October 2, 2026

ପିପୁଲ୍ସ କଲେଜ ରାଜନୀତି ବିଜ୍ଞାନ ବିଭାଗର ରାଜ୍ୟ ସ୍ତରୀୟ ପାଠଚକ୍ର 

IMG-20261001-WA0075
Share

 

ବୁଗୁଡା : ତା ୦୧/୧୦/୨୬: (ହର ପ୍ରସାଦ ପାଢି) ସ୍ଥାନୀୟ ପିପୁଲ୍ସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ କଲେଜ ସଭାଗୃହରେ ଏକ ରାଜ୍ୟ ସ୍ତରୀୟ ପାଠଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପାଠଚକ୍ରର ବିଷୟବସ୍ତୁ ” ରୋଲ ଅଫ୍ ଡୋମେଷ୍ଟିକ ପଲିଟିକ୍ସ ଇନ୍ ସେପିଙ୍ଗ୍ ଇଣ୍ଡିଆସ୍ ଫରେନ ପଲିସି : ଟ୍ରେଣ୍ଡସ୍, ଚ୍ଯାଲେଞ୍ଜସ୍ ଏଣ୍ଡ ଫ୍ଯୁଚର ପ୍ରସପେକ୍ଟସ୍ ଇନ୍ ଏ ଚେଇଞ୍ଜିଙ୍ଗ୍ ଗ୍ଲୋବାଲ ଅର୍ଡର” ରହିଥିଲା। କଲେଜ ଅଧ୍ୟକ୍ଷ ଭଗବାନ ଶତପଥୀଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ ପାଠଚକ୍ର କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ ହରିକୃଷ୍ଣ ନାୟକ, ବିଭାଗୀୟ ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ, ଅଧ୍ୟାପକ ଲୋକନାଥ ବେହେରା ଓ ପବିତ୍ର ଖଣ୍ଡୁଆଳ ପ୍ରମୁଖ ମଞ୍ଚାସୀନ ରହିଥିବା ବେଳେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଡ.ବିଷ୍ଣୁ ଚରଣ ଚୌଧୁରୀ, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଫେସର ଡ.ଅମିୟ କୁମାର ପରିଛା ଯୋଗ ଦେଇ ଭାରତର ବୈଦେଶିକ ନୀତି ନିର୍ଦ୍ଧାରଣରେ ଘରୋଇ ରାଜନୀତିର ଭୂମିକା ଏବଂ ପରିବର୍ତ୍ତନଶୀଳ ବିଶ୍ବ ବ୍ଯବସ୍ଥାରେ ପ୍ରବୃତ୍ତି, ଆହ୍ବାନ ଓ ଭବିଷ୍ୟତର ସମ୍ଭାବନା ସମ୍ପର୍କେ ଆଲୋକପାତ କରିଥିଲେ। ଏ ଅବସରରେ ଛାତ୍ରୀ ଉଷାରାଣୀ ସେଠୀ, କଲ୍ଯାଣୀ ବିଶ୍ବାଳ, ଶ୍ରଦ୍ଧାଞ୍ଜଳି ନାୟକ , ବର୍ଷାରାଣୀ ସାହୁ, କାଜଲ ସ୍ବାଇଁ ଓ ତତ୍ତ୍ବମସି ବିଷୋୟୀ ପ୍ରମୁଖ ପାଠଚକ୍ରର ସନ୍ଦର୍ଭ ପାଠ କରିଥିଲା ବେଳେ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ପାଠଚକ୍ରର ବିଷୟବସ୍ତୁ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଏଥି ସହ ପାଠଚକ୍ରର ସନ୍ଦର୍ଭ ପଠନକାରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ ସହ ପୁରସ୍କୃତ କରାଯାଇଥିଲା ବେଳେ ବରେଣ୍ୟ ମୁଖ୍ଯ ଅତିଥି ଏବଂ ବକ୍ତାଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଛାତ୍ରୀ ଅଙ୍କିତା ସ୍ବାଇଁ, ଲିସମା ରାଣୀ ନାୟକ, ତୁଳସୀ ସ୍ବାଇଁ ପ୍ରମୁଖ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ସେମିନାର ସେକ୍ରେଟାରୀ ଗିତାଞ୍ଜଳୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

You may have missed