March 11, 2026

ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରେ କାର୍ଯ୍ୟରତ ମହେନ୍ଦ୍ରଗିରି ପ୍ରଡ୍ୟୁସର କମ୍ପାନୀ କୁ ରାଜ୍ୟସ୍ଥରିୟ ସମ୍ନାନ

IMG-20240901-WA0057
Share

 

 

ପାରଳାଖେମୁଣ୍ଡି:୧/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ନୂଆଗଡ ବ୍ଲକରେ କାର୍ଯ୍ୟରତ ମହେନ୍ଦ୍ରଗିରି ପ୍ରଡ୍ୟୁସର କମ୍ପାନୀକୁ କୃଷକମାନଙ୍କର କ୍ଷୁଦ୍ର ଶସ୍ୟ ଜାତୀୟ ଫସଲ ଉତ୍ପାଦନ ,ପ୍ରକ୍ରିୟାକରଣ ଏବଂ ବିକ୍ରୟ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣକରି ଛପନ ଲକ୍ଷ ଟଙ୍କାର ବ୍ୟବସାୟ କରିବା ଓ କୃଷକ ମାନଙ୍କୁ ଏକତ୍ରିତ କରାଇ ତାଙ୍କର ଉତ୍ପାଦିତ ସାମଗ୍ରୀକୁ ସଠିକ ଦରରେ ବିକ୍ରୀକରି ସେମାନଙ୍କ ଆର୍ଥିକ ମାନଦଣ୍ଡକୁ ସମୃଦ୍ଧ କରିବାରେ ସାହାଯ୍ୟ କରିଥିବାରୁ ମହେନ୍ଦ୍ରଗିରି ପ୍ରଡ୍ୟୁସର କମ୍ପାନୀ ଲିଃ. କୁ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରର ୬୩ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଭୁବନେଶ୍ୱର ସ୍ଥିତ ଏହି ବିଶ୍ୱବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ ,ଉପମୁଖ୍ୟ ମନ୍ତୀ , କୃଷି ପ୍ରମୁଖ ସଚିବ ଓ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ଉପସ୍ତିତିରେ ସମ୍ନାନିତ କରାଯାଇଛି । ଏହି ସମ୍ନାନ ପାଇଲା ପରେ ମହେନ୍ଦ୍ରଗିରି ପ୍ରଡ୍ୟୁସର କମ୍ପାନୀର ନିର୍ଦେଶୟକ ମଣ୍ଡଳୀ ,ଅଂଶ ଧନଦାତା ଓ କର୍ମଚାରୀଙ୍କ ଗହଣରେ ଏକ ବଡ ଉତ୍ସ୍ଛାହ ଦେଖାଦେଇଛି ଓ ଏହା ଆଗକୁ ଚାଷୀମାନଂକୁ ପ୍ରେରଣା ଯୋଗାଇବ ବୋଲି ମତବ୍ୟକ୍ତ କରିଛନ୍ତି କମ୍ପନିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦଲାଇ । ଗଜପତି ଜିଲ୍ଲାରେ ଏହି କମ୍ପାନୀ , ନୂଆଗଡ ବ୍ଲକ ରେ ଓଡିଶା ମିଲେଟ ମିଶନ ଓ ବାସନା -ଅଣ ବାସନା ଓ ଦେଶୀ ଧାନ କାର୍ଯ୍ୟକ୍ରମ ରେ କାର୍ଯ୍ୟକାରୀ ସଂସ୍ଥା ଭାବେ କାମକରୁଛି । ଗୋଶାଣୀ ବ୍ଲକ ରେ ବାସନା -ଅଣ ବାସନା ଓ ଦେଶୀ ଧାନ କାର୍ଯ୍ୟକ୍ରମ ରେ କାର୍ଯ୍ୟକାରୀ ସଂସ୍ଥା ଭାବେ କାମକରୁଛି । ଏହି କମ୍ପାନୀ ଟିଡ଼ିସିସି ତରଫରୁ ମଣ୍ଡି ରେ ମାଣ୍ଡିଆ ଓ ତେନ୍ତୁଲି କ୍ରୟ କରିବା ସହିତ ମହୁ ଉତ୍ପାଦନ କରି ବଜାରିକରଣ କରୁଛି ।