April 28, 2026

ପିପୁଲ୍ସ କଲେଜର ୟୁଥ୍ ରେଡ୍ କ୍ରସ୍ ଏବଂ ରେଡ୍ ରିବନ୍ କ୍ଲବ୍ ପକ୍ଷରୁ ବିଶ୍ବ ଏଡସ୍ ଦିବସ ପାଳିତ 

IMG-20251201-WA0101
Share

ବୁଗୁଡ଼ା : ତା ୦୧/୧୨/୨୫: ସ୍ଥାନୀୟ ପିପୁଲ୍ସ କଲେଜର ୟୁଥ୍ ରେଡ୍ କ୍ରସ୍ ଏବଂ ରେଡ୍ ରିବନ୍ କ୍ଲବ୍ ପକ୍ଷରୁ ମିଳିତ ଭାବେ ବିଶ୍ବ ଏଡସ୍ ଦିବସ ପାଳିତ ହୋଇଯାଇଛି । କଲେଜ ପରିସରରେ ଭାରପ୍ରାପ୍ତ ଅଧ୍ଯକ୍ଷ ଡ.ହିମାଂଶୁ ଶେଖର ରଥଙ୍କ ସଭାପତିତ୍ବରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ବେଳେ ଏଥିରେ ଅଧ୍ୟାପକ ଲୋକନାଥ ବେହେରା ଯୋଗଦେଇ ସ୍ବେଛାସେବୀଙ୍କୁ ଏଡସ୍ ସଚେତନତା ଦିଗରେ ସେମାନଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଏ ଅବସରରେ ୟୁଥ୍ ରେଡ୍ କ୍ରସ୍ ସଂସ୍ଥାର ଉପଦେଷ୍ଟା ପବିତ୍ର ଖଣ୍ଡୁଆଳଙ୍କ ତତ୍ତ୍ୱାବଧାନରେ ସ୍ବେଚ୍ଛାସେବୀଙ୍କ ଦ୍ବାରା ନିକଟସ୍ଥ ଗ୍ରାମରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ବେଳେ କାର୍ଯ୍ୟକ୍ରମର ପରିଶେଷରେ ସ୍ବେଚ୍ଛାସେବୀ ସୋମିତ୍ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।

You may have missed