June 2, 2026

ସମ୍ବଲପୁର ର ସୁପରିଚିତ ପୁରୁଖା ଗାୟକ ତଥା ଦନ୍ତ ଚିକିତ୍ସକ ଡ଼ା. ରେମଣ୍ଡ ଲୋ ‘ ଙ୍କ ଆନୁକୁଲ୍ୟରେ ସ୍ଥାନୀୟ ତପସ୍ବିନୀ ହଲରେ ଆଜି ସନ୍ଧ୍ୟାରେ ଏକ ବିଶେଷ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

IMG-20260601-WA0004
Share

 

 

 

 

ସମ୍ବଲପୁର ର ସୁପରିଚିତ ପୁରୁଖା ଗାୟକ ତଥା ଦନ୍ତ ଚିକିତ୍ସକ ଡ଼ା. ରେମଣ୍ଡ ଲୋ ‘ ଙ୍କ ଆନୁକୁଲ୍ୟରେ ସ୍ଥାନୀୟ ତପସ୍ବିନୀ ହଲରେ ଆଜି ସନ୍ଧ୍ୟାରେ ଏକ ବିଶେଷ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ହିନ୍ଦୀ ଚଳଚ୍ଚିତ୍ର ଜଗତର ଶୀର୍ଷ ସ୍ଥାନୀୟ ଗାୟକ ଗାୟିକା ଲତା ମଙ୍ଗେସକର, ଆଶା ଭୋଁସଲେ, ମୁକେଶ, ମହମ୍ମଦ ରଫୀ, କିଶୋର କୁମାର ପ୍ରମୁଖଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ସେମାନେ ଗାଇଥିବା ଗୀତ ମଧ୍ୟରୁ ପ୍ରସିଦ୍ଧ ଗୀତ ଗୁଡି଼ିକ ଗାନ କରାଯାଇଥିଲା । ସୁନାମଧନ୍ୟ ଗାୟିକା ସଙ୍ଗୀତା ମିଶ୍ର ( ପମି), ଡା଼. ରେମଣ୍ଡ ଲୋ’, ଶ୍ରୀମତୀ କଳ୍ପନା ସାହୁ, ଦେବାଶିଷ ହୋତା( ଚିଣ୍ଟୁ ), ମାନସ ଷଡ଼ଙ୍ଗୀ ପ୍ରମୁଖ କଳାକାର ସଙ୍ଗୀତ ପରିବେଷଣ କରିଥିଲେ ।

ଏ ଅବସରରେ ସୁନାମଧନ୍ୟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ ମିତ୍ର, ଐତିହାସିକ ଦୀପକ କୁମାର ପଣ୍ଡା ଏବଂ ସାମାଜିକ କାର୍ଯ୍ୟ ପାଇଁ ଅଶୋକ କୁମାର ଜଲାନ ଙ୍କୁ ସମ୍ମାନିତ କରାଯାଇଥିଲା । ଏହି ସମ୍ମାନିତ ଅତିଥି ଗଣ କାର୍ଯ୍ୟକ୍ରମ ର ଉଦଘାଟନ କରିଥିଲେ। ଅତିରିକ୍ତ ଏସ.ପି ଦିଲ୍ଲୀପ କୁମାର ନାୟକ, ପୁରୁଖା କଳାକାର ବିଭୂତି ପଟ୍ଟନାୟକ, ସୁଲେମାନ ଦିଓ୍ବାନା, ଦୁର୍ଗା ଦାଶ, ସଞ୍ଜୟ ସୂପକାର ପ୍ରମୁଖ ମଧ୍ୟ ମଞ୍ଚାସୀନ ହୋଇଥିଲେ । ଅଜୟ କୁମାର ନାଥ ଉଦଘୋଷକ ଭାବରେ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।