April 25, 2026

ଜଟାଧାର ମୁହାଣ ବାଲିଯାତ୍ରା ରେ ଲାଗିଲା ଧାରା 163..

IMG-20251101-WA0060
Share

   ଗତ କିଛି ବର୍ଷ ହେଲା ଲୋକଙ୍କୁ ବେଶ୍ ଆକୃଷ୍ଟ କରୁଥିବା ଜଟାଧାର ମୁହାଣ ବାଲିଯାତ୍ରା ରେ ଲାଗିଛି ରୋକ୍। ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ଏଠାରେ ୧୬୩ ଧାରା ଲାଗୁ କରିଛି। ଗତ ଦୁଇବର୍ଷ ହେଲା ଏହି ବାଲିଯାତ୍ରା ଆୟୋଜନ କୁ ନେଇ ସ୍ଥାନୀୟ ଅଞ୍ଚଳରେ ବିବାଦ ଦେଖାଦେଇଛି। ଫଳରେ ଉଭୟ ଗୋଷ୍ଠୀ ଙ୍କ ଏହି ବିବାଦ ଠାରୁ ଜିଲ୍ଲା ପ୍ରଶାସନ ଦୂରେଇ ରହିବାକୁ ଶ୍ରେୟସ୍କର ମନେ କରି ଗତବର୍ଷ ପରି ଚଳିତବର୍ଷ ମଧ୍ୟ ୧୬୩ ଧାରା ଜାରି କରିଛି। ଏହି ବାଲିଯାତ୍ରା ରେ ରାଜ୍ୟ ତଥା ରାଜ୍ୟ ବାହାରର ବ୍ୟବସାୟୀ ବ୍ୟବସାୟ ପାଇଁ ଆସୁଥିବା ବେଳେ, ଭଲ ବ୍ୟବସାୟ ମଧ୍ୟ କରିଥାନ୍ତି। ସ୍ଥାନୀୟ ଢ଼ିଙ୍କିଆ, ନୂଆଗାଁ, ଗୋବିନ୍ଦପୁର, ବାଲିତୁଠ, ସମେତ ଏରସମା ଅଞ୍ଚଳ ର ବହୁ ଲୋକ ଏହି ବାଲିଯାତ୍ରା ରେ ସାମିଲ ହୋଇଥାନ୍ତି। ବିବାଦ କାରଣରୁ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ବାଲିଯାତ୍ରା ସ୍ଥାନ ଭୋସକାଲିସ ପ‌ଏଣ୍ଟ ନିକଟରେ ୧୬୩ ଧାରା ଲାଗୁ କରିଛନ୍ତି ଓ ଗୋଟିଏ ସ୍ଥାନରେ ଚାରି ଜଣ ରୁ ଅଧିକ ଏକତ୍ରିତ ହୋଇପାରିବେ ନାହିଁ।ଏନେଇ ଅଭୟଚାନ୍ଦପୁର ଥାନା ପକ୍ଷରୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଘୋଷଣା କରାଯିବା ସହିତ ନୋଟିସ ମରାଯାଇଛି। (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )