September 13, 2026

ରେଙ୍ଗାଲି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ୭୬ ତମ ବନମହୋତ୍ସବ

IMG-20250701-WA0025
Share

 

 

ସୁରେନ୍ଦ୍ର କଠାର,ବରଗଡ

 

ଆଜି ମଂଗଳବାର ଦିନ ବରଗଡ଼ ଜିଲ୍ଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ରେଙ୍ଗାଲି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ୭୬ ତମ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ।ପ୍ରଧାନ ଶିକ୍ଷୟତ୍ରୀ ପଦ୍ମିନୀ ପ୍ରଭା ତ୍ରିପାଠୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପାହାଡଶ୍ରିଗିଡ଼ା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଗୀତାଞ୍ଜଳି ପ୍ରଧାନ , ସମ୍ମାନିତ ଅତିଥି ରୂପେ ପୂର୍ବତନ ସରପଞ୍ଚ ବିଜୟ କୁମାର ଭୋଇ ମଞ୍ଚାସୀନ ଥିଲେ। ଡେବ୍ରିଗଡ ଅଭୟାରଣ୍ୟ ଆନୁକୁଲ୍ୟରେ ଅନୁଷ୍ଠିତ ଏହି କାର୍ଯକ୍ରମ ରେ ରେଞ୍ଜର ରାଜେଶ କୁମାର ମହାକୁର ତଥା ଫରେଷ୍ଟର ପାତ୍ର ବାବୁ ଓ ଅନ୍ୟାନ୍ୟ ଅଧିକାରୀ ମାନେ ସହଯୋଗ କରିଥିଲେ।ବିଦ୍ୟାଳୟ ର ଶିକ୍ଷକ ଭାବନି ଶଙ୍କର ପ୍ରଧାନ ମଞ୍ଚ ପରିଚାଳନା ତଥା ଉଦ୍ଦେଶ୍ୟ ଜ୍ଞାପନ କରି ବନମହୋତ୍ସବ ର ଗୁରୁତ୍ଵ ତଥା ବନମହୋତ୍ସବ ରେ ଛାତ୍ର ଛାତ୍ରୀଙ୍କ ର ଭୂମିକା ଆଲୋଚନା କରିଥିଲେ। ମାଁ ପାଇଁ ଗଛ ଟିଏ, ବୃକ୍ଷ ହିଁ ଜୀବନ, ପୃଥିବୀ ବଞ୍ଚିଲେ ଆମେ ବଞ୍ଚିବା ଗଛ ଲଗାଇବା ସହ ଗଛର ଯତ୍ନ ନେବା, ଗଛ କୁ ବନ୍ଧୁ ରୂପେ ଗ୍ରହଣ କରିବା, ଗଛ ରେ ରାକ୍ଷୀ ବାନ୍ଧିବା ଆଦି ବିଷୟ ରେ ଅତିଥି ମାନେ ପରାମର୍ଶ ଦେଇଥିଲେ। କେତେକ ଛାତ୍ର ଛାତ୍ରୀ ନିଜର ବକ୍ତବ୍ୟ ଦେଇଥିଲେ। ହିନ୍ଦୀ ଶିକ୍ଷକ ଉମାଚରଣ ସେଠ୍ ଆସନ୍ତା ରକ୍ଷା ବନ୍ଧନ ଦିନ ଗଛ ରେ ରାକ୍ଷୀ ବାନ୍ଧିବା ପାଇଁ ସୂଚନା ପ୍ରଦାନ କରିଥିଲେ। ବନମୋହତ୍ସବ କାର୍ଯ୍ୟକ୍ରମ ରେ ପ୍ରାୟଃ ୮୫ ଟି ବିଭିନ୍ନ ପ୍ରକାରର ବୃକ୍ଷ ଯଥା ନିମ୍ବ, କରଞ୍ଜ, ଶିଶୁ, କୃଷ୍ଣଚୂଡ଼ା, ଶାଗୁଆନ, ଶାଲ ବୃକ୍ଷ ରୋପଣ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ୱାର୍ଡ ମେମ୍ବର ଓ ଡେବ୍ରିଗଡ ଅଭୟାରଣ୍ୟ ର ବନକର୍ମଚାରି ମାନେ ସହଯୋଗ କରିଥିଲେ।କାର୍ଯ୍ୟକ୍ରମ ଶେଷ ରେ ବରିଷ୍ଠ ଶିକ୍ଷୟତ୍ରୀ ସଂଘମିତ୍ରା ବିଶ୍ଵାଳ ଧନ୍ୟବାଦ୍ ଜ୍ଞାପନ କରିଥିଲେ।