ଗଜପତି ଜିଳ୍ଲା କାଶୀନଗର ଥାନା ଅଞ୍ଚଳରେ ଟ୍ରକ ଚଢ଼ିଯିବା ଯୋଗୁଁ ବାଇକ ଚାଳକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି:୧/୬(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର କାଶୀନଗର ବ୍ଲକରେ ଦୁର୍ଘଟଣା ଘଟି ବାଇକ ସହ ଚାଳକ ତଳେ ପଡ଼ିଥିବା ବେଳେ ହଟାତ ପଛ ପଟରୁ ଏକ ଟ୍ରକ ଆସି ମାଡ଼ିଯିବା ଯୋଗୁଁ ଘଟଣା ସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି. ଘଟଣାରୁ ପ୍ରକାଶ, କାଶୀନଗର ଠାରେ ଥିବା ସତ୍ୟସାଇ ପେଟ୍ରୋଲ ପମ୍ପ ନିକଟରେ ଏକ ସାଇନ ବୋର୍ଡକୁ ଧକ୍କା ଦେବା ଯୋଗୁଁ ଏକ ବାଇକ ଦୁର୍ଘଟଣା ଘଟିଥିଲା.ବାଇକ ଚାଳକ ସହ ବାଇକଟି ତଳେ ପଡ଼ିଥିବାବେଳେ ହଟାତ ଏକ ଟ୍ରକ ପଛପଟରୁ ଆସି ମାଡ଼ିଯିବା ଯୋଗୁଁ ଘଟଣା ସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିଲା. ମୃତ ଯୁବକଙ୍କ ନାମ ରାଜୁ ଗମାଙ୍ଗ. ତାଙ୍କ ଘର କାଶୀନଗର ବ୍ଲକର ଜାଇଗୁଡା ଗ୍ରାମରେ. ଟ୍ରକଟି ବାଇକ ଚାଳକଙ୍କୁ ମାଡି ଯିବା ପରେ ଘଟଣା ସ୍ଥଳରେ ଡ୍ରାଇଭର ଟ୍ରକକୁ ନ ଅଟକାଇ ଦ୍ରୁତଗତିରେ ଚାଲି ଯାଇଥିଲା. କାଶୀନଗର ପୋଲିସ ଏହି ଘଟଣା ଜାଣିବା ପରେ ଟ୍ରକକୁ ପିଛା କରିଥିଲେ. ହେଲେ ଡ୍ରାଇଭର ଜଣକ ୧୦ କିମି ଦୂରରେ ଟ୍ରକଟିକୁ ଅଟକାଇ କୁଆଡେ ଅନ୍ତଧ୍ୟାନ ହୋଇଯାଇଛି. ଘଟଣା ନେଇ କାଶୀନଗର ଥାନାରେ ଏକ ମକଦ୍ଦମା ରୁଜୁ କରାଯାଇ ତଦନ୍ତ ଜାରି ରହିଛି. ମୃତବରଣ କରିଥିବା ଯୁବକଙ୍କ ଶବକୁ ବ୍ୟବଚ୍ଛେଦ କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି.