April 26, 2026

ଆମ ଗାଁ ସାହିତ୍ୟ ସଂସଦ ର ଷୋଡଶତମ ବାର୍ଷିକ ଉତ୍ସବ

IMG-20260302-WA0047
Share

 

ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।

 

ଜଗତସିଂହପୁର ଜିଲ୍ଲା, ରଘୁନାଥପୁର ବ୍ଲକ, ପୁରୁଣା ବସନ୍ତ ପଞ୍ଚାୟତ ଅଧିନ ଦେଉଳସାହି ବାଲାନ୍ସ ସ୍ଥିତ, ଆମ୍ରକୁଞ୍ଜ ଏକ ପଲ୍ଲୀ ପରିବେଶ ମଧ୍ୟରେ ଜିଲ୍ଲାର ଅଗ୍ରଣୀ ସୃଜନ, ସଚେତନ ଓ ସଂଗ୍ରାମ ର ସାହିତ୍ୟ ଅନୁଷ୍ଠାନ, ଆମ ଗାଁ ସାହିତ୍ୟ ସଂସଦର ଷୋଡଶତମ ବାର୍ଷିକ ଉତ୍ସବ ଗତ ରବିବାରଦିନ ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ସଂସଦ ର ସଭାପତି ତଥା ପାରାଦ୍ୱୀପବନ୍ଦର ପ୍ରଶାସନ ର ପ୍ରାକ୍ତନ ସଚିବ ପ୍ରଭାତ ନନ୍ଦ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହ ରେ ମୁଖ୍ୟଅତିଥି ଭାବେ ଇଷ୍ଟନ ମିଡ଼ିଆ ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ, କହିଲେଯେ ଗଣତାନ୍ତ୍ରିକ ବ୍ୟବସ୍ଥା କୁ ସୁଦୃଢକରିବା ସହିତ ସାମାଜିକ ସମତା କୁ ବଜାୟ ରଖିବା ସାହିତ୍ୟ ଅନୁଷ୍ଠାନ ମାନଙ୍କର ଦାୟିତ୍ୱ ଗୁରୁତ୍ୱପୂର୍ଣ୍ଣ l ସଂସଦର ପ୍ରତିଷ୍ଠାତା ସମ୍ପାଦକ ଅଲେଖ ଚନ୍ଦ୍ର ବେହେରା ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟବକ୍ତା ସ୍ତମ୍ଭକାର ଅଭିରାମ ବିଶ୍ୱାଳ, ଉପଦେଷ୍ଟା ସାରସ୍ୱତ ସାଧକ ବାବାଜୀ ଚରଣ ପଟ୍ଟନାୟକ, ସ୍ୱତନ୍ତ୍ର ଅତିଥି ଓ ସମ୍ମାନିତଅତିଥିଭାବେ ଗାଳ୍ପିକ ରବି ସ୍ୱାଇଁ ପ୍ରମୁଖ ଯୋଗଦେଇ, ସହରୀ ସଭ୍ୟତା ର ଅପସଂସ୍କୃତି ରୁ ଗାଁ ମାଆ, ମାଟି ଓ ମାତୃଭାଷା କୁ ଫେରିଆସିବାପାଇଁ, ଆମ ଗାଁ ସାହିତ୍ୟ ସଂସଦ ଏକ ଯୁଗାନ୍ତକାରୀ ଗୌରବ ଅର୍ଜ୍ଜନ କରିଛି ବୋଲି ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ l ଶରତ କୁମାର ପଣ୍ଡା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ l ଏହି ଅବସରରେ ବର୍ଷୀୟାନ ପାଲାଗାୟକ, ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଗାୟକଶେଖର ଜଗନ୍ନାଥ ବେହେରା (101 )ଙ୍କୁ ଗାଁ ପୁଅ ଓ ସଂସାର ର ସମ୍ପାଦିକା ଅନୁସୂୟା ନନ୍ଦ ଙ୍କୁ ଗାଁ ଝିଅ ସମ୍ମାନରେ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା l ଓଡ଼ିଆ ରେ ସର୍ବୋଚ୍ଚ ନମ୍ବର ରଖିଥିବା ଦଶଜଣ ଜିଲ୍ଲାସ୍ତରୀୟ ବିଦ୍ୟାର୍ଥୀ ଙ୍କୁ ମଧ୍ୟ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା l କାର୍ଯ୍ୟକାରୀ ସମ୍ପାଦକ ଶାନ୍ତନୁ କୁମାର ମିଶ୍ର ସଂଚାଳକ

ଥିବାବେଳେ କୈଳାଶ ମଲ୍ଲିକ ଧନ୍ୟବାଦ ଦେଇଥିଲେ l ତେବେ ଏହି ସମସ୍ତ କାର୍ଯ୍ୟକ୍ରମ କୁ ରାଜକିଶୋର ସାହୁ, ନରୋତ୍ତମ ଭୂୟାଁ, ସାମ୍ବାଦିକ ସରୋଜ ଦ୍ବିବେଦୀ ଶରତ ଚନ୍ଦ୍ର ପଣ୍ଡା, ସନ୍ତୋଷ କୁମାର ସାହୁ, ବନମାଳୀ ମହାରଣା, ସମୀର ଦାସ, କୈଳାଶ ରାଉତ ଓ ଯଦୁନାଥ ବାରିକ ପ୍ରମୁଖ ପରିଚାଳନା କରିଥିବା ବେଳେ, ପୃର୍ବାହ୍ନ ଅଧିବେଶନ ରେ କବିତା ଆସର କାର୍ଯ୍ୟକ୍ରମ କୁ ଶରତ ରାଉତରାୟ ଓ ସୁରେଶ ଚନ୍ଦ୍ର ରାଉତ ଯୋଗଦେଇଥିବା ବେଳେ କବି ରମାକାନ୍ତ ଦାସ ଧନ୍ୟବାଦ ଦେଇଥିଲେ l