ଆଜିର ଖବର..
ପୁଣିଥରେ ପ୍ରବଳ ବର୍ଷା ନେଇ ଆଜି ପାଇଁ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ।
ଖଲିବ ବଡମ୍ବାର ବନ୍ଦ ଚିନିକଳ:- ପରିଦର୍ଶନ କଲେ କେନ୍ଦ୍ରୀୟ ପ୍ରତିନିଧି ମଣ୍ଡଳ, ବଡମ୍ବା ସୁନାପାଳ ସ୍ଥିତ ବନ୍ଦ ଚିନିକଳକୁ ପରିଦର୍ଶନ କରିଛନ୍ତି ପ୍ରତିନିଧି ମଣ୍ଡଳୀ, ପରିଦର୍ଶନ ପରେ ଆଠଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହୋଇଛି ବୈଠକ..
ଆଜି ବିଇଡି ପ୍ରବେଶିକା ଫଳ ପ୍ରକାଶ ପାଇବ। ୮ ତାରିଖରେ ହେବ ପ୍ରଥମ ପର୍ଯ୍ୟାୟ ସିଟ୍ ଆବଣ୍ଟନ।
ଏଣିକି ହାଲୁକା ହେବ ସ୍କୁଲ ବ୍ୟାଗ୍। ୨୦୧୯ ର ସରକାରୀ ନିର୍ଦ୍ଦେଶ ପାଳନ ହେବ, ବ୍ଲକ ସ୍ତରୀୟ କମିଟି ତଦାରଖ କରିବ।
ଓଡ଼ିଶା ମାନଚିତ୍ରକୁ ଓଡ଼ିଆ ଭାଷାରେ ଛପା ହେବ ବୋଲି ସର୍ଭେ ଅଫ୍ ଇଣ୍ଡିଆ ପକ୍ଷରୁ ମୁଖ୍ୟଶାସନ ସଚିବଙ୍କୁ ଚିଠି।
ଖାଦ୍ୟ ପ୍ରକ୍ରିୟାକରଣରେ ୬୫୦୦ କୋଟି ନିବେଶ। ପୂର୍ବ ଭାରତର ରପ୍ତାନି ହବ୍ ହେବ ଓଡ଼ିଶା, କହିଲା ଇପିକଲ
ପୁରୀ ଶରଧାବାଲି ଦଳଚକଟା ଘଟଣାର ତଦନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଉନ୍ନୟନ କମିଶନର।
ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ, ‘ସି-ବକ୍ସ’ ପୋର୍ଟାଲରେ ରହିବ କଲେଜର ଆଇସିସି। ଶୀଘ୍ର ତଥ୍ୟ ଦେବାକୁ ନିର୍ଦ୍ଦେଶ।
ବିଦ୍ୟାଳୟରେ ଉନ୍ନତ ମାନର ପୋଷାକ ବାଣ୍ଟିବାକୁ ନିର୍ଦ୍ଦେଶ। ଅବହେଳା କଲେ କଳା ତାଲିକାଭୁକ୍ତ ହେବ ସଂସ୍ଥା।
ଜଗତସିଂହପୁର ଜିଲ୍ଲାରେ ମାଡି ଚାଲିଛି ଜଣ୍ଡିସ୍। ୫ ଦିନରେ ୪୦ରୁ ଅଧିକ ଆକ୍ରାନ୍ତ। ବାହାର ଖାଦ୍ୟକୁ ସାବଧାନ
ମୟୂରଭଂଜ ଜିଲ୍ଲା ବିଜାତଳା ବ୍ଳକରେ ସରକାରୀ ସ୍କୁଲରେ ୧୧ଟି ଶ୍ରେଣୀ ପ୍ରକୋଷ୍ଠରେ ୪୨୯ ପିଲା, ୬ଜଣ ଶିକ୍ଷକ
ଜଗତସିଂହପୁର ଜିଲ୍ଲା ଜଗନ୍ନାଥପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଚାଉଳରେ ପୋକ। ଧାରଣାରେ ବସିଲେ ସରପଞ୍ଚଙ୍କ ଓ ସମିତି ସଭ୍ୟ।
