April 26, 2026

ରେଳ ଯାତ୍ରୀଙ୍କ ସୁବିଧା ପାଇଁ କୋଟପାଡ଼୍ ଷ୍ଟେସନରେ ଷ୍ଟପେଜ୍ ବ୍ୟବସ୍ଥା ଆରମ୍ଭ ହେଲା

IMG-20230601-WA0010
Share

ରେଳ ଯାତ୍ରୀଙ୍କ ସୁବିଧା ପାଇଁ କୋଟପାଡ଼୍ ଷ୍ଟେସନରେ ଷ୍ଟପେଜ୍ ବ୍ୟବସ୍ଥା ଆରମ୍ଭ ହେଲା
୦୧/୦୬/୨୦୨୩
କୋରାପୁଟ ଜିଲ୍ଲାର କୋଟପାଡ଼ ରୋଡ୍ ଠାରେ ଥ୍ରୀ ଏକ୍ସପ୍ରେସ୍ ଟ୍ରେନ୍ ର ରହଣି ପାଇଁ ଉଦ୍ଧିଷ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜନସାଧାରଣଙ୍କ ଚାହିଦାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ଏଥିରେ ସହମତି ପ୍ରକାଶ କରି ତିନୋଟି ଏକ୍ସପ୍ରେସ ଟ୍ରେନର ଅଟକାଇଥିବା ଯଥା ୧୮୧୦୭/୦୮ଜଗଦଲପୁର-ରାଉରକେଲା- ଜଗଦଲପୁର ଏକ୍ସପ୍ରେସ), ୧୮୪୪୭/୪୮(ଜଗଦଲପୁର- ଭୁବନେଶ୍ୱର- ଜଗଦଲପୁର ହିରାଖଣ୍ଡ ଏକ୍ସପ୍ରେସ) ଏବଂ ୧୮୫୧୩/୧୪ (ବିଶାଖାପାଟନମ୍-କିରାଣ୍ଡୁଲ-ବିଶାଖାପାଟନମ୍ ନାଇଟ୍ ଏକ୍ସପ୍ରେସ) କୋଟପାଡ଼ ରୋଡ୍ ରେଳ ଷ୍ଟେସନ୍ ରେ ରହଣି ନିମନ୍ତେ ଅନୁମୋଦନ ଦେଇଛନ୍ତି । ଏହି ସଂଯୋଗରେ, ଟ୍ରେନ୍ ନମ୍ବର ୧୮୪୪୮ ଜଗଦଲପୁର- କୋଟପାଡ଼ ରୋଡ୍ ରେ ଭୁବନେଶ୍ୱର, ହିରାଖଣ୍ଡ ଏକ୍ସପ୍ରେସକୁ ଷ୍ଟପେଜ୍ ଯୋଗାଇ ଦିଆଯିବା ହେତୁ କୋଟପାଡ଼ ଷ୍ଟେସନ୍ ଠାରେ ଆଜି ୫:୦୫ ଘଣ୍ଟାରେ । ଶୁଭ ଉତ୍ସବକୁ ଅଧିକ ଗୁରୁତ୍ୱପୂର୍ଣ ଭାବେ ପାଳନ କରାଯାଇଛି । ଦୀର୍ଘ ଦିନ ଧରି କୋରନା ମହାମାରୀ ର ପ୍ରୋକପରେ ସାରା ବିଶ୍ୱ ଅସ୍ତବ୍ୟସ୍ତ ହୋଇ ପଡିଥିଲା ଏହା କାରଣରୁ ସାରା ଭାରତ ବର୍ଷ ରେ ସମସ୍ତ ରେଳ ସଂଯୋଗ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଏହାର ପ୍ରଭାବ ଦେଖିବା ମିଳିଥିଲା ଏହି ସମୟରେ କୋଭିଡ କଟକଣା କାରଣରୁ କୋଟପାଡ଼ ରୋଡ଼ ଠାରେ ରେଳ ରହଣି ବନ୍ଦ ହୋଇଯାଇଥିଲା, ଆଜି ରେଳ ମନ୍ତ୍ରଣାଳୟ ତରଫରୁ ପୁନର୍ବାର ରହଣି ଯୋଗାଇଦେବା ହେତୁ ଅଭିଭକ୍ତ କୋରାପୁଟ ଜିଲ୍ଲା ବାସୀ ସରକାର ଙ୍କୁ କୃତଜ୍ଞତା ଜଣାଇଛନ୍ତି,ଆଜିର ଏହି ଅବସରରେ କୋଟାପାଡ଼ ରୋଡ୍ ରେଳ ଷ୍ଟେସନ ଠାରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ରେଳ ବିଭାଗ ର ଡି ଆର୍ ଏମ୍ ଅନୁପ ଶତପଥି ଅପରାହ୍ନ ୧୬:୩୦ ଘଣ୍ଟାରେ ପହଞ୍ଚି ସ୍ଥାନୀୟ ବିଧାୟିକା ଶ୍ରୀମତୀ ପଦ୍ମିନୀ ଦିଆନ. ମାନ୍ୟବର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ. ପୌରା ଧକ୍ଷ ଏମ ସଙ୍କର ରାଓ ନାଇଡ଼ୁ. ଓକିଲ ସଂଘ ର ସଭା ପତି ମଣି ପ୍ରସାