May 10, 2026

“ପ୍ରବେଶ ଉତ୍ସବ ଓ ଖଡିଛୁଆଁ” କାର୍ଯ୍ୟକ୍ରମ ସଚେତନତା ରଥର ଶୁଭାରମ୍ଭ 

IMG-20250402-WA0056
Share

ବୁଗୁଡା : ତା ୦୨/୦୪/୨୫: ଏପ୍ରିଲ୍ ୧ ଠାରୁ ୧୪ ତାରିଖ ଯାଏଁ ଓଡିଆ ପକ୍ଷ ପାଳନ ଅବସରରେ , ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ “ପ୍ରବେଶ ଉତ୍ସବ ଓ ଖଡିଛୁଆଁ” କାର୍ଯ୍ୟକ୍ରମ ସହ ପ୍ରତ୍ଯେକ ବିଦ୍ୟାଳୟରେ ଶିଶୁ ବାଟିକା ଆରମ୍ଭ କରାଯିବା ଯୋଜନା ପ୍ରକାରେ ଆଜି ସ୍ଥାନୀୟ ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟରୁ ଉକ୍ତ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଏକ ସଚେତନତା ରଥ ବାହାରି ବିଭିନ୍ନ କ୍ଲଷ୍ଟର ପରିକ୍ରମା କରିଥିବା ଜଣାଯାଇଛି। ଏହି ସଚେତନତା ରଥକୁ ତହସିଲଦାର ତାପସ ରାଉତ ଓ ବିଇଓ ଚିନ୍ମୟ ମହାପାତ୍ର ପତାକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲା ବେଳେ ଏଥିରେ ଏବିଇଓ ଅମିତା କୁମାରୀ ପାଢୀ ଓ ତପସ୍ବିନୀ ସାହୁ, ପ୍ରଧାନ ଶିକ୍ଷୟିତ୍ରୀ କୃଷ୍ଣପ୍ରିୟା ମହାରଣା, ସିଆରସିସି କିରଣ ବାଳା ତ୍ରିପାଠୀ ଓ ସୁନିତା ପାଣିଗ୍ରାହୀଙ୍କ ସମେତ ଅନେକ ସିଆରସିସି, ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ।

ଏହି ରଥ ସହ ବହୁ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀ ସଚେତନତା ଶୋଭାଯାତ୍ରାରେ ବାହାରି ନଗର ଭ୍ରମଣ କରିଥିଲେ । ଏହା ପରେ ସଚେତନତା ରଥ ବିଭିନ୍ନ କ୍ଲଷ୍ଟରରେ ପରିକ୍ରମା ପାଇଁ ଚାଲିଯାଇଥିଲା। ଏହି ସଚେତନତା ରଥ ଚାରି ଦିନଧରି ବୁଗୁଡା ଗୋଷ୍ଠୀ ଶିକ୍ଷାଧକାରୀଙ୍କ କାର୍ଯ୍ୟାଳୟ ଅଧୀନସ୍ଥ ଏଗାରଟି କ୍ଲଷ୍ଟର ପରିକ୍ରମା କରିବା ନେଇ ଜଣାଯାଇଛି।