November 22, 2024

ଆଜିର ଖବର, ୧-ସେପ୍ଟେମ୍ବର-୨୦୨୩, ଶୁକ୍ରବାର*

Share

*╭─────────────────────╮*
*🌄 ଆଜିର ଖବର, ୧-ସେପ୍ଟେମ୍ବର-୨୦୨୩, ଶୁକ୍ରବାର*
*╰─────────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଶ୍ରୀମନ୍ଦିରେ ପୁଣିଥରେ ଆରମ୍ଭ ହେବ ପରିମାଣିକ ଦର୍ଶନ ବ୍ୟବସ୍ଥା l ଟିକେଟ କିଣିଥିବା ବ୍ୟକ୍ତି ନିର୍ଦ୍ଧିଷ୍ଟ ସମୟରେ ଜଗମୋହନ ଭ଼ିତରକାଠ ପାଖରୁ ମହାପ୍ରଭୁଙ୍କୁ ଦର୍ଶନ କର଼ିପାର଼ିବେ । ସେପଟେ ଖୁବଶୀଘ୍ର ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର । ଆଗ୍ରହୀ ବ୍ୟକ୍ତିମାନେ ଟିକଟ କିଣି ଗଣ୍ଡିଚା ମନ୍ଦିର ଭିତର ପରିଦର୍ଶନ କରିପାରିବେ l

➡️୨-BSE ପ୍ରକାଶ କଲା ୨୦୨୨ OTET ପରୀକ୍ଷା ଫଳ l www.bseodisha.ac.in ରେ ପରୀକ୍ଷାର୍ଥୀ ନିଜ ରେଜଲ୍ଟ ଦେଖିପାରିବେ ।

➡️୩-ଜାରି ହେଲା ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତର ଅଭିବୃଦ୍ଧି ହାର (GDP) । ପ୍ରଥମ ତ୍ରୈମାସିକରେ ଭାରତର ଅଭିବୃଦ୍ଧି ହାର ରହିଛି ୭.୮ % l

➡️୪-ଛତିଶଗଡ଼ର ରାଜଧାନୀ ରାୟପୁରର ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ l

➡️୫-ଜୟା ବର୍ମା ସିହ୍ନା ରେଳବାଇ ବୋର୍ଡର ନୂତନ ଅଧ୍ୟକ୍ଷା ଭାବେ ହେଲେ ନିଯୁକ୍ତ l ଏହି ପଦବୀରେ ନିଯୁକ୍ତି ପାଇବାରେ ସେ ହେଉଛନ୍ତି ପ୍ରଥମ ମହିଳା।

➡️୬-ଏଲନ ମସ୍କଙ୍କ ବଡ଼ ଘୋଷଣା, ଏଣିକି ଟ୍ୱିଟରରେ ମିଳିବ ଅଡିଓ ଏବଂ ଭିଡିଓ କଲିଂ ଫିଚର l

➡️୭-ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ନିଜର ୩୦ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ କଲେ ଶେଷ

➡️୮-ପ୍ରାଣିଉଦ୍ୟାନ ନନ୍ଦନକାନନକୁ ଆସିଲେ ଦୁଇଟି ନୂଆ ଅତିଥି l ହାଇଦ୍ରାବାଦରୁ ହଳେ ଗୋଲଡେନ୍ ହ୍ୟାଣ୍ଡ୍ ତାମରିନ୍ ଓ ହଳେ ଗୁଣ୍ଡୁଚିମାଙ୍କଡ କ୍ରୟ କରି ନନ୍ଦନକାନନ କର୍ତୁପକ୍ଷ ଆଣିଲେ l

➡️୯-ଗ୍ୟାସ ପରେ ଏବେ କମିବ ପେଟ୍ରୋଲ-ଡିଜେଲ୍ ଦର ! ସେପ୍ଟେମ୍ବର ମାସରେ କମିବା ନେଇ ହେଲା ଆକଳନ l

➡️୧୦-ରିଲିଜ ହେଲା ଶାହାରୁଖଙ୍କ ଯବାନ ସିନେମାର ଟ୍ରେଲର, ସେପ୍ଟେମ୍ବର ୩ ତାରିଖରେ କରିବ ମୁକ୍ତିଲାଭ l ରିଲିଜର ମାତ୍ର ୬ ଘଂଟାରେ ୮୦ ଲକ୍ଷରୁ ଅଧିକ ଦର୍ଶକ ଟ୍ରେଲରକୁ ଦେଖିସାରିଲେଣି ।

➡️୧୧-ଆସନ୍ତା ମାସ(ସେପ୍ଟେମ୍ବର) ୧୮ରୁ ବସିବ ସଂସଦର ସ୍ବତନ୍ତ୍ର ଅଧିବେଶନ l ଏହି ସ୍ବତନ୍ତ୍ର ଅଧିବେଶନ ୧୮ ତାରିଖରୁ ଆରମ୍ଭ ହୋଇ ୨୨ ତାରିଖରେ ଶେଷ ହେବ l

