April 27, 2026

ପାରଳାଖେମୁଣ୍ଡି ଠାରେ ଅଖିଳ ଭାରତ ଆଦିବାସୀ ମଞ୍ଚ ତରଫରୁ ଗଣଧାରଣା

IMG-20250701-WA0102
Share

 

 

ପାରଳାଖେମୁଣ୍ଡି:୧/୭(ଗରୁଡ ଧ୍ଵଜ ଚୌଧୂରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଅଖିଳ ଭାରତ ଆଦିବାସୀ ମଞ୍ଚ ତରଫରୁ ଆଜି ଗଣ ଧାରଣା ଦିଆଯାଇଛି. ଗତ ଜୁନ୍ ୨୨ ତାରିଖ ଦିନ ଧରାକୋଟ ବ୍ଲକ୍‌ର ଖାରିଗୁମ୍ମା ଓ ପରେ ଜାହାଡ଼ା ଠାରେ ଗୋରକ୍ଷକ ନାଁରେ ଅସାମାଜିକ ଯୁବକମାନଙ୍କ ଏକ ଗ୍ୟାଙ୍ଗ୍ ସିଙ୍ଗିପୁର ଗାଁର ଦଳିତ ସମ୍ପ୍ରଦାୟର ଦୁଇ ଜଣ ଗରିବ ଲୋକ ବାବୁଲା ନାୟକ ଓ ବୁଲୁ ନାୟକଙ୍କୁ ଗାଇ ନେଇ ଆସୁଥିବା ବେଳେ ଯେଉଁଭଳି ଅତ୍ୟାଚାର କରିଲେ, ତାହା ଆମ ସମସ୍ତଙ୍କ ମୁଣ୍ଡକୁ ଲଜ୍ଜାରେ ନୋଇଁ ଦେବା ସହ ଜାତୀୟ ସ୍ତରରେ ପୁଣି ଥରେ ରାଜ୍ୟର ସମ୍ମାନହାନୀ ଘଟିଛି ବୋଲି ଏହି ଗଣ ଧାରଣାରେ ଦାବି କରାଯାଇ ବିକ୍ଷୋଭ ପ୍ରଦଶନ କରାଯାଇଛି. ଏହି ଗଣଧାରଣାରେ ଅଖିଳ ଭାରତ ଆଦିବାସୀ ମଞ୍ଚ ରାଜ୍ୟ କମିଟି ଆବାହକ ଶ୍ରୀ କେଦାର ଶବର, ଜିଲ୍ଲା କମିଟି ସଭ୍ୟ,ବିଲସ ଶବର,ଜୁନେସ ମେଦି କିସମ ଶବର, ଓଡ଼ିଶା ଦଳିତ ମହାସଭାର, ଚୈତନ୍ୟ ଲିମା, ରାମାରାଓ ଜେନା, ସମାଜ ସେବୀ ଆମୋଦ କୁମାର ବର୍ଦ୍ଧନ ଯୋଗ ଦେଇଥିଲେ.