April 25, 2026

ପାରଳାଖେମୁଣ୍ଡି ସହରର ନଟରାଜ ସିନେମାହଲ ରାସ୍ତାରେ ୩୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଚୋରି, ସନ୍ଧନୀ କୁକୁର ଓ ସାଇଣ୍ଟିଫିକ ଟିମର ତଦନ୍ତ 

IMG-20250601-WA0039
Share

 

 

ପାରଳାଖେମୁଣ୍ଡି:୧/୬(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ନଟରାଜ ସିନେମାହଲ୍ ରାସ୍ତାରେ ଥିବା ଏକ ଘରୁ ୩୦ ଲକ୍ଷ ଟଙ୍କାର ସୁନା ଗହଣା ଚୋରି ହୋଇଥିବା ପାରଳା ଥାନାରେ ଲିଖିତ ଅଭିଯୋଗ ହୋଇଛି. ଅଭିଯୋଗ ପରେ ପୋଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସହ ପହଞ୍ଚି ସବୁ ଦିଗରୁ ଅନୁଧ୍ୟାନ ସହ ତଦନ୍ତ କରିଛନ୍ତି. ଘଟଣାରୁ ପ୍ରକାଶ, ସଞ୍ଜୁଲତା ପାଳ ନାମକ ଜଣେ ମହିଳାଙ୍କ ଘରୁ ଏହି ଚୋରି ହୋଇଛି. ଚୋରମାନେ ତାଙ୍କ ଆଲମିରା ଖୋଲି ୩୦ ଲକ୍ଷ ଟଙ୍କା ମୂଲ୍ୟର 30 ଭରି ତୋଳା ସୁନା ଅଳଙ୍କାର ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ସେ ତାଙ୍କ ଲିଖୂତ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ପୁଅ, ଝିଅ, ଯାଆ ଓ ମା ସମସ୍ତେ ମିଳିମିଶି ଗୋଟିଏ ଘରେ ରହିଆସୁଛନ୍ତି| କିଛି ଦିନ ହେଲା ତାଙ୍କର କିଛି ଅତିଥ୍ ଆସିଥିଲେ। ସେମାନେ ଗତକାଲି ଚାଲି ଯାଇଥିଲେ। ଅତିଥିମାନେ ଚାଲିଯିବା ପରେ ମନ୍ଦିରକୁ ଯାଇଥିଲେ. ମନ୍ଦିରରୁ ଫେରିଲା ପରେ ଆଲମିରା ଖୋଲା ହୋଇଥିବା ଦେଖିଥିଲେ। ଆଲମିରାରେ ଥିବା ୩୦ ଲକ୍ଷ ଟଙ୍କାର ଭରି ସୁନା ଅଳଙ୍କାର ଦେଖା ଯାଇନଥିଲା. କିନ୍ତୁ ଆଲମିରା ଚାବି ଯେଉଁ ସ୍ଥାନରେ ରହୁଥିଲା ସେହି ସ୍ଥାନରେ ହିଁ ଥିଲା । ଏହାପରେ ସେମାନେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୁଲିସ୍‌କୁ ଖବର ଦେବାସହ ଲିଖିତ ଅଭିଯୋଗ କରିଥିଲେ। ପରେ ଘଟଣା ସ୍ଥଳରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତି ସଦଳବଳେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଅନୁସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତନ୍ନ‌ତନ କରି ଯାଞ୍ଚ କରିଥିଲେ । ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଏକ ମାମଲା ରୁଜୁ ହୋଇଛି। ଏହି ମାମଲାର ତଦନ୍ତ ଚାଲୁ ରହିଥିବା ଥାନା ଅଧୂକାରୀ ଶ୍ରୀ ଭୂପତି ସୂଚନା ଦେଇଛନ୍ତି।