” କରୁଣା କୈବଲ୍ୟ ” ପୁସ୍ତକ ଲୋକାର୍ପିତ
ପୁରୀ -ରାଜ୍ୟପାଳ ପୁରସ୍କାରପ୍ରାପ୍ତା ପ୍ରଧାନ ଶିକ୍ଷୟିତ୍ରୀ ତଥା ଶିଶୁ ସାହିତ୍ୟିକା ଦୁର୍ଗାବତୀ ପ୍ରଧାନଙ୍କ ଆଧ୍ୟାତ୍ମିକ କବିତା ପୁସ୍ତକ “କରୁଣା କୈବଲ୍ୟ “ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି। ଆଜି ଶିକ୍ଷାଶ୍ରୀ ଶିଶୁ ପାଠାଗାର ପକ୍ଷରୁ ୟୁଥ ହଷ୍ଟେଲ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାରସ୍ୱତ ସମାରୋହରେ ପୁସ୍ତକଟି ଲୋକାର୍ପିତ ହୋଇ ଥିଲା। ଅବସରପ୍ରାପ୍ତ ଶିକ୍ଷକ କାଶୀନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବାବାଜୀ ଶ୍ରୀ ଜୟ ଗୋପାଳ ଦାସ ଉଦଘାଟକ,ବରିଷ୍ଠ ସାହିତ୍ୟିକ ତ୍ରିଲୋଚନ ମହାପାତ୍ର ମୁଖ୍ୟ ଅତିଥି, କବି ଶୈଳବାଳା ମହାପାତ୍ର ମୁଖ୍ୟବକ୍ତା, ଶ୍ରୀପର୍ଣ୍ଣା ର ସମ୍ପାଦକ ଉମାକାନ୍ତ ମହାପାତ୍ର, ଶିଶୁ ସାହିତ୍ୟିକ ରମେଶ ଚନ୍ଦ୍ର ଦାଶ ସମ୍ମାନିତ ଅତିଥି ଏବଂ ଶିଶୁ ସାହିତ୍ୟିକ ପ୍ରଶାନ୍ତ କୁମାର ମଙ୍ଗରାଜ ସମୀକ୍ଷକ ରୂପେ ଯୋଗ ଦାନ କରିଥିଲେ। ପ୍ରାରମ୍ଭରେ ମହେନ୍ଦ୍ର ବିଶୋଇ ଉତ୍ସବର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିବା ବେଳେ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ବିଜୟ କୁମାର ସାହୁ। ପୁସ୍ତକର ରଚୟିତା ଦୁର୍ଗାବତୀ ପ୍ରଧାନ ପୁସ୍ତକ ସମ୍ପର୍କରେ ବିଷଦ ବିବରଣୀ ପ୍ରଦାନ କରିଥିଲେ। ଏହି ଅବସରରେ କବି ପର୍ଶୁରାମ ପାତ୍ର,ମୋନାଲିସା ଷଡ଼ଙ୍ଗୀ, ଦିଲୀପ କୁମାର ଛାଟୋଇ,ସିଦ୍ଧେଶ୍ୱର ଜେନା,ରାଜ ନାରାୟଣ ମହାନ୍ତି, ପ୍ରତିମା ପ୍ରଧାନ,ବସନ୍ତ କୁମାର ଦଳେଇ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।କଣ୍ଠଶିଳ୍ପୀ ପ୍ରୀତିଶା ମହାପାତ୍ର ଭକ୍ତି ସଂଗୀତ ପରିବେଷଣ କରିଥିବା ବେଳେ ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା କବିତା ଆବୃତ୍ତି କରାଯାଇ ଥିଲା। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ କବି କ୍ରିଷ୍ଣା ମହାପାତ୍ର। ରେୟାଂଶ ଛାଟୋଇ,ସୋହାନି ଛାଟୋଇ, ତନୁଶ୍ରୀ ଛାଟୋଇ, ବିଭୁଦତ୍ତ ଛାଟୋଇ, ଶୁଭକାନ୍ତ ଛାଟୋଇ, ଲକ୍ଷ୍ମୀପ୍ରିୟା ପ୍ରଧାନ,କବିତା ମିଶ୍ର, ଲକ୍ଷ୍ମୀଧର ମାଝୀ,ରଶ୍ମୀ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
