October 5, 2024

ଉମରକୋଟ କେନାଲ ସାହିରେ ଶ୍ମଶାନ କୁ ନାହି ଯିବା ପାଇଁ ରାସ୍ତା , କେନାଲ ର ଛାତି ପାଣିରେ ପଶି ସବ ଗଲ। ଶ୍ମଶାନ କୁ…………

Share

 

ଉମରକୋଟ -(ଏମ୍.ଦିନା°ଶୁ ଆଚାରୀ) ରାସ୍ତା ନଥିବା ଯୋଗୁଁ କେନାଲ ର ଛାତି ଏ ପାଣି ରେ ପଶି ଶବ କୁ ନିଆଗଲା ଶ୍ମଶାନ କୁ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌର ପରିଷଦ ର 8 ନମ୍ବର ୱାର୍ଡ ଠାରେ। ସୂଚନା ଅନୁଯାଇ ୮ ନମ୍ବର ୱାର୍ଡର ଜଣେ ବୃଦ୍ଧା ଙ୍କ ଆଜି ଦେହାନ୍ତ ହୋଇଥିଲା। ଯେହେତୁ ସ୍ମଶାନ ଟି କେନାଲ ଆର ପଟେ ଥିଲ। ଓ ସେଠାକୁ ପହଞ୍ଚିବ। ପାଈଁ ପକ୍କା ରାସ୍ତା ନ ଥିଲା। ତେଣୁ ବାଧ୍ୟ ହେଇ ସାହି ବାସୀ କେନାଲ ର ଛାତିଏ ପାଣିରେ ପଶି ଶବକୁ ସ୍ମଶାନ କୁ ନେଇ ଥିଲେ। ଏହି କେନାଲ ଦେଇ ଭାସ୍କେଲ ନଦୀର ପାଣି ଯାଉଛି। ଯେହେତୁ କେନାଲ ଆର ପଟେ ସ୍ମଶାନ ରହିଛି ତେଣୁ ସାହି ବାସୀ ବାଧ୍ୟ ହୋଇ କେନାଲରେ ଛାତି ପାଣି ରେ ପ୍ରବେଶ କରି ଲୋକେ ଶବ ସତ୍କାର ପାଇଁ ସ୍ମସାନ କୁ ନେଇ ଥିଲେ। ୮ ନମ୍ବର ୱାର୍ଡ ବାସୀ ସ୍ଥାନୀୟ ପ୍ରଶାସନ ଓ ଜିଲାପାଳ ଙ୍କ ଜନ ଶୁଣାଣୀ ରେ ସମ୍ କେନାଲ ଉପରେ ବ୍ରିଜ ନିର୍ମାଣ ପାଈଁ ବାରମ୍ବାର ଗୁହାରୀ କରିବା ସତ୍ତ୍ୱେ ବି କିଛି ପଦକ୍ଷେପ ନେଇ ନ ଥିଲେ। ଏପରି କି ସାହି ବାସୀ ସ୍ଥାନୀୟ ପ୍ରଶାସନ ନିକଟ ରେ ଏକ ଆଶ୍ରୟ ସ୍ଥଳୀ ନିର୍ମାଣ ପାଇଁ ମଧ୍ୟ ବହୁ ବାର ଅନୁରୋଧ କରିଥିଲେ। କିନ୍ତୁ ଏ ଡିଗ ରେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କଲେ ନାହିଁ । ଜଣେ ବ୍ୟକ୍ତି ର ମୃତ୍ୟୁ ପରେ ପରିବାର ଲୋକେ ସବ କୁ ସମ୍ମାନ ର ସହ ନେବା ପାଇଁ ଭାଗ୍ୟ ଯୁଟାଇ ପାରିଲେ ନାହିଁ। ଏହା ସବ ପ୍ରତି ଏକ ବଡ଼ ଅସମ୍ମାନ ହେଲା ବୋଲି ସ୍ଥାନୀୟ ସାହି ବାସୀ ଅଭିଯୋଗ କରିବା ସହ ଏଥି ପାଇଁ ପ୍ରଶାସନ କୁ ଦାୟୀ କରିଛନ୍ତି। ତୁରନ୍ତ ଏହି କେନାଲ ଉପରେ ଏକ ପୋଲ ଓ ଶ୍ମଶାନ ରେ ଏକ ବିଶ୍ରାମ ଗୃହ ନିର୍ମାଣ ପାଈଁ ତୁରନ୍ତ ପଦକ୍ଷେପ ନେବା ପାଈଁ ଦାବୀ କରିଛନ୍ତି।