November 15, 2024

ଉମରକୋଟ ବ୍ଲକ ମୁଣ୍ଡିଗୁଡ଼ା ଠାରେ ଚାଳ ଛପର ଘରେ ଦିନ ବିତୁଛି ଜଗନୁ ର……..

Share

 

ଉମରକୋଟ (ଏମ୍.ଦିନା°ଶୁ ଆଚାରୀ )୧/୮/୨୫:ସରକାର ଗରିବ ଶ୍ରେଣୀର ଲୋକଙ୍କୁ ଛାତଘର ଦେବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରିଛନ୍ତି, ହେଲେ ଏହି ଯୋଜନା ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକରେ କେତେ ଯେ ଫଳପ୍ରଦ ହୋଇଛି ତାହା ଏହି ଚିତ୍ରକୁ ଦେଖିଲେ ସ୍ପଷ୍ଟ ବାରି ହୋଇଯାଉଛି |ଗରିବ ଶ୍ରେଣୀର ଜନସାଧାରଣ ପୂର୍ବଭଳି ଝାଟିମାଟି କୁଡ଼ିଆ ଓ ପଲିଥିନ ତଳେ ରହି ଆସୁଥିବା ବେଳେ ମଧ୍ୟବିତ୍ତ ଓ ଧନୀ ଶ୍ରେଣୀର ଲୋକେ ନିଜକୁ ଗରିବ କହି ଗରିବର ଘର ସବୁ ହାତେଇ ଚାଲିଛନ୍ତି |ପ୍ରଶାସନ ମଧ୍ୟ ତାର ସଠିକ ତଦନ୍ତ କରୁନି, ତେଣୁ ଏହି ଯୋଜନାର ଉପଯୁକ୍ତ ହିତାଧିକାରୀମାନେ ବାଦ ପଡୁଛନ୍ତି |ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ମୁଣ୍ଡିଗୁଡା ପଂଚାୟତର ଫୁକାଗୁଡା ଗ୍ରାମରେ ବାସ କରନ୍ତି ଜଗନୁ ହରିଜନଙ୍କ ପରିବାର |ଜଗନୁଙ୍କ ପରିବାର କହିଲେ ନିଜେ ଜଗନୁ ଓ ତାଙ୍କ ସ୍ତ୍ରୀ ଆଳବିନା |ଜଗନୁ ଙ୍କ ବୟସ ପାଖାପାଖି ୪୮ ଥିବା ବେଳେ ଆଳବିନା ଙ୍କ ବୟସ ୪୫ ହେବ |ଏହି ଦମ୍ପତି ସମ୍ପୂର୍ଣ୍ଣ ଜମିହୀନ |ଜମିବାଡ଼ି କିଛି ନାହିଁ କି ଉତ୍ତରାଧିକାରୀ ମଧ୍ୟ କେହି ନାହାନ୍ତି |ସବୁବେଳେ କୁଲି ମଜୁରୀ କାମ କରି ସେଥିରୁ ଯାହା ମିଲୁଛି ତହିଁରେ ଦୁହିଁଙ୍କ ପେଟ ପାଇଁ ଦାନା ଯୋଗାଡ଼ କରୁଛନ୍ତି |ପଂଚାୟତରୁ ମିଲୁଛି ସ୍ୱାମୀ ସ୍ତ୍ରୀ ଙ୍କୁ ମାତ୍ର ୧୦କେଜି ଚାଉଳ |ଧାରକରଜ କରି ୧୬ବର୍ଷ ତଳେ କରିଥିବା ମାଟି କୁଡ଼ିଆ ଏବେ ବିପଦ ସଂକୁଳ ଅବସ୍ଥାରେ ପହଂଚିଲାଣି |ଘରର ନଡା ଛପର ମଧ୍ୟ ସଢ଼ି ଗଲାଣି, ତେଣୁ ଅଳ୍ପ ଟିକେ ବର୍ଷା ହେଲେ ଘର ଭିଜି ଯାଉଛି |ଶୋଇବା, ବସିବାକୁ ବଡ଼ ଅସୁବିଧା ହେଉଥିବା ଜଗନୁ କହିଛନ୍ତି |ପ୍ରଶାସନ ଏହି ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ଘର ଖଣ୍ଡିଏ ଯୋଗେଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି |