April 30, 2026

ହେରାପଞ୍ଚମୀରେ ରଥ ଭାଙ୍ଗିଲେ ମହାଲକ୍ଷ୍ମୀ 

IMG-20250701-WA0129
Share

ବୁଗୁଡ଼ା : ତା ୦୧/୦୭/୨୫: ପବିତ୍ର ହେରାପଞ୍ଚମୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡପ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ବାକୁ ମିଳିଛ । ମହାପ୍ରଭୁ ଗୋଟିଏ ଦିନ ଭାଇଭଉଣୀଙ୍କୁ ନେଇଗୁଣ୍ଡିଚା ବୁଲି ଆସିବେ କହି ପାଞ୍ଚ ଦିନ ହେଲା ମନ୍ଦିରକୁ ଫେରି ନଥିବାରୁ କ୍ରୋଦ୍ଧ ଜର୍ଜରିତା ମହାଲକ୍ଷ୍ମୀ ପାଲିଙ୍କିରେ ଆସି ଆଡପମଣ୍ଡପରେ ପହଞ୍ଚି ଥିଲେ । ସେଠାରେ ପୂଜାପାଠ ସହ ଅଭିମାନିନୀ ଲକ୍ଷ୍ମୀଙ୍କୁ ବୁଝାଶୁଝା ପରେ ମହାପ୍ରଭୁଙ୍କ ଠାରେ ଶ୍ରୀଘ୍ର ଲେଉଟିବାର ସର୍ତ୍ତ ରଖି ଲକ୍ଷ୍ମୀ ମନ୍ଦିରକୁ ଫେରିଥିଲେ । ଫେରିବା ବାଟରେ ସେ ମହାପ୍ରଭୁଙ୍କ ରଥ ଭାଙ୍ଗିଥିଲେ । ଉକ୍ତ କାର୍ଯ୍ୟକ୍ରମ ଦେଖିବାକୁ ଶ୍ରଦ୍ଧାଳୁଙ୍କ ସମାବେଶ ଘଟିଥିଲା । ପୂଜକ ଟୁଟୁ ପାଣି ଓ ସିମାଞ୍ଚଳ ପଣ୍ଡାଙ୍କ ସମେତ ଜଗନ୍ନାଥ ଅର୍ଚ୍ଚକ ଯୁବକ ସଂଘର ସଦସ୍ୟଗଣ ଉକ୍ତ କାର୍ଯ୍ୟକ୍ରମକୁ ରୀତିନୀତି ପ୍ରକାରେ ସମ୍ପାଦନ କରିଥିଲେ ।