March 12, 2026
ajiro khabar
Share

 

 

୧-ଆଜି ଠାରୁ ସୁଭଦ୍ରା ଆବେଦନ, ୨୧ ବର୍ଷ ହୋଇଥିଲେ କରିପାରିବେ ଅନଲାଇନ୍ ରେ ଆବେଦନ।

 

୨-ଭୁବନେଶ୍ବର:୬ ସରକାରୀ ମେଡିକାଲ କଲେଜରେ ୬୨ ପିଜି ସିଟ୍ ଅନୁମୋଦିତ।

 

୩-ରାଜ୍ଯରେ ବଢୁଛି ହିଟ୍ ଆଣ୍ଡ ରନ୍ ମାମଲା,ବର୍ଷକରେ ୩୪୪ ଅଧିକ ଦୁର୍ଘଟଣା।

 

୪-ବଡ଼ଓଷା ପାଇଁ ଧବଳେଶ୍ବର ପୀଠରେ ପ୍ରସ୍ତୁତି; ମୁତୟନ ହେବେ ୧୫ ପ୍ଲାଟୁନ ପୋଲିସ ଫୋର୍ସ, ୧୪ଟି ସ୍ଥାନରେ ରହିବ ଟ୍ରାଫିକ୍ ପୋଷ୍ଟ।

 

୫-ଭୁବନେଶ୍ବର:ମୁଖ୍ୟମନ୍ତ୍ରୀଙ୍କ ରାଜୀବ ଭବନକୁ ସରପ୍ରାଇଜ ଭିଜିଟ୍, କେମିତି କାମ କରୁଛନ୍ତି ସରକାରୀ ଅଧିକାରୀ ତାହା ବୁଲି ଦେଖିଲେ।

 

୬-ଇ-କେୱାଇସି ପାଇଁ ସରିଲା ସମୟ, ଅପଡେଟ୍ କରିନଥିବା ୧୫ ଲକ୍ଷ ହିତାଧିକାରୀଙ୍କୁ ଆଜିଠୁ ମିଳିବନି ଚାଉଳ।

 

୭-ଚଳିତ ବର୍ଷ ଓଡ଼ିଶାର ୧୭ ଜଣ ପୋଲିସ ଅଧିକାରୀ ପାଇବେ ‘କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ’; ଡିଜିପି ଜଣାଇଲେ ଶୁଭେଚ୍ଛା।

 

୮-ରବିବାର ଠାରୁ ଆରମ୍ଭ ହେବ ପଞ୍ଚୁକ, ଏଥର କେବଳ ୪ ଦିନ ପଞ୍ଚୁକ ବ୍ରତ ପାଳନ କରିବେ ବ୍ରତଧାରୀ।

 

୯-ବେଲରପା:ଜାଗୁଳାଇ ବିଦ୍ଯାନିକେତନ ବେଲରପାରେ ଅନୁଷ୍ଠିତ ସୁରଭି କାର୍ଯ୍ଯକ୍ରମର ସଫଳତା ପଛରେ,ପୁରାତନ ଛାତ୍ରଛାତ୍ରୀମାନଙ୍କର ସବୁ ପ୍ରକାର ସହଯୋଗକୁ, ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ।

 

୧୦-ନୁଆପଡା ଉପ-ନିର୍ବାଚନ: ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ କୋମନାରେ ୩ ତାରିଖରେ ପ୍ରଚାର କରିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ।

 

୧୧-ଭୁବନେଶ୍ବର:ଚନ୍ଦକାରେ ଚାଞ୍ଚଲ୍ୟ , ଜଙ୍ଗଲ ଭିତରୁ ମିଳିଲା ନର କଙ୍କାଳ।

 

୧୨-ବରଗଡ଼ ଧନୁଯାତ୍ରା ପାଇଁ ଚାଲିଛି କଳାକାର ଚୟନ ପ୍ରକ୍ରିୟା; ଇ-ମେଲରେ ମଧ୍ୟ କରିପାରିବେ ଆବେଦନ।

 

୧୩-ପୁଣି CMC ବୈଠକରେ ହଙ୍ଗାମା; ମାଇକ ଉପାଡି ଫିଙ୍ଗିଲେ ଚେୟାର…ବୈଠକ ଅଧାରୁ ଗୃହରୁ ପଳେଇଲେ ମେୟର ଓ କମିଶନର।

 

୧୪-ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଆଝାରୁଦ୍ଦିନ ହେଲେ ତେଲେଙ୍ଗାନାର ମନ୍ତ୍ରୀ।

 

୧୫-ସାକ୍ଷୀଗୋପାଳ ମନ୍ଦିରରେ ଅଁଳା ନବମୀ,ରାଧାପାଦ ଦର୍ଶନ କଲେ ୨ ଲକ୍ଷ ଶ୍ରଦ୍ଧାଳୁ।

 

୧୬-କିଟ୍ ରେ ଅନ୍ତର୍ଜାତୀୟ ଚେସ୍ ଫେଷ୍ଟଭାଲ ହେବ ଆସନ୍ତା ଜାନୁୟାରୀ ମାସରେ।

 

୧୭-ଆଜିଠାରୁ ବାରବାଟୀରେ ଓଡିଶା- ଆନ୍ଧ୍ର ପ୍ରଦେଶ ରଣଜୀ ମ୍ଯାଚ୍।

 

୧୮-ରାଜଧାନୀରେ ନାବାଳକକୁ ମାଡ଼ ଘଟଣା; ଭିଡିଓ ଭାଇରାଲ ପରେ ୭ ଜଣ ଅଭିଯୁକଙ୍କୁ ଗିରଫ କଲା ଧଉଳି ଥାନା ପୁଲିସ।

 

୧୯-ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି ଏନଡିଏ,କୋଟିଏ ଚାକିରି, କୋଟିଏ ଲକ୍ଷପତି ଦିଦି।

 

୨୦-ମେଲବର୍ଣ୍ଣରେ ଟିମ୍ ଇଣ୍ଡିଆକୁ ଧୋଇଲା ଅଷ୍ଟ୍ରେଲିଆ, ସିରିଜ ୧-୦ରେ ଅଗ୍ରଣୀ କଙ୍ଗାରୁ ଦଳ।