July 3, 2024

ନୂତନ ଅପରାଧୀକ ଆଇନର କାର୍ଯ୍ୟକାରିତା ବିଷୟରେ ବୈଠକ.

Share


କାଶୀନଗର
ତା 1/7/24
ଆଜି କାଶୀନଗର ଥାନା ବୈଠକ ଗୃହ ମଧ୍ୟରେ ନୂତନ ଅପରାଧୀକ ଆଇନ ର କାର୍ଯ୍ୟକାରିତା ବିଷୟରେ ଆଲୋଚନା ମାଧ୍ୟମରେ ଅବଗତ କରିଇବା ପାଇଁ ସ୍ଥାନୀୟ ଥାନା ଅଧିକାରୀ ସୁନୀଲ କୁମାର ବେହେରା ଙ୍କ ଅଧ୍ୟକ୍ଷତା ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା. ବୈଠକ ରେ ସ୍ଥାନୀୟ ଏନ ଏ ସି ଉପାଧକ୍ଷ ରଘୁରାମ ସାହୁ, ଆଇନ ଜିବୀ ଜଗଦୀଶ ପାତ୍ର, ସ୍ଥାନୀୟ ଡକ୍ଟର ମଂଚାସୀନ ହୋଇ ଆଇନ ବିଷୟରେ ବକ୍ତବ୍ୟ ମାନ ରଖିଥିଲେ. ଦେଶରେ ଆଜିଠୁ ଲାଗୁ ହେଲା ନୂଆ ଅପରାଧିକ ଆଇନ , ନ୍ୟାୟ ବ୍ୟବସ୍ଥାରେ ଆସିଲାବଡ଼ ପରିବର୍ତ୍ତନ. ବର୍ତମାନ ଭାରତର ନ୍ୟାୟିକ ଓ ଦଣ୍ଡବିଧାନ ପ୍ରକ୍ରିୟାରେ ଆରମ୍ଭ ହୋଇଛି ନୂଆ ଯୁଗ । ୧୬୦ ବର୍ଷ ପୁରୁଣା ଇଂରେଜ ଅମଳର ଫୌଜଦାରୀ ଆଇନ ହଟି ଲାଗୁ ହେଲା ୩ ନୂଆ ଆଇନ- ଭାରତୀୟ ନ୍ୟାୟ ସଂହିତା, ନାଗରିକ ସୁରକ୍ଷା ସଂହିତା ଓ ସାକ୍ଷ୍ୟ ଅଧିନିୟମ ।ନୂଆ ଆଇନରେ କେତେକ ଧାରାକୁ ଏକତ୍ର ଏବଂ ସରଳ କରାଯାଇ ମୋଟ ଧାରା ସଂଖ୍ୟା ୩୫୮ରେ ସୀମିତ କରାଯାଇଛି। ୩ ଆଇନ ନ୍ୟାୟ, ସ୍ବଚ୍ଛତା ଓ ନିରପେକ୍ଷତା ଆଧାରରେ ହୋଇଛି। ଜିରୋ ଏଫ୍‌ଆଇଆର୍‌ ବ୍ୟବସ୍ଥାରେ ଜଣେ ଯେକୌଣସି ଥାନାରେ ଏତଲା ଦାଏର କରିପାରିବେ। ଏହା ନ୍ୟାୟିକ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ସହ ଅପରାଧର ତୁରନ୍ତ ରିପୋର୍ଟିଂ ହୋଇପାରିବ। ଜଣେ ବ୍ୟକ୍ତି ଗିରଫ ହେବା ପରେ ସେ ତାଙ୍କ ସ୍ଥିତି ସମ୍ପର୍କରେ ନିଜର କାହାକୁ ମଧ୍ୟ ଜଣାଇ ପାରିବାର ଅଧିକା ନୂଆ ଆଇନରେ ରହିଛି। ଫଳରେ ଗିରଫ ବ୍ୟକ୍ତିଙ୍କୁ ତୁରନ୍ତ ସହାୟତା ମିଳିପାରିବ। ଗିରଫ ସମ୍ପର୍କିତ ବିବରଣୀ ଥାନା ଏବଂ ଜିଲା ମୁଖ୍ୟାଳୟ ଗୁଡ଼ିକରେ ସ୍ପଷ୍ଟ ଭାବେ ପ୍ରଦର୍ଶିତ ହେବ।ଗମ୍ଭୀର ଅପରାଧ ମାମଲାରେ ଫୋରେନ୍‌ସିକ ବିଶେଷଜ୍ଞ ଅପରାଧ ସ୍ଥଳକୁ ଯାଇ ତଥ୍ୟପ୍ରମାଣ ସଂଗ୍ରହ କରିବା ବାଧ୍ୟତାମୂଳକ କରାଯାଇଛି।ନୂଆ ଆଇନ ଅନୁଯାୟୀ ସାକ୍ଷୀଙ୍କ ସୁରକ୍ଷା ଓ ସହଯୋଗକୁ ସୁନିଶ୍ଚିତ କରିବା ଏବଂ ନ୍ୟାୟିକ ବିଚାର ପ୍ରକ୍ରିୟାର ବିଶ୍ୱସନୀୟତା ଏବଂ ପ୍ରଭାବଶାଳିତାକୁ ବଢ଼ାଇବା ପାଇଁ ସମସ୍ତ ରାଜ୍ୟ ସରକାର ସାକ୍ଷୀ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରିବେ। ସମାବେଶୀ ଏବଂ ସମାନତା ବଢ଼ାଇବା ପାଇଁ ‘ଲିଙ୍ଗ’ ସଂଜ୍ଞାରେ କିନ୍ନରଙ୍କୁ ସାମିଲ କରାଯାଇଛି। ମହିଳା, ୧୫ ବର୍ଷରୁ କମ୍‌ ବୟସର ପିଲା, ୬୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି, ଭିନ୍ନକ୍ଷମ କିମ୍ବା ଅତ୍ୟଧିକ ରୋଗାକ୍ରାନ୍ତ ବ୍ୟକ୍ତିଙ୍କୁ ଥାନାରେ ହାଜର ହେବାରୁ ବାଦ୍‌ ଦିଆଯାଇଥିବାବେଳେ ସେମାନେ ନିଜ ଘରେ ରହି ପୋଲିସ ସହାୟତା ପାଇ ପାରିବେ ବୋଲି ସ୍ଥାନୀୟ ଥାନା ଅଧିକାରୀ ଶ୍ରୀ ବେହେରା କହିଥିଲେ.
ଏହି ବୈଠକ ରେ କାଶୀନଗର ଅଞ୍ଚଳ ର ବହୁ ବରିଷ୍ଠ ନାଗରିକ ଓ ବୁଦ୍ଧି ଜିବୀ ଉପସ୍ଥିତ ରହି ଥିଲେ.

ଗଜପତି ଜିଲ୍ଲା କାଶୀନଗରରୁ ଆନନ୍ଦ ପାତ୍ର ରିପୋର୍ଟର