March 11, 2026

ତୁଳସୀ ବିଶ୍ବାଳଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ 

IMG-20251101-WA0011
Share

 

ତିର୍ତ୍ତୋଲ-୩୧/୧୦-ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଇବ୍ରିସିହ ପଞ୍ଚାୟତର ବଡିଲୋ ବନ୍ଧମୁଣ୍ଡି ଗ୍ରାମରେ ତୁଳସୀ ବିଶ୍ବାଳଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଛି। ବଡ଼ପୁଅ ବିଜୟ ବିଶ୍ଵାଳ, ସାନପୁଅ ସଞ୍ଜୟ ବିଶ୍ବାଳ, ପୁତୁରା ଅକ୍ଷୟ ବିଶ୍ବାଳଙ୍କ ସମେତ ଦୁଇ ପୁତ୍ର ବଧୁ, ଝିଅ ଜ୍ବାଇଁ ଓ ନାତି ନାତୁଣୀ ଶ୍ରାଦ୍ଧ କାର୍ଯ୍ୟକ୍ରମରେ ଉପସ୍ଥିତି ରହି ମା ତୁଳସୀଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଦେବେନ୍ଦ୍ର ବିଶ୍ବାଳ, ସ୍ମୃତି ରଞ୍ଜନ ବିଶ୍ବାଳ, ପ୍ରସନ୍ନ ଗୁରୁ ଏବଂ ବିଶ୍ବାଳ ପରିବାରର ପ୍ରିୟ ପରିଜନ ଯୋଗଦେଇଥିବାର ଦେଖିବାକୁ ମିଳିଥିଲା। ବନ୍ଧମୁଣ୍ଡି ଓ ପଡ଼ୋଶୀ ଗ୍ରାମବାସୀଙ୍କ ସମେତ ବନ୍ଧୁ ଏବଂ ପ୍ରିୟ ପରିଜନଙ୍କୁ ପରିବାର ପକ୍ଷରୁ ଭୋଜି ଭାତରେ ଆପ୍ୟାୟିତ କରାଯାଇଥିଲା।