November 13, 2024

କୋଟପାଡ଼ ବ୍ଲକ ଗୁମୁଡାରେ ସରପଞ୍ଚ ସଂଘର ମାସିକ ବୈଠକ. ପିଇଓ ମାନଙ୍କ ପ୍ରତି ଅସାମାଜିକ ବ୍ୟକ୍ତିଙ୍କ ଚାପକୁ ବରଦାସ୍ତ କରାଯିବ ନାହିଁ.

Share

 

 

 

 

କୋରାପୁଟ ଜ଼ିଲ୍ଲା ର କୋଟପାଡ଼ ବ୍ଲକ ଗୁମୁଡା ଗ୍ରାମ ପଞ୍ଚାୟତ ସଦର ମହକୁମା କାର୍ଯ୍ୟାଳୟ ଠାରେ ଆଜି ସଂଘର ମାସିକ ବୈଠକ ସଭାପତି ଶ୍ରୀ ଦେବ ମାଝିଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି. ଉକ୍ତ ବୈଠକ ରେ ନିର୍ବାଚନ ସମୟ ରେ ପ୍ରତ୍ୟକ ୱାର୍ଡ ରେ ଉନ୍ନୟନ ମୂଳକ କାମ ହେବ ବୋଲି ସରପଞ୍ଚ ମାନେ ପ୍ରତିଶୁତି ଦେଇ ନିର୍ବାଚିତ ହୋଇଥାନ୍ତି ହେଲେ ସରକାର ପତିବର୍ତ୍ତନ ଠାରୁ କେତେକ ଅସାମାଜିକ ବ୍ୟକ୍ତି. ଠେକାଦାର ମାନେ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କୁ ଆମକୁ ନ ପଚାରି କୌଣସି କାମ କରିବାକୁ ହେବ ନାହିଁ ବୋଲି ଚାପ ପ୍ରୟୋଗ କରୁ ଥିବା ରୁ ବୈଠକ ରେ ଅସନ୍ତୋଷ ପ୍ରକାଶ ପାଇଥିଲା. ତେଣୁ ସରପଞ୍ଚ ଙ୍କ କ୍ଷମତା କୁ କେହି ମଧ୍ୟ କ୍ଷୁର୍ଣ୍ଣ କରି ପାରି ବେ ନାହିଁ. କୌଣସି ଅସାମାଜିକ ବ୍ୟକ୍ତି ଙ୍କ କଥା କୁ ବରଦାସ୍ତ କରାଯିବ ନାହିଁ ବୋଲି ନିଷ୍ପତି ହୋଇଥିବା ଜଣାଯାଇଛି. ଯୋଗାଣ ଅଧିକାରୀ ଏଠାରେ ରହୁ ନାହାନ୍ତି ଡାଟା ଅପରେଟର ଉକ୍ତ ବିଭାଗ ଚଳାଉଛନ୍ତି. ସ୍କୁଲ ଗୁଡିକ ରେ ନିମ୍ନ ମାନର ଖାଦ୍ୟ ଦିଆ ଯାଉଛି.weo ମଧ୍ୟ ସ୍କୁଲ ଗୁଡିକ ଠିକ ସେ ଗସ୍ତ କରୁ ନାହାନ୍ତି. ଗ୍ରାମାଞ୍ଚଳ ରେ ଭତ୍ତା ନିୟମିତ ପ୍ରଦାନ କରଯାଉ ନାହିଁ. ଘୁମର ପଞ୍ଚାୟତ ଦାୟିତ୍ୱ ରେ ଥିବା କନିଷ୍ଟ ଯନ୍ତ୍ରୀ ନିୟମିତ ଆସୁ ନାହାନ୍ତି. ତେଣୁ ଅଞ୍ଚଳ ରେ ବହୁ ଉନ୍ନତି ମୂଳକ କାମ ରେ ବାଧା ପ୍ରାପ୍ତ ହେଉଅଛି. ସୁନାର ବେଲି ନୂଆଗାଁ ଆଶ୍ରମ ସ୍କୁଲ ରେ ପ୍ରଧାନ ଶିକ୍ଷକ ଓ ଶିକ୍ଷକ ମାନେ ରହୁ ନାହାନ୍ତି. ଏହିପରି ଅଞ୍ଚଳ ର ବିକାଶ କୁ ନେଇ ଆଲୋଚନା ହୋଇଥିବାର ଜଣା ଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା I