June 29, 2026

ଗଜପତି ଜିଲ୍ଲା ଗୁମା ବ୍ଲକ ସମବାୟ ସମିତିର ମୂଖ୍ୟ କର୍ମକର୍ତ୍ତାଙ୍କ ବିଭିନ୍ନ ସମସ୍ୟା କୁ ଗୁମ୍ମା ବିଡ଼ିଓଙ୍କୁ ସ୍ମାରକ ପତ୍ର ପ୍ରଦାନ 

Share

ଗଜପତି –ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସମିତି ସମବାୟ ସମିତିର ମୂଖ୍ୟ କର୍ମକର୍ତ୍ତା ଙ୍କ ଦ୍ୱାରା ଆଜି ଗୁମ୍ମା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆକାଶ କୁମାର ପଣ୍ଡା ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିବା ସଙ୍ଗେ ସଙ୍ଗେ ସମାଜରେ ଶ୍ରମିକ, ଗରିବ, ଖଟିଖିଆ, ତଥା ଗରିବ ଶ୍ରେଣୀର ଜନସାଧାରଣ ଆର୍ଥିକ, ସାମାଜିକ ଓ ଦୈନନ୍ଦିନ ଜୀବନ ଶୈଳୀର ବିକାଶ ନିମନ୍ତେ ଶ୍ରମିକ ସମବାୟ ସମିତିର ଗୁରୁତ୍ବ ଓ ମହତ୍ତ୍ଵ ସମ୍ବନ୍ଧରେ ଆଲୋଚନା କରିଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଆକାଶ କୁମାର ପଣ୍ଡା ଶ୍ରମିକ ସମବାୟ ସମିତିର ଏହି ପରି ପଦକ୍ଷେପକୁ ସ୍ୱାଗତ କରିବା ସହିତ ଗୁମ୍ମା ବ୍ଲକ ର ୨୦ ଗୋଟି ପଞ୍ଚାୟତ ରେ ଏହି ବିକାଶ ମୂଳକ ଯୋଜନାକୁ କାର୍ଯ୍ୟକାରୀ କରିବାପାଇଁ ସହାୟତା ପ୍ରଦାନ କରିବି ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଗୁମ୍ମା ବ୍ଲକ ସହ ଶାଖା ପରିଚାଳକ ଶ୍ରୀ ହୋସେୟ କାର୍ଯୀ,ବିରାଗ କେଶରୀ ଲିମ୍ମା,ହରେଶ୍ ଦଳ ବେହେରା, ଏବଂ ପଞ୍ଚାୟତ ସ୍ତରୀୟ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

You may have missed