ବୁଗୁଡ଼ା ବସଷ୍ଟାଣ୍ଡଠାରେ ଦୂର୍ଗା ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ
ବୁଗୁଡ଼ା : ତା ୦୧/୧୦/୨୬ :(ହର ପ୍ରସାଦ ପାଢି) ସ୍ଥାନୀୟ ବସଷ୍ଟାଣ୍ଡ ଦୁର୍ଗାପୂଜା କମିଟି ପକ୍ଷରୁ ଆଗାମୀ ଅକ୍ଟୋବର ୧୮ତାରିଖରେ ମା’ ଦୂର୍ଗାଦେବୀଙ୍କ ସପ୍ତମୀ ପୂଜା ଉପଲକ୍ଷେ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ଅବସରରେ ପୂଜା କମିଟିର ସଦସ୍ୟଗଣଙ୍କ ସମେତ ଘରୋଇ ବସ୍ ମାଲିକ ସଂଘର କର୍ମକର୍ତ୍ତା, ଅଟୋ ୟୁନିଅନ ଓ କୁଲି ସଂଘର ସଦସ୍ୟମାନେ ଉପସ୍ଥିତ ରହିଥିଲେ। ଉକ୍ତ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ଯକ୍ରମରେ ପୁରୋହିତ ଭାବେ ପ୍ରଦୀପ କୁମାର ଦାଶ ଦାଶ ଯୋଗ ଦେଇ ଯଥା ରୀତିନୀତି ପ୍ରକାରେ ପୂଜା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ସନ୍ତୋଷ କୁମାର ପ୍ରଧାନ କର୍ତ୍ତା ଦାୟିତ୍ବ ନିର୍ବାହ କରିଥିଲେ । ପୂଜା କମିଟି ସଭାପତି ପବିତ୍ର ନାୟକଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ କୋଷାଧକ୍ଷ ବିଦ୍ଯାଧର ନାୟକ, କୁଞ୍ଜ ବେହେରା, ଯୋଗେନ୍ଦ୍ର ସାହୁ, ମିଟୁ ସେଠୀ, ବିଦେଶୀ ମହାପାତ୍ର, ବୈଦ୍ଯନାଥ ପାଢୀ, କାଳିଆ ବେହେରା, ସନ୍ଯାସୀ ଗୁରୁ, ଦୁଃଖା ପାତ୍ର ଓ ଟିକିଲି ସାହୁ ପରିଚାଳନା କରିଥିଲେ।
