July 14, 2026

ନିମଖଣ୍ତି ଉଚ୍ଚ ବିଦ୍ୟାଳୟରେ ୭୬ ତମ ବାର୍ଷିକ ଉତ୍ସବ

oijok
Share

କୁକୁଡ଼ାଖଣ୍ତି ବ୍ଲକ୍ ଅନ୍ତର୍ଗତ ନିମଖଣ୍ତି ଶ୍ରୀ କୃଷ୍ଣ ସାହୁ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିକୁଞ୍ଜ କୁମାର ପ୍ରଧାନଙ୍କ ସଭାପତିତ୍ବରେ ବୁଧବାର ଦିନ ବିଦ୍ୟାଳୟରେ ୭୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ କୁକୁଡ଼ାଖଣ୍ତି ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ପଲ୍ଲବୀ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି ପ୍ରଦୀପ ପ୍ରଜ୍ଵଳନ କରିଥିଲେ। ଏଥିରେ ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟର ସହକାରୀ ଅଧ୍ୟକ୍ଷ ବିନୋଦ ବିହାରୀ ପତ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ଭାରତୀ ନାୟକ ଯୋଗଦେଇ ସରକାରୀ ବିଦ୍ୟାଳୟରେ ବର୍ତ୍ତମାନ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ଦ୍ୱାରା ବହୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ବଳ ଘଟୁଛି କହିବା ସହ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସରକାର ଯତ୍ନବାନ ରହିଥିବା ନିଜ ବକ୍ତବ୍ୟରେ କହିଥିଲେ। ସମ୍ମାନୀତ ଅତିଥି ଭାବେ ସରପଞ୍ଚ ଶଶି ବେହେରା, ସ୍ଥାନୀୟ ସମିତି ସଭ୍ୟ ବିଷ୍ଣୁ ବେହେରା ପ୍ରମୁଖ ଯୋଗଦେଇଥିଲେ। ଏଥିରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶଙ୍କର କୁମାର ସାହୁ, ପ୍ରାକ୍ତନ ଛାତ୍ର ସଭାପତି ସିମାଞ୍ଚଳ ମହାରଣା, ସମ୍ପାଦକ ସନ୍ତୋଷ କୁମାର ପଟ୍ଟନାୟକ, କୈଳାଶ ଚନ୍ଦ୍ର ସାହୁ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାସ୍କୃତିକ ନୃତ୍ୟ ପରିବେଷଣ ହୋଇଥିଲା। କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ

You may have missed