March 11, 2026

ଗୁଣୁପୁର ପୌରାଞ୍ଚଳର ଶତାଧିକ ଯୁବକ ବିଜେଡ଼ିରେ ଯୋଗଦେଲେ …

somon
Share

 

ଗୁଣପୁର ୨/୫ ରାୟଗଡା ଜିଲ୍ଲା ଗୁଣୁପୁର ବିଜେଡ଼ି କାର୍ଯ୍ୟଳୟରେ ପରିସରରେ ବିଜେଡ଼ିର ଏକ ବଡ଼ ମିଶ୍ରଣ ପର୍ବ ଅନୁଷ୍ଟିତ ହୋଇଯାଇଛି । ଗୁଣୁପୁର ମ୍ୟୁନିସିପାଲଟି ର ୱାର୍ଡ ନ ୧୨;୧୩; ୧୪ ଓ ୧୫ ନ ୱାର୍ଡ ରୁ ଶତାଧିକ ଯୁବ କର୍ମୀ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଉପସ୍ଥିତିରେ ଗୁଣୁପୁର ପୌର ପରିଷଦ ଅଂଚଳର ଦେଢ଼ଶହ ଯୁବକ ଆନୁଷ୍ଟାନିକ ଭାବେ ବିଜେଡ଼ି ରେ ସାମିଲ ହୋଇଛନ୍ତି । ନୂତନ ଭାବେ ଦଳରେ ଯୋଗ ଦେଇଥିବା ସମସ୍ତ କର୍ମୀଙ୍କୁ ଉତରୀୟ ପ୍ରଦାନ କରି ଦଳ ତରଫରୁ ସ୍ବାଗତ କରାଯାଇଥିଲା । ନୂତନ ଭାବରେ ଦଳରେ ଯୋଗଦେଇଥିବା କର୍ମୀମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଗୁଣପୁର ଅଞ୍ଚଳର ସର୍ବାଙ୍ଗୀନ ବିକାଶ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନେତୃତ୍ବାଧୀନ ବିଜୁ ଜନତା ଦଳ ଦ୍ବାରା ସମ୍ଭବ ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ । ଏହି ମିଶ୍ରଣ ପର୍ବପରେ ଗୁଣୁପୁର ପୌର ପରିଷଦ ଅଂଚଳରେ ବିଜେଡ଼ି ଦଳ ଅଧିକ ଶକ୍ତିଶାଳୀ ହେବ ବୋଲି ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ସୁଧୀର କୁମାର ଦାଶ,ଜିଲ୍ଲା ବିଜେଡି ସଭାପତି ଏନ ଭାସ୍କର ରାଓ,ରାଜ୍ୟ ବିଜେଡି ଛାତ୍ର ଉପ ସଭାପତି ବିଷ୍ଣୁ ପ୍ରସାଦ ପଣ୍ଡା, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ପ୍ରମୁଖ ଆଶାବ୍ୟକ୍ତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଗୁଣୁପୁର ବିଜେଡି ନଗର ସଭାପତି ରାମ ପଣ୍ଡା, ରାଜ୍ୟ ବିଜୁ ଛାତ୍ର ସଭାପତି ବିଷ୍ଣୁ ପ୍ରସାଦ ପଣ୍ଡା, ବିଜୁ ଜନତା ଦଳର କାଉନସିଲର ଭାଗିରଥି ବିଷୋୟୀ, ଶିବ ପ୍ରସାଦ ପାଢ଼ୀ, ସୁଜିତ ଶତପଥୀ, ଏସ ବାବା ପ୍ରସାଦ , ସାନ୍ତୁ ପଟ୍ଟନାୟକ ଓ ଅନ୍ୟାନ୍ୟ ବରିଷ୍ଠ ବିଜୁ ପ୍ରେମୀ ଉପସ୍ଥିତ ଥିଲେ।(ସୁରେନ୍ଦ୍ର ମହାନ୍ତି )