April 28, 2026

ବଅଁରପାଳ ପୁଲିସ ଦ୍ଵାରା ୫୦ ଗ୍ରାମ ରୁ ଉର୍ଦ୍ଧ ବ୍ରାଉନ ସୁଗାର ଜବତ ସହ ୩ ଗିରଫ

IMG-20250701-WA0103
Share

 

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଆଲୁମିନିୟମ ପାର୍କ ଅଞ୍ଚଳରେ ଗତ ରାତି ପ୍ରାୟ ୯ ଘଟିକା ବେଳେ ଥାନା ପକ୍ଷରୁ ରାତ୍ରୀ ପାଟ୍ରୋଲିଂ କରୁଥିବା ସମୟରେ ବ୍ରାଉନ ସୁଗାର ବେପାରୀ ଥିବା ବିଶେଷ ସୂତ୍ରରୁ ଖବର ମିଳିଥିଲା। ଅଞ୍ଚଳରେ ପେଟ୍ରୋଲିଂ କଡାକଡି କରାଯାଇଥିବା ବେଳେ ତିନିଜଣ ଯୁବକଙ୍କ ଉପରେ ସନ୍ଦେହ ପ୍ରକଟ କରି ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ପୁଲିସ ସେମାନଙ୍କ ଠାରୁ ପ୍ରାୟ ୫୦ ଗ୍ରାମ ୬୩୦ମି.ଗ୍ରା ବ୍ରାଉନ ସୁଗାର ସହିତ ବ୍ୟବହାର କରୁଥିବା ୧ଟି ମୋବାଇଲ ଓ ୧ଟି ବାଇକ ଜବତ କରିଥିଲେ । ଏହି କାରବାରରେ ସଂପୃକ୍ତ ଯୁବକ ମାନେ ହେଲେ ଅନୁଗୋଳ ଟାଉନ ଥାନା ଶିକ୍ଷକପଡା ର ସୁଜିତ ବେହେରା , ପୁରୁଣାକୋଟ ଥାନା ଅନ୍ତୁଳିଆ ଗ୍ରାମର ଶ୍ରୀକାନ୍ତ ଭୋଇ ଓ ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ ରାଜକିଶୋର ପଡାର ରାକେଶ ଦେହୁରୀ କୁ ପୁଲିସ ଗିରଫ କରି ତଦନ୍ତ ଆରମ୍ଭ କରିଛନ୍ତି । ବଅଁରପାଳ ଥାନା ପକ୍ଷରୁ ସବ ଇନ୍ସପେକ୍ଟର ଅମିତ୍ କୁମାର୍ ମିଶ୍ର ମାମଲାର ତଦନ୍ତ କରୁଛନ୍ତି।

 

ଅନୁଗୋଳ ରୁ ଅଜିତ୍ କୁମାର ଭୋଇ