March 10, 2026

ଅଷ୍ଟପ୍ରହର ନାମ ଯଜ୍ଞ ଉଦଜାପିତ

IMG-20230402-WA0010
Share

 

ବେଗୁନିଆ,୦୨/୦୪(ଉପାନ୍ତ ଓଡିଶା): ବେଗୁନିଆ ବ୍ଲକ୍ ଅନ୍ତର୍ଗତ ବାଘମାରୀ ଗ୍ରାମ ପଞ୍ଚାୟତ ର ବଡ଼ସାହି ଶ୍ରୀ ଶ୍ରୀ ଭାଗବତ ଦେବ ପବିତ୍ର ପିଷ୍ଠ ରେ ଅଷ୍ଟପ୍ରହର ନାମ ଯଜ୍ଞ ଉଦଜାପିତ ହୋଇ ଯାଇଛି ଶ୍ରୀ ଅସିତ ପତି ପଣ୍ଡାଙ୍କ ଆବାହନରେ ପ୍ରାୟ ୧୦୦୦ ଶ୍ରଧାଲୁ ଏହୀ କାର୍ଯ୍ୟକ୍ରମ ରେ ଯୋଗ ଦେଈ ଥିଲେ. ଶୁକ୍ରବାର ସନ୍ଧ୍ୟା ରେ କଳସ ଶୋଭାଯାତ୍ରା ପରେ ଅଧିବାସ କୀର୍ତନ, ସକାଳ ଆରତୀ,ଅଖଣ୍ଡ ନାମ କୀର୍ତନ, ମଲ୍ଲୀ ଆଳତୀ, ନଗର ପରିକ୍ରମା ପରେ ରବିବାର ଦିନ ମହୋତ୍ସବ ପରେ ନାମ କୀର୍ତନ ପୂର୍ଣ ହୋଇ ଥିଲା। ବୈଷ୍ଣବ ଦାଶ ବାବାଜୀ, କୁଳମଣି ସାମନ୍ତରାୟ, ପ୍ରସନ୍ନ କୁମାର୍ ପଣ୍ଡା ଓ ନୀଳମଣି ପଣ୍ଡାଙ୍କ ତତ୍ୱାବଧାନରେ ଉତ୍ସବ ସମ୍ପାଦିତ ହୋଇ ଥିଲା। ଅନୁଷ୍ଠାନ ତରଫରୁ କଳ୍ପତରୁ ପଣ୍ଡା ଧନ୍ୟବାଦ ଅର୍ପଣ କରୀ ଛନ୍ତି।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)