March 11, 2026

ଉମରକୋଟ ପୌରପରିଷଦ ପକ୍ଷରୁ ମହା ଆଡମ୍ବରରେ ସ୍ୱାୟତ୍ତ ଶାସନ ଦିବସ ପାଳିତ……..

IMG-20250901-WA0197
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲାର ଉମରକୋଟ ପୌରପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ମହା ସମାରୋହରେ ପାଳିତ ହେଇଛି। ବୋଡ଼ି ଭୋରୁ ପରିଷଦ ର କର୍ମଚାରୀ ମାନେ ସହରରେ ରାମ ଧୁନ ସଙ୍ଗୀତ ବଜେଇ ସହର ପରିକ୍ରମା କରିଥିଲେ।ପରେ ପୌରଦକ୍ଷା ରାଧା ଭତ୍ର।, ଉପ।ଦକ୍ଷ ସୁଧାଂଶୁ ଦାସ, ନିର୍ବାହୀ ଅଧିକାରୀ ଆଲୋକ କୁମାର ଅନୁଗୁଳିଆ, ୧୪ ଟି ୱାର୍ଡ ର କାଉନସିଲର, ବରିଷ୍ଠ ଆଇନଜୀବି ଶ୍ରୀନିବାସ ପଟ୍ଟନାୟକ ଓ ଅନ୍ୟ କର୍ମଚାରୀ ମାନେ ସହରରେ ଥିବା ସମସ୍ତ ଜାତୀୟ ବର ପୁତ୍ର ମାନଙ୍କୁ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ଏହା ପରେ ଅଫିସ ପ୍ର।ଙ୍ଗଣରେ ଜାତୀୟ ପତକା କୁ ପୌରଦକ୍ଷା ରାଧା ଭତ୍ରା ଉତଳନ କରିଥିଲେ। ଏହା ପରେ ରାମ ମନ୍ଦିର ନିକଟସ୍ଥ କଲ୍ୟାଣ ମଣ୍ଡପ ଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ସ୍ୱାୟତ୍ତ ଶାସନ ଦିବସ ଉପ ଲକ୍ଷେ ପ୍ରଦାନ କରିଥିବା ସିଧା ପ୍ରସାରଣ କୁ ଟିଭି ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା। ପରେ ଅନୁଷ୍ଠିତ କାର୍ଯକ୍ରମ ରେ ଅଧକ୍ଷ। ରାଧା ଭତ୍ର।ଉପ।ଦକ୍ଷ ସୁଧାଂଶୁ ଦାସ, ମନ୍ତ୍ରୀ ପ୍ରତିନିଧି ଅଶୋକ କୁମାର ପାଢ଼ୀ, ସାଂସଦ ପ୍ରତିନିଧି ରାମ ନାୟକ, ସମସ୍ତ ୧୪ ୱାର୍ଡ଼ର କାଉନସିଲର , ନିର୍ବାହୀ ଅଧିକାରୀ ଆଲୋକ କୁମାର ଅନୁଗୁଳିଆ ପ୍ରମୁଖ ଉପସ୍ଥିତ ରହି ଆଜିର ଦିବସର ତାପ୍ତର୍ଯ୍ୟ ଉପରେ ଉଲ୍ଲେଖ କରିଥିଲେ। ମଞ୍ଚ ପରିଚାଳନା ଇଂଜିନିୟର ଚନ୍ଦନ। ମଲ୍ଲିକ ପରିଚାଳନା କରିଥିଲେ। ଏହି ଅବସରରେ କୌନ ବନେଗ। କୋରଡ ପତି ରେ ଅଂଶ ଗ୍ରହଣ କରି ସମଗ୍ର ଓଡ଼ିଶାରେ ଚହଳ ସୃଷ୍ଟି କରିଥିବା ଓଡ଼ିଆ ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ଶାଶ୍ବତ କୁମାର ପଟ୍ଟନାୟକଙ୍କୁ ପୌର ପରିଷଦ ପକ୍ଷରୁ ସମ୍ବର୍ଧନା ଜ୍ଞାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସହରର ସମସ୍ତ ପୌର ପରିଷଦର ପୂର୍ବତନ ଅଧ୍ୟକ୍ଷ ଓ ଅଧ୍ୟକ୍ଷା ଓ ପୂର୍ବତନ ସମସ୍ତ କାଉନସିଲର ମାନଙ୍କୁ ଫୁଲ୍ ତୋଡ। ପ୍ରଦାନ କରାଯାଇ ସମ୍ବର୍ଧନା ଜ୍ଞାପନ କରାଯାଇଥିଲା। ଏଥି ସହ ୩୦ ତାରିଖ ଦିନ ଉମରକୋଟ ସହରରେ ଥିବା ସମସ୍ତ ସ୍କୁଲ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ହେଇ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସଫଳତ। ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଂକ ଦ୍ଵାରା ପୁରସ୍କୃତ କରା ଯାଇଥିଲା। ଏଥି ସହ ଆଜି ସଭା ମଞ୍ଚ ରେ କିଛି ସ୍କୁଲର ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ସେମାନଙ୍କୁ ମଧ୍ୟ ପୌରପରିଷଦ ପକ୍ଷରୁ ସମ୍ବର୍ଧନା ଜ୍ଞାପନ କରାଯାଇଥିଲା।