May 14, 2026

ମୋହନା ଥାନା ପରିସରରେ ନୂତନ ଆଇନ ସଚେତନତା କର୍ମଶାଳା ..

IMG-20240701-WA0014
Share


ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ସମସ୍ତ ସରପଞ୍ଚ ଙ୍କ ସମେତ ଲୋକ ପ୍ରତିନିଧି ଏବଂ ସଚେତନ ନାଗରିକ, କଲେଜ ଛାତ୍ର ଛାତ୍ରୀ, ସରକାରୀ କର୍ମଚାରୀ, ଓକିଲ ମାନଙ୍କୁ ନେଇ ମୋହନା ଥାନା କର୍ତ୍ତୃପକ୍ଷ ଏକ ବିରାଟ ଆଇନ ସଚେତନତା ଶିବିର ଅନୁଷ୍ଠିତ କରିଥିଲେ। ଏହି ଶିବିରରେ
ଏସ ଡି ପି ଓ ଅଶ୍ୱିନ କୁମାର ନାୟକ ସଭାପତିତ୍ବ କରିଥିବା ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ବର୍ତ୍ତମାନ କେନ୍ଦ୍ର ସରକାର ନୂତନ ଆଇନ ଆଜି ଠାରୁ ପ୍ରଚଳନ କରିଥିବା ପ୍ରକାଶ କରିବା ସହ କେଉଁ କେଉଁ ଆଇନ ପରିବର୍ତ୍ତନ ହୋଇଛି ଏବଂ କେଉଁ କେଉଁ ଆଇନ ପ୍ରତ୍ୟାହର ହୋଇଛି ସେହି ସମ୍ପର୍କରେ ଉପସ୍ଥିତ ଥିବା ସଦସ୍ୟ ମାନଙ୍କୁ ବୁଝାଇଥିଲେ। ମୋହନା ଓକିଲ ସଂଘ ସଭାପତି ସନ୍ତୋଷ ପାଢ଼ୀ, ସରକାରୀ ଓକିଙ୍କ ଆଦିତ୍ୟ କୁମାର ତ୍ରିପାଠୀ ଙ୍କ ସମେତ ମୋହନା ଥାନା ର ସମସ୍ତ ଅଧିକାରୀ ଉପସ୍ଥିତ ରହି ଆଇନ ସମ୍ପର୍କରେ ଆଲୋଚନା କରିବା ସହ ସଚେତନ କରାଇ ସଜାଗ ହେବାକୁ ଅନୁରୋଧ କରିଥିଲେ।