➡️୧୨-ମୁମ୍ବାଇରେ ଆରମ୍ଭ ହେଲା ‘ଇଣ୍ଡିଆ’ ମେଣ୍ଟର ବୈଠକ, ଯୋଗ ଦେଲେ ୨୮ଟି ଦଳ l

➡️୧୩-ଆଦାନୀ ପ୍ରସଙ୍ଗ ନେଇ କେନ୍ଦ୍ର ସରକାରଙ୍କୁ ପୁଣିଥରେ ଟାର୍ଗେଟ୍ କଲେ ରାହୁଲ l କହିଲେ ମୋଦୀ ଏହା ସ୍ପଷ୍ଟ କରନ୍ତୁ ଯେ, ଓସିସିଆରପିର ଅଭିଯୋଗରେ ତାଙ୍କ ନାଁ କିପରି ରହିଛି l

➡️୧୪-ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାମଲାରେ ଅନ୍ୟତମ ଅଭିଯୁକ୍ତ ଖଗେଶ୍ବର ପାତ୍ରଙ୍କୁ ଜାମିନ ମଞ୍ଜୁର କଲେ ହାଇକୋର୍ଟ l

➡️୧୫-ଆଗାମୀ ନିର୍ବାଚନକୁ ଆଖିରେ ରଖି ସେପ୍ଟେମ୍ବର ପ୍ରଥମ ସପ୍ତାହରେ ସୁପର ଷ୍ଟ୍ରାଟେଜି କରିବ ଓଡିଶା କଂଗ୍ରେସ । ଆସନ୍ତା ମାସ ପ୍ରଥମାର୍ଦ୍ଧରେ ହେବ କଂଗ୍ରେସର ବଡ ଧରଣର ମିଶ୍ରଣ ପର୍ବ l ଯୋଗଦେବେ ନେତା ଓ ଅବସରପ୍ରାପ୍ତ ବାବୁ l

➡️୧୬-ସେପ୍ଟେମ୍ବର ୯ରୁ ଆରମ୍ଭ ହେଉଥିବା ଜି-୨୦ସମ୍ମିଳନୀ କୁ ପୁଟିନଙ୍କ ଭଳି ଜିନ୍ ପିଙ୍ଗ୍ ବି ଆସିବେନି, ମାନଚିତ୍ର ବିବାଦ ନେଇ ବଦଳିଲା ମୁଡ୍ l

➡️୧୭-ଆମେରିକାର ଫ୍ଲୋରିଡାରେ ଭୟଙ୍କର ଝଡ଼ ତୋଫାନ l ସମୁଦ୍ରରେ ୧୫ ଫୁଟରୁ ଅଧିକ ଉଚ୍ଚ ଜୁଆର ଉଠିବା ସହିତ ୨୦୦ କିଲୋମିଟରରୁ ଅଧିକ ବେଗରେ ବୋହିଲା ପବନ l

➡️୧୮-ନିଜ ବେତନରେ ଖୁସି ନୁହନ୍ତି ପାକିସ୍ତାନ ରାଷ୍ଟ୍ରପତି, ଦାବି କଲେ ମାସିକ ୧୨ଲକ୍ଷ ଟଙ୍କା ଦରମା l

➡️୧୯-ମୁକେଶ ଅମ୍ବାନୀଙ୍କ କମ୍ପାନୀ କିଣିଲା ବିସିସିଆଇର ମିଡିଆ ରାଇଟସ୍ । ଏବେ ଭାୟାକମ-୧୮ ଚ୍ୟାନେଲରେ ଆପଣ ଦେଖିପାରିବେ ଭାରତୀୟ ଟିମର ଘରୋଇ ମ୍ୟାଚ୍ l

➡️୨୦-ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଅନଲାଇନ ଗେମିଙ୍ଗ ବିଜ୍ଞାପନକୁ ନେଇ ଉପୁଜିଲା ବିବାଦ, ଘର ଆଗରେ ବିକ୍ଷୋଭ କଲେ ବିଧାୟକଙ୍କ ସମର୍ଥକ l
➡️୨୧-ଏସିଆ କପ୍‌: ବାଂଲାଦେଶକୁ ୫ୱିକେଟ୍‌ରେ ହରାଇଲା ଶ୍ରୀଲଙ୍କା l

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*

*🔅ଆଜି ବିଶ୍ୱ ଚିଠି ଲେଖିବା ଦିବସ ll*
*🔅ଆଜି ଜାତୀୟ ପୁଷ୍ଟିକର ସପ୍ତାହ*
*01 ରୁ 07 ସେପ୍ଟେମ୍ବର ll*
*🔅ଆଜି ଜାତୀୟ ଶିଶୁ ଚୋରି ସଚେତନତା ଦିବସ ll*
*🔅ଆଜି ଜାତୀୟ ଅଳସୁଆ ମାତୃ ଦିବସ ll*
*🔅ଆଜି ଜାତୀୟ ଖାଦ୍ୟ ବ୍ୟାଙ୍କ ଦିବସ ll*
*🔅ଆଜି ଉଜବେକିସ୍ତାନ ସ୍ୱାଧୀନତା ଦିବସ ll*

*ବି. ଦ୍ର : ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ । ଆପଣଙ୍କର ନିଜର ଲୋକଙ୍କୁ ସମସ୍ୟା ଜଣାନ୍ତୁ, ମାନସିକ ରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ବା ଟେଲିମାନସ ନମ୍ବର ୧୪୪୧୬ରେ ଯୋଗାଯୋଗ କରନ୍ତୁ, ଜନହିତରେ ଜାରି ll*