲ ୩୦ ତାରିଖରେ ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପ୍ରାର୍ଥୀ ଶ୍ରୀକାନ୍ତ ସାହୁ ନାମାଙ୍କନ ପତ୍ର ଦାଖଲ କରିବା ପରେ ଆଜି ବିଜୁ ଜନତା ଦଳ ପକ୍ଷରୁ ବୁଗୁଡା ବ୍ଲକର ଗ୍ରାମାଞ୍ଚଳରେ ନିର୍ବାଚନୀ ପ୍ରଚାରର ଶୁଭାରମ୍ଭ ହୋଇଯାଇଛି । ଅନ୍ତରପଡା ଗ୍ରାମସ୍ଥ ସାଙ୍କୁଳାଈ ମନ୍ଦିର ପୀଠରେ ମା’ଙ୍କ ପୂଜାର୍ଚ୍ଚନା ପୂର୍ବକ ପ୍ରଚାର କାର୍ଯ୍ୟର ଶୁଭାରମ୍ଭ ହୋଇଥିଲା। ପ୍ରଥମ ଦିନର ଏହି ପ୍ରଚାର କାଳରେ ମାଣିବନ୍ଧ , ବକ୍ସିପଲ୍ଲୀ , ମାଣିକପୁର , ଏକଡାଳ , ଖରିଡା , ଝୋଲରୀ , ଅନ୍ତରପଡା , ରାମଗଡ , ବିଷ୍ଣୁଚକ୍ର , ପୋଚାଲୁଣ୍ଡି , ବଣପଲ୍ଲୀ , ଏ.କରଡାବାଡି , ସୋରଡ ଆଦି ଗ୍ରାମ ଭ୍ରମଣ କରି ବିଧାୟକ ପ୍ରାର୍ଥୀ ଶ୍ରୀକାନ୍ତ ସାହୁ ଭୋଟ ଭିକ୍ଷା ପୂର୍ବକ ବିପୁଳ ଭୋଟରେ ବିଜୟୀ କରିବାକୁ ନିବେଦନ କରିଥିଲେ । ଉକ୍ତ ପ୍ରଚାର କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଓ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ , ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା ଓ ମହିଳା ସଭାନେତ୍ରୀ ଜ୍ଯୋତ୍ସ୍ନାମୟୀ ଗୌଡ , ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଜେନା , ବୁଗୁଡ଼ା ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ ଓ ଗଞ୍ଜାମ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ ପ୍ରମୁଖଙ୍କ ସମେତ ଶହ ଶହ ଦଳୀୟ କର୍ମୀ ଓ କର୍ମକର୍ତ୍ତା ସାମିଲ ଥିଲେ ।

You may have missed