September 21, 2024

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପରଲୋକ , ଅଞ୍ଚଳରେ ଶୋକ

Share

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପରଲୋକ , ଅଞ୍ଚଳରେ ଶୋକ
ବୁଗୁଡ଼ା:ତା ୩୦/୧୧/୨୩ : ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିପିନ ବିହାରୀ ମିଶ୍ରଙ୍କ ବୁଗୁଡ଼ା ସିମାଞ୍ଚଳ ମାର୍ଗସ୍ଥିତ ସ୍ବବାସଭବନରେ ୭୪ ବର୍ଷ ବୟସରେ ପରଲୋକ ଘଟିଛି । ସେ ଖୋଳଖାଳି ,ପଙ୍କଳବାଡି,ମରାଇପଲ୍ଲୀ,ହରିଶରଣପୁର, ବୁଗୁଡ଼ା ଗୋଲାସାହି ଓ ପରିଶେଷରେ ସୋଲଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ୱ ସମ୍ପନ୍ନ ପୂର୍ବକ ଅବସର ଗ୍ରହଣ କରିଥିଲେ । ବିଭିନ୍ନ ଶିକ୍ଷାନୁଷ୍ଠାନରେ ଉତ୍ତମ ଶିକ୍ଷକ ଭାବେ ନିଜର କର୍ତ୍ତବ୍ୟ ସମ୍ପାଦନ କରି ଛାତ୍ର ତଥା ଅଭିଭାବକଙ୍କ ଠାରେ ପ୍ରିୟଭାଜନ ହୋଇପାରିଥିଲେ । ତାଙ୍କର ବିୟୋଗ ଖବର ଶୁଣି ଅଞ୍ଚଳର ଶତାଧିକ ବ୍ୟକ୍ତି ଉପସ୍ଥିତ ହୋଇଥିଲେ । ମୃତ୍ୟୁ ବେଳେ ତାହାଙ୍କ ସହଧର୍ମିଣୀ ବିଚ୍ଛେଦ ମିଶ୍ର, ଜ୍ୟେଷ୍ଠ ପୁତ୍ର ବିଭୂତି ଭୂଷଣ ମିଶ୍ର, କନିଷ୍ଠ ପୁତ୍ର ବିନୋଦ ବିହାରୀ ମିଶ୍ର, ଷଡ଼ୁ ବିଶ୍ଵମୋହନ ମିଶ୍ର ଓ ସମସ୍ତ ପରିବାର ପରିଜନ ଉପସ୍ଥିତ ଥିଲେ । ସେ ଜଣେ ସୁ-ସାହିତ୍ୟିକ ଓ କବି ଥିଲେ । ତାଙ୍କର ବିୟୋଗରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହେଲାବୋଲି ଅଞ୍ଚଳବାସୀ ଶୋକବ୍ୟକ୍ତ କରିଥିଲେ ।