November 22, 2024

ପ୍ରଶାସନ ର ଅବହେଳା ପାଇଁ ସାଧାରଣ ଜନତା ଉଦ୍ଘାଟନ କଲେ ଗୋଷ୍ଠୀ ଶୌଚାଳୟ…

Share

 

ବୋଲଗଡ଼,(ଉପାନ୍ତ ଖବର):ବୋଲଗଡ଼ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ତାଳତୁମ୍ବ ଗାନ୍ଧିଛକ ନିକଟରେ ରାଜକୋଷରୁ ଅର୍ଥ ଖର୍ଚ୍ଚ ହୋଇ ଦୁଇ ବର୍ଷ ହେବ ଶୌଚାଳାୟ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା।ଶୌଚାଳୟରେ ଟାଙ୍କି କାମ ସରିଛି, ଘରକାମ ସରିଛି,ଏପରିକି ଘରେ ମଧ୍ୟ ରଙ୍ଗ ଦିଆକାର୍ଯ୍ୟ ସରିବା ସହିତ କବାଟ ଝରକା ମଧ୍ୟ ଲାଗିଛି।ଏହି କାର୍ଯ୍ୟ ଦୁଇ ବର୍ଷ ହେବ ଶେଷ ହୋଇ ଥିଲେ ମଧ୍ଯ ତାହା ଏପର୍ଯ୍ୟନ୍ତ ବ୍ୟବହାର ହୋଇ ପାରୁ ନଥିଲା।ବାରମ୍ଵାର ସରପଞ୍ଚ ଠାରୁ ବ୍ଳକ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ୟ କେହି କର୍ଣ୍ଣ ପାତ କରିନଥିଲେ। ଯାହାକି ଲୋକମାନଙ୍କ ମନରେ ପ୍ରଶ୍ନ ବାଚି ସୃଷ୍ଟି କରିଥିଲା। ଏପରିକି ଶୌଚାଳୟ ଚାରିପଟେ ଅନାବନା ଗଛ ହୋଇ ଘଞ୍ଚ ହୋଇ ପଡିରହି ଥିଲା । ଅଞ୍ଚଳ ବାସୀ ଓ ଶ୍ରମିକ ନେତା ଅକ୍ଷୟ ରାଉତରାୟ ଙ୍କ ଦ୍ୱାରା ଶୌଚାଳୟ ଟିକୁ କାର୍ଯ୍ୟ କ୍ଷମ କରାଇଲେ। ଗୋପାଳ ପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ତାଳତୁମ୍ବ ଓ ଅନତା ପଲ୍ଲୀ ଗ୍ରାମର ଅଲେଖ ନାୟକ ,ପ୍ରଫୁଲ୍ଲ ରଥ, ଆରତ ନାୟକ, ଶ୍ରୀଧର ସାହୁ ଓ ପ୍ରଭାତ ରଥ ଙ୍କ ଦ୍ଵାରା ଉଦ୍ଘାଟନ କରାଯାଇଥିଲା। ଏହାଦ୍ବାରା ପଞ୍ଚାୟତ,ସ୍କୁଲ,ବ୍ୟାଙ୍କକୁ ଆସୁଥିବା ପୁରୁଷ ଓ ବିଶେଷ କରି ଛାତ୍ର ଛାତ୍ରୀ ଓ ମହିଳା ମାନଙ୍କ ପାଇଁ ଗୋଷ୍ଠୀ ଶୌଚାଳୟଟି ସହାୟକ ହେବ।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)