April 26, 2026

ମୋହନା ଅଂଚଳରେ ଥିବା ସମସ୍ତ ବ୍ୟାଙ୍କରେ ସତର୍କ ସୂଚନା ଟାଙ୍ଗିଲେ ପୋଲିସ ଅଧିକାରୀ——

iuhiuhj
Share

ଗଜପତି ଜିଲ୍ଲା ମୋହନା ବ୍ଲକ ଅଞ୍ଚଳରେ ଥିବା ସମସ୍ତ ବ୍ୟାଙ୍କରେ ସତର୍କ ସୂଚନା ଟାଙ୍ଗି ଛନ୍ତି ମୋହନା ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିଶିକା।ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦେଶ ପ୍ରକାରେ ଆଜି ମୋହନା ଥାନା ଅଧିକାରୀ ଲୋକଙ୍କୁ ସତର୍କ କରିଛନ୍ତିକି ଯେଉଁ ମାନେ ବ୍ୟାଙ୍କରୁ ଟଙ୍କା ଉଠାଉ ଛନ୍ତି ବିଭିନ୍ନ ପ୍ରକାର ଦିଗରୁ ସତର୍କ ରହିବା ପାଇଁ ନିବେଦନ କରିଛନ୍ତି।ଟଙ୍କା ଉଠାଇଲା ପରେ ରାସ୍ତାରେ ଅଟକିବନାହିଁ, ରାସ୍ତାରେ ସଉଦା କିମ୍ବା ବଜାର କରିବ ନାହିଁ, ସନ୍ଧେହ ହେବା ଲୋକଙ୍କୁ ଦେଖିଲେ ପୋଲିସ କିମ୍ବା ବ୍ୟାଙ୍କ ଅଧିକାରୀଙ୍କ ଦୃଷ୍ଟି କୁ ଆଣିବା ନିମନ୍ତେ ନିବେଦନ କରି ବ୍ୟାଙ୍କ ସମ୍ମୁଖରେ ସୂଚନା ଫଳକ ଲଗାଇଥିବା ଦେଖିବାକୁ ମିଳିଛି।