April 26, 2026

ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦକ୍ଷିଣାଞ୍ଚଳ ଉପ ନିର୍ଦ୍ଦେଶକଙ୍କ ଗୁଣପୁର ଗସ୍ତ …

thu
Share

ଗୁଣପୁରତା:-୦୨-୦୫-୨୦୨୪ରିଖ ଦିନ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦକ୍ଷିଣାଞ୍ଚଳ ଉପ ନିର୍ଦ୍ଦେଶକ ଲଲାଟେନ୍ଦୁ ମହାପାତ୍ର ଗୁଣପୁର ଗସ୍ତରେ ଆସି ସୂଚନା କେନ୍ଦ୍ର ଓ ପାଠାଗାର ପରିଦର୍ଶନ କରିଥିଲେ । ଶ୍ରୀ ମହାପାତ୍ର ଦକ୍ଷିଣାଞ୍ଚଳ (ବ୍ରହ୍ମପୁର) ଠାରେଉପ ନିର୍ଦ୍ଦେଶକ ଭାବେ ଯୋଗଦାନ କରିବା ପରେ ଏହା ତାଙ୍କର ପ୍ରଥମ ଗସ୍ତ । ସୂଚନା କେନ୍ଦ୍ର ଓ ପାଠଗରରେ ମହଜୁଦ ଥିବା ବହି, କ୍ୟାସବୁକ ତନଖି କରିଥିଲେ, ସେହିପରି ପାଠାଗାର ପରିସରରେ ଆୟୋଜିତ ନିର୍ବାଚନୀ ପ୍ରଦର୍ଶନୀ କେନ୍ଦ୍ର ବୁଲି ଦେଖିଥିଲେ । ନିର୍ବାଚନୀ ସମ୍ବନ୍ଧୀୟ ସମସ୍ତ ସୂଚନା, ପୂର୍ବ ନିର୍ବାଚନ ଗୁଡିକର ଫୋଟ, ଇଭିଏମ, ଭିଭିପାଟ, ପୁରୁଣା ବେଲଟ ବକ୍ସ, ଲଣ୍ଠନ ଆଦି ପ୍ରଦର୍ଶନୀରେ ସ୍ଥାନ ପାଇଥିବା ଦେଖି ଖୁସି ବ୍ୟକ୍ତ କରିଥିଲେ । ଦସ୍ତଖତ ବୋର୍ଡ଼ରେ ଦସ୍ତଖତ କରିବା ସହ ସେଲଫି ନେଇଥିଲେ । ପୂର୍ବରୁ ଶ୍ରୀ ମହାପାତ୍ର ପ୍ରଦର୍ଶନୀ ଅଧିକାରୀ, ନିର୍ବାଚନ ବିଭାଗ ଲୋକ ସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟ କରିଥିବା ଯୋଗୁଁ ଆଜିର ପ୍ରଦର୍ଶନୀ ଦେଖି ଭୁୟସୀ ପ୍ରଶଂସା କରିଥିଲେ ।ଉପ ନିର୍ଦ୍ଦେଶକଙ୍କ ଗସ୍ତ ସମୟରେ ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା ଅନନ୍ତ ପାତ୍ର ଉପସ୍ଥିତ ଥିଲେ ।(ସୁରେନ୍ଦ୍ର ମହାନ୍ତି )