ଶ୍ରୀଜଗନ୍ନାଥଙ୍କ ପଢୁଆଁ କୁ ସ୍ୱୀକୃତି ଓ ଆର୍ଥିକ ଅନୁଦାନ ପାଇଁ ଦାବୀକଲେ 5ଟି ଅନୁଷ୍ଠାନର ପ୍ରତିନିଧି
ଜଗତସିଂହପୁର-୩୧/୧୦-ମାନବୀୟ ଲୀଳାର ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ପଢୁଆଁ ଅଷ୍ଟମୀ ନୀତିକାନ୍ତି ବହୁ ବର୍ଷ ଆଗରୁ ବନ୍ଦ ହୋଇ ଯାଇଥିଲା। ଅଷ୍ଟମୀଦିନ ବଡ ଦେଉଳରେ ବଡଠାକୁର ନୂଆ ବସ୍ତ୍ର ପିନ୍ଧୁ ନ ଥିଲେ ।ଅଥଚ ଜଗନ୍ନାଥ ସଂସ୍କୃତିକୁ ମାନି ଚଳୁଥିବା ପ୍ରତ୍ୟକ ଘରେ ବଡ଼ପୁଅ ଓ ଝିଅମାନେ ନୂଆ ପିନ୍ଧି ଅଷ୍ଟମୀ ପାଳନ କରନ୍ତି ।ଶ୍ରୀଜଗନ୍ନାଥ ଚେତନା ସୁରକ୍ଷା ଅଭିଯାନ,ଜଗତସିଂହପୁରର ପ୍ରସ୍ତାବ ଓ ସକ୍ରିୟ ସହାୟତାରେ ୨୦୧୯ ମସିହାରୁ ଶ୍ରୀମାଧବାନନ୍ଦ ଜୀଉ ବିକାଶ ପରିଷଦ ଦ୍ୱାରା ଅତ୍ୟନ୍ତ ପ୍ରଭାବି ଢଙ୍ଗରେ ମହାପ୍ରଭୁଙ୍କୁ ପଢୁଆଁ କରା ଯାଉଛି ।
ହଜାର ହଜାର ଜଗନ୍ନାଥ ପ୍ରେମୀ, ଭକ୍ତ, ସାଧୁ ସନ୍ଥ ପଢୁଆଁଭାର ଶୋଭା ଯାତ୍ରାରେ ଭାଗ ନେଉଛନ୍ତି। ଉତ୍କଳୀୟ ପରମ୍ପରା ଅନୁସାରେ ଅଷ୍ଟମୀ ଭାରରେ ରତ୍ନସିଂହାସନରେ ବିଜେ ସାତଦିଅଁଙ୍କ ପାଇଁ ଖଣ୍ଡୁଆ ପାଟ, ଫୁଲ, ତୁଳସୀ, ଘିଅ, ଚୁଆ, ଚନ୍ଦନ, ଅଗୁରୁ, କର୍ପୁର, ସହିତ ଅରୁଆ ଚାଉଳ, ବିରି, ଗୁଡ଼, ନଡ଼ିଆ, କଦଳୀ, ଫଳମୂଳ, ପାନଗୁଆ ଆଦି ବହୁ ସାମଗ୍ରୀ ଯାଉଛି ।ଏସବୁ ମାଧବରୁ ଯାଉଛି। ଜଗତସିଂହପୁରରୁ ନୀଳଚକ୍ରରେ ବନ୍ଧାହେବା ପାଇଁ ବଡ ପତାକା ଯାଉଛି ।ଚଳିତ ବର୍ଷ ଗୁମୁଟ ଲଷ୍ମୀ ଙ୍କ ପାଇଁ ପାଟ, ଗରୁଡ଼ସ୍ତମ୍ଭ ପାଇଁ ଘାଗରା, ଶ୍ରୀମନ୍ଦିର ବୃନ୍ଦାବତୀ ପାଇଁ ଘାଗରା, ମାଲଷ୍ମୀଙ୍କ ପାଇଁ ପାଟ ଦିଆଯିବ ।ଏହି ପଢୁଆଁଶୋଭାଯାତ୍ରା କାର୍ଯ୍ୟକ୍ରମ, ରଥଯାତ୍ରା ପରେ, ବଡଦାଣ୍ଡରେ ୨ୟ ବଡଯାତ୍ରା ହୋଇ ପାରିଛି ।ହେଲେ ସରକାର ଏ ପର୍ଯ୍ୟନ୍ତ ଏହାକୁ ସ୍ୱୀକୃତି ଦେଇନାହାନ୍ତି ।ଅପର ପକ୍ଷରେ ପଡୁଆଁ ଭାରରେ ଯାଇଥିବା ସାମଗ୍ରିରେ ଅଷ୍ଟମୀ ଦିନ ମହାପ୍ରଭୁଙ୍କ କୋଠ ଭୋଗ ପ୍ରସ୍ତୁତ ହେଉଛି ଓ ଖଣ୍ଡୁଆପାଟରେ ରତ୍ନବେଦିରେ ବିଜେ ଦିଅଁମାନଙ୍କୁ ବେଶ କରାଯାଉଛି। ଆୟୋଜକମାନଙ୍କ ତରଫରୁ ଯାଦବ ସଂଘ ବଡ଼ଦାଣ୍ଡରେ ଏକଲକ୍ଷ ଆରିସା ପିଠା ବାଣ୍ଟୁଛନ୍ତି । ଏତେବଡ ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ସରକାର ସ୍ୱୀକୃତି ଦେବା ପାଇଁ ଜିଲ୍ଲପାଳ, ଜଗତସିଂହପୁରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଛି ।ଏହି କାର୍ଯ୍ୟକ୍ରମ ପାଇଁ ରାଜ୍ୟ ବଜେଟରେ ବାର୍ଷିକ ଦଶଲକ୍ଷ ଟଙ୍କା ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରାଯାଇଛି ।ଅଞ୍ଜନା ପତ୍ରିକାର ସମ୍ପାଦକ ଅରୁଣ କୁମାର ଆଚାର୍ଯ୍ୟ, ଜଗତସିଂହପୁର ସାରସ୍ୱତ ପରିଷଦର ସଭାପତି ହିମାଂଶୁ ଆଚାର୍ଯ୍ୟ, ବ୍ୟାସଫାଉଣ୍ଡେସନର ଅଧକ୍ଷା ସ୍ନେହମୟୀ ଆଚାର୍ଯ୍ୟ, ଓକିଲସଂଘ ତରଫରୁ ଗଣେଶ୍ୱରମାଣିଆ, ଦୁର୍ଯୋଧନ ରାଉତ, ଅନିରୁଦ୍ଧ ସାବତ, ସାମ୍ବାଦିକ ସଂଘ ତରଫରୁ ଜ୍ୟୋତି ରଞ୍ଜନ ପରିଡା, ଶଶାଙ୍କ ଶେଖର ପଣ୍ଡା, ତପନ କୁମାର ରାଉତରାୟ, ବିକ୍ରମ ମହାନ୍ତି, ବେଣୁଧର ନାୟକ, ସମାଜସେବୀ ଡକ୍ଟର ଧୃତିଧର ଦାସ ନିବେଦନ ପତ୍ରରେ ଦସ୍ତଖତ କରିଛନ୍ତି |ଏହି କାର୍ଯ୍ୟକ୍ରମକୁ ଶ୍ରୀଜଗନ୍ନାଥ ଚେତନା ସୁରକ୍ଷା ଅଭିଯାନର ସଂଯୋଜକ ସରୋଜ ନାୟକ ସଂଯୋଜନା କରିଥିଲେ ।