କଟକରୁ କୋଡାଇନ୍ ମିଶ୍ରିତ କଫ୍ ସିରପ୍ ଜବତ। କୋରିଅର୍ ସଂସ୍ଥାରେ ମିଳିଲା ପାଖାପାଖି ୩୪ ଲକ୍ଷ ଟଙ୍କାର ମାଲ
ବଲାଙ୍ଗୀର ଖପ୍ରାଖୋଲରେ ବାହାରୁ ଆସିଥିବା ବ୍ଲକ୍ ଶିକ୍ଷୟତ୍ରୀଙ୍କୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ। odiaxpress
ଢେଙ୍କାନାଳ ଜିଲ୍ଲାରେ ୩ ଜଣଙ୍କୁ କଚାଡ଼ି ମାରିଲା ହାତୀ, ସମସ୍ତଙ୍କୁ କ୍ଷତିପୂରଣ ଦିଆଯିବ ବୋଲି କହିଲେ ମନ୍ତ୍ରୀ
ପୂର୍ବତନ ଉପଜିଲାପାଳ ଆଇଏଏସ ଧିମାନ ଚକମା ଜେଲରୁ ବାହାରିଲେ। ଲାଞ୍ଚ ଟଙ୍କା ଖାଇବା ଅଭିଯୋଗରେ ଗିରଫ ହୋଇଥିଲେ
ଭୁବନେଶ୍ୱରରେ ବସ୍ତିବାସିନ୍ଦାଙ୍କୁ ବିଡିଏ ପକ୍ଷରୁ ଘର ଆବଣ୍ଟନ, ୩୮ଜଣଙ୍କର ଲଟେରି ଉଠିଲା।
ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମ ଦିନ ଉପଲକ୍ଷେ ଓଡ଼ିଶାରେ ସରକାର ୭୫ ଲକ୍ଷ ଗଛ ଲଗାଇବେ
ଓଡ଼ିଶା ସମେତ ୬ଟି ରାଜ୍ୟର ୪ଟି ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ
୨୦୦୮ ମାଲେଗାଓ ବିସ୍ଫୋରଣ ମାମଲାରେ ପ୍ରଜ୍ଞା ଠାକୁରଙ୍କ ସହ ୭ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଗଲେ।
ବିଜେପିକୁ ଛାଡିଦେଲା ଏଆଇଏଡିଏମକେ। ଆଗାମୀ ବିଧାନସଭା ନିର୍ବାଚନରେ ଏକାକୀ ମଇଦାନକୁ ଓହ୍ଲାଇବ।
ସୀମା ପାଖରେ ଚେନାବ ନଦୀରେ ୪୦ ବର୍ଷ ପରେ ଆରମ୍ଭ ହେବ ସାୱଲକୋଟ୍ ଜଳବିଦ୍ୟୁତ୍ ପ୍ରକଳ୍ପ।
ରାଜସ୍ଥାନ ପାକିସ୍ତାନ ସୀମା ନିକଟରୁ ମିଳିଲା ୪୫୦୦ ବର୍ଷ ପୁରୁଣା ଭଙ୍ଗାଚୁଡ଼ି, ମଣି ଏବଂ ମାଟି ପାତ୍ର। ପୁରାତନ ସଭ୍ୟତାର ସନ୍ଧାନ
ଡୋନାଲଡ଼ ଟ୍ରମ୍ପ ପାକିସ୍ତାନ ପଟକୁ ଆଉଜିଲେ। ପାକିସ୍ଥାନରେ ତେଲ ଭଣ୍ଡାର କରିବ ଆମେରିକା ।
ସିଙ୍ଗାପୁରରେ ଅତି ଉତ୍ତମ କାର୍ଯ୍ୟ ପାଇଁ ଭାରତର ୭ ଶ୍ରମିକଙ୍କୁ ସମ୍ମାନିତ କରି ୪୪ ଲକ୍ଷ ଟଙ୍କା ଦେବେ ସିଙ୍ଗାପୁର ରାଷ୍ଟ୍ରପତି
=======================
ବନ୍ଦେ ଉତ୍କଳ ଜନନୀ 🪻🌻🪻
