ଭାରତୀୟ ଜାତୀୟ ମଜଦୁର କଂଗ୍ରେସ ( INTUC ) ଯୁବ ଶାଖାର ଜିଲ୍ଲା ସଭାପତି ଭାବେ ଇଂ. ବେଦଦ୍ୟୁତିଙ୍କୁ ମିଳିଲା ଦାୟିତ୍ୱ l

ତିର୍ତ୍ତୋଲ ( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )
ଖୁବ କମ ବୟସରୁ ନିଜର କାର୍ଯ୍ୟ ଦକ୍ଷତା ପାଇଁ ବିଭିନ୍ନ ଦାୟିତ୍ୱ ରେ ରହି ଚର୍ଚ୍ଚାର ପରିସରକୁ ଆସିଥିବା ଯୁବ ସଂଗଠକ, ସମାଜସେବୀ ଇଂ ବେଦଦ୍ୟୁତି ପୃଷ୍ଟି ଙ୍କୁ ଏବେ ଆଉ ଗୋଟିଏ ଗୁରୁ ଦାୟିତ୍ୱ ରେ ନିଯୁକ୍ତ କରାଯାଇଛି l ଭାରତୀୟ ଜାତୀୟ ମଜଦୁର କଂଗ୍ରେସ (ଆଇ.ଏନ.ଟି.ଇଉ.ସି )ଓଡିଶା ପକ୍ଷରୁ l
ଇଂ. ବେଦଦ୍ୟୁତି ପୃଷ୍ଟି ଙ୍କୁ ଜଗତସିଂହପୁର ଜିଲ୍ଲା ଯୁବ ସଭାପତି ଭାବେ ଚୟନ କରା ଯାଇଛି l ଇଂ ପୃଷ୍ଟି ପୂର୍ବରୁ ତିର୍ତ୍ତୋଲ ବ୍ଲକ କନୀମୂଳ ଗ୍ରାମ ପଞ୍ଚାୟତ ର ସରପଞ୍ଚ, ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ର ସଭାପତି, ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୂଲିଆ ସଂଘ ର ଜିଲ୍ଲା ସଭାପତି, ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନ ର ରାଜ୍ୟ ସାଧାରଣ ସମ୍ପାଦକ ତଥା ଜିଲ୍ଲା ର ଜଣେ ଅଗ୍ରଣୀ ସୂଚନା ଅଧିକାର ଓ ସାମଜିକ କର୍ମୀ ଭାବରେ ନିଜର ସେବା ଯୋଗେଇ ଚର୍ଚ୍ଚାରେ ରହିଆସିଛନ୍ତି l ଏହି ନୂତନ ପଦବୀରେ ଥିବା ଅବସରରେ ଇଂ ପୃଷ୍ଟି ଜଗତସିଂହପୁର ଜିଲ୍ଲାର ଯୁବ, ଛାତ୍ର, ମହିଳା ଓ ଶ୍ରମିକ ମାନଙ୍କ ହକ ଓ ଅଧିକାର ର ଲଢେଇ କରିବେ ବୋଲି ଆମ ଚାନେଲ ମାଧ୍ୟମରେ ଜିଲ୍ଲା ବାସୀଙ୍କୁ ଅବଗତ କରାଇଛନ୍ତି l ଏହି ନିଯୁକ୍ତି ପାଇଁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଓଡିଶା ର ସଭାପତି ପୂର୍ବତନ ସାଂସଦ ଶ୍ରୀଯୁକ୍ତ ରାମଚନ୍ଦ୍ର ଖୁଣ୍ଟିଆ, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସତ୍ୟବ୍ରତ ନାୟକ, ଓଡିଶା ଯୁବ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ସଭାପତି ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ବେହେରା ଙ୍କୁ କୃତଜ୍ଞତା ଜଣାଇବା ସହ ଜଗତସିଂହପୁର ଜିଲ୍ଲାବାସୀ ଙ୍କ ଆଶୀର୍ବାଦ କାମନା କରିଛନ୍ତି l ଏହି ଖବର ଜାଣିବା ପରେ ଜିଲ୍ଲାର ବହୁ ପ୍ରଶଂସକ ମାନଙ୍କର ଶୁଭେଚ୍ଛା ର ବାର୍ତ୍ତା ପହଂଚିବାରେ ଲାଗିଛି ।
