April 29, 2026

ସର୍ପ ଘାତରେ ଯୁବକଙ୍କ ଅକାଳ ମୃତ ଫାଣ୍ଡି ଅଫିସରଙ୍କ ସହାୟତା କୁ ପ୍ରଶଂସା 

hand
Share

ତିର୍ତ୍ତୋଲ ::-୩୧-୮-୨୦୨୫

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ଗ୍ରାମପଞ୍ଚାୟତ ର ଲହଣ ପଡ଼ାର ରାଜକିଶୋର ସ୍ଵାଇଁ (୪୨ବର୍ଷ)ପିତା – ସ୍ବର୍ଗତଃ ଦୈତାରି ସ୍ଵାଇଁ ଆଜି ସକାଳ ୧୦ ଘଟିକା ସମୟର ବିଲକୁ ଚାଷ କାର୍ଯ୍ୟରେ ଯାଇଥିବା ସମୟରେ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା ସଙ୍ଗେ ସଙ୍ଗେ ସେ ଘରକୁ ଆସିଥିଲେ ତାଙ୍କ ସ୍ତ୍ରୀଙ୍କୁ ପାଣି ମାଗି ଥିଲେ ପାଣି ପିଇବା ପରେ ଗାଡ଼ି ମିଳିନଥିବା ସମୟରେ କନକ ପୁର ଫାଣ୍ଡି ଅଧିକାରୀ ରାଜେନ୍ଦ୍ର ଭୋଳ ସେହି ଗ୍ରାମକୁ ଏକ କେଶ୍ ବାବଦରେ ଆସିଥିଲେ, ସେ ରଜେନ୍ଦ୍ରଙ୍କ ଅବସ୍ଥା ଦେଖି ଅଲଗା ଗାଡ଼ି ମିଳୁ ନଥିବା ଦେଖି ଫାଣ୍ଡି ଭ୍ୟାନ ରେ ସଙ୍ଗେ ସଙ୍ଗେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ସେଠାରେ ଭର୍ତ୍ତି କରିଥିଲେ !କିନ୍ତୁ ସେଠାରେ ଡାକ୍ତର ରାଜକିଶୋର ଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ସବ ବ୍ୟବଛେଦ ପରେ ନିଜ ଗ୍ରାମର ଶ୍ମଶାନରେ ଶେଷ କୃତ୍ୟ କାର୍ଯ୍ୟ ହୋଇଥିଲା। ଘରେ ରୋଗା ଗ୍ରସ୍ତ ବିଧବା ମା ଏବଂ ସ୍ତ୍ରୀ ୮ ବର୍ଷର ଏକ ମାତ୍ର ପୁଅ ମୁଖଗ୍ନି ଦେଇଥିଲେ ! ସ୍ଥାନୀୟ ସରପଞ୍ଚ ପ୍ରକାଶ ଚନ୍ଦ୍ର ସ୍ଵାଇଁ,ପୂର୍ବତନ ସରପଞ୍ଚ ମୃଣ୍ମୟ ସ୍ଵାଇଁ, ଯୁବ ସାମ୍ବାଦିକ ଶୁଭାଶିଷ ସ୍ଵାଇଁ , କେଦାର ନାୟକ,ବାସୁଦେବ ନାୟକ,ଗଗନ ବିହାରୀ ସାହୁ,ପ୍ରଭାତ କୁମାର ସ୍ବାଇଁ,ଅମର ପଣ୍ଡା,ବିଜୟ କୁମାର ସ୍ବାଇଁ ଙ୍କ ସମେତ ଅନେକ ପଞ୍ଚାୟତ ବାସି ଶ୍ମଶାନ ଘାଟରେ ଉପସ୍ଥିତ ଥିଲେ।ଜଗତ୍ସିଂହପୁରର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର