March 10, 2026

ବର୍ଷ ର ପ୍ରଥମ ଦିନରେ ପୌର ପରିଷଦ କାର୍ଯ୍ୟାଳୟ ରେ ତାଲା, କର୍ମଚାରୀ ବାହାରେ ବୁଲୁଛନ୍ତି!

yugutiu
Share

 

 

ସର୍ବ ପ୍ରଥମେ ଇଂରାଜୀ ନୂତନ ବର୍ଷ 2024 ଉତ୍କଳମେଲ ଟିଭି ଟିମ ତରଫରୁ ହାର୍ଦିକ ଅଭିନନ୍ଦନ ଓ ସୂବେଚ୍ଛା!ଏହି ନୂତନ ବର୍ଷ ର ପ୍ରଥମ ଦିନରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌର ପରିଷଦ ରେ ତାଲା ପଡ଼ିଥିବା ଦେଖିବାକୁ ମିଳିଛି!ଏବଂ କିଛି କର୍ମଚାରୀ ପୌର ପରିଷଦ ପରିସର ରେ ବୁଲୁଥିବା ଦେଖିବାକୁ ମିଳିଛି!ଏହା ଦେଖି ଅଞ୍ଚଳବାସି ଙ୍କ ମଧ୍ୟରେ ଆଲୋଚନା ଚାଲିଥୁବା ଦେଖିବାକୁ ମିଳିଛି!
ସୂଚନା ଅନୁଯାଇ :ପୌର ପରିଷଦ ରେ ଥିବା 14ଗୋଟି ୱାର୍ଡ ର ସଫେଇ କର୍ମଚାରୀ ଙ୍କ ଦରମା ରୁ ଇପିଏଫ ବାବଦ ରେ ଗତ ଦୁଇ ମାସ ହେଲା କିଛି ଟଙ୍କା କାଟି ବଳକା ଦରମା ଦିଆଯାଉଛି ଏବଂ ସେହି ଇପିଏଫ ରେ କଟାଯାଇଥିବା ଟଙ୍କା ର କୌଣସି ପ୍ରମାଣପତ୍ର କାହାରିକୁ ଦିଆଯାଇନାହିଁ, ସଫେଇ କର୍ମଚାରୀ ଙ୍କ ଠିକାଦାର ନୂତନ ଭାବେ କିଏ ଅଛି ଏବଂ ସେ କାହା ସହ ଚୁକ୍ତି କରିଛନ୍ତି ତାହା ମଧ୍ୟ କେହି ଜାଣିନାହାନ୍ତି!ସେପଟେ ପୌର ପରିଷଦ ର 14ଗୋଟି ୱାର୍ଡ ରେ ସଫେଇ କାର୍ଯ୍ୟ ଓ ସହର କୁ ସଫା ସୁତୁରା ରଖିବା ପାଇଁ ମାସକୁ 18ଲକ୍ଷ ଟଙ୍କା ଦିଆଯାଉଛି!ହେଲେ ସହର ର ଅଧିକାଂଶ ସ୍ଥାନରେ ଅଳିଆ ଆବର୍ଜନା ପଡ଼ିରହିଛି!ତାହା କେବେ ସଫା କରାଯିବ? ଏହି ସଫେଇ କର୍ମଚାରୀ ଙ୍କ ଇପିଏଫ ଟଙ୍କା ନ କାଟି ସବୁ ଟଙ୍କା ଦରମା ଆକାର ରେ ଦିଆଯାଉ ବୋଲି ସଫେଇ କର୍ମଚାରୀ କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ବେନିଆ ଙ୍କୁ କହିଛନ୍ତି!କିନ୍ତୁ ଦୁଃଖ ର ବିଷୟ ବର୍ଷ ର ପ୍ରଥମ ଦିନରେ ପୌର ପରିଷଦ କାର୍ଯ୍ୟାଳୟ ରେ ତାଲା ପଡିବା କେତେ ନିନ୍ଦନୀୟ!(ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)