March 7, 2026

ସେମିଳିଗୁଡାରେ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣୀ ଶିବିର 

IMG-20260302-WA0046
Share

କୋରାପୁଟ,୨।୩() ସେମିଳିଗୁଡା ବ୍ଲକ କାର୍ଯ୍ୟାଳୟ ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି।କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଏବଂ କୋରାପୁଟ ଏସପି ରୋହିତ ବର୍ମା ଉପସ୍ଥିତ ରହି ସମୁଦାୟ ୬୦ ଗୋଟି ଅଭିଯୋଗ ଶୁଣାଣୀ କରିଥିଲେ। ସେଥି ମଧ୍ୟରୁ ବ୍ୟକ୍ତିଗତ ୨୦ ଏବଂ ଗୋଷ୍ଠୀଗତ ୪୦ ଟି ଅଭିଯୋଗ ଆସିଥିଲା ବୋଲି ଜିଲ୍ଲାପାଳ ଶ୍ରୀ ମହାଜନ କହିଛନ୍ତି।ଯେଉଁ ଯେଉଁ ଗ୍ରାମରେ ନଳକୂପ ଖରାପ ରହିଛି ସେଗୁଡିକୁ ତୁରନ୍ତ ମରାମତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ଖଣିଜ ପାଣ୍ଠି ଏବଂ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରୁ ରାସ୍ତା ନିର୍ମାଣ କରାଯିବ।ଯେଉଁଠି ମରାମତି ଦରକାର ଅଛି ସେଗୁଡିକ ମରାମତି କରିବାକୁ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର, କୋରାପୁଟ ବନଖଣ୍ଡ ଅଧିକାରୀ କେ ଭି ଭାସ୍କର ରାଓ,ବ୍ଲକ ଅଧ୍ୟକ୍ଷା ଲିଲି ଅଣ୍ଟାବିରିଆ, ଉପାଧ୍ୟକ୍ଷ ଶିବା ବାଙ୍ଗାରୀ,ଡାକ୍ତର ଶିବ ସାଇ ସ୍ବରୂପ, କୋରାପୁଟ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ସ୍ନେହପ୍ରଭା ମାଝୀ,ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ଲକ୍ଷ୍ମୀଧର ବେହେରାଙ୍କ ସହ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।ଏହାପରେ ଏକ ଋଣ ମେଳା ଆୟୋଜନ କରାଯାଇଥିଲା।ଏହି ଋଣ ମେଳାରେ ୧୫୧ ମହିଳା ଗୋଷ୍ଠୀ କୁ ୭ କୋଟି ୬୧ ଲକ୍ଷ ଟଙ୍କାର ଚେକ୍ ଜିଲ୍ଲାପାଳ ଶ୍ରୀ ମହାଜନ ପ୍ରଦାନ କରିଥିଲେ। ଏଥିରେ ଏଲବିଏମ ଦେବେନ୍ଦ୍ର କୁମାର ତ୍ରିପାଠୀ,ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଉପସ୍ଥିତ ଥିଲେ।