September 21, 2024

ସନ୍ତୋଷ କୁମାର ମହାପାତ୍ର ଭାରତୀୟ ବ୍ୟକ୍ତିଗତ ଉତ୍କର୍ଷ ଆୱାର୍ଡ ରେ ସମ୍ମାନିତ ହେଲେ  

Share

          ଗଞ୍ଜାମ ବ୍ଲକ ଖଣ୍ଡଦେଉଳି ଅଞ୍ଚଳର ଜଣେ ଉଚ୍ଚ କୋଟିର ପ୍ରତିଭା ସନ୍ତୋଷ କୁମାର ମାହାପାତ୍ର

ଭାରତୀୟ ବ୍ୟକ୍ତିଗତ ଉତ୍କର୍ଷ ଆୱାର୍ଡ ରେ ସମ୍ମାନିତ ହୋଇଥିବା ଜଣାପଡ଼ିଛି l ଯାହାକୁନେଇ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି l ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ବିଧାୟକ ଅନନ୍ତ ନାରାୟନ ଜେନା ସି ଭି ରମଣ ବିଶ୍ୱବିଦ୍ୟାଳୟ ର ଅଧ୍ୟକ୍ଷ ଶଙ୍କର ପରିଡା ଯୋଗଦେଇ ରାଜ୍ୟ ମୁଖ୍ୟ ଜେ କେ ଏ ଇଣ୍ଡିଆ ଓଡିଶା ଜାକାଇ ନେସନାଲ ଗୋଲଡ଼ ମେଡାଲିଷ୍ଟ ଶ୍ରୀ ମହାପାତ୍ରଙ୍କୁ ସମ୍ମାନିତ କରିଥିଲେ l

2002 ମସିହାରେ ରାଉରକେଲା କରାଟେ ଶିକ୍ଷା ଗ୍ରହଣ କରିବା ସହ ଏକାଧିକ ବ୍ଲାକବେଲ୍ଟ ପାଇଛନ୍ତି l 2008 ମସିହାରେ ଭୁବନେଶ୍ୱର ରେ କରାଟେ ରାଜ୍ୟ ମୁଖ୍ୟ ହିସାବରେ ପ୍ରତିଷ୍ଠାନ ଆରମ୍ଭ କରି ସଫଳତାର ଶିଖରରେ ପହଞ୍ଚି ପାରିଛନ୍ତି l ଭୁବନେଶ୍ୱର ରେ ଏକ କରାଟେ ସ୍କୁଲ ରେ ପ୍ରଶିକ୍ଷଣ ପ୍ରଦାନ କରି ଆସୁଛନ୍ତି l

(ପ୍ରଦୀପ କୁମାର ପଣ୍ଡା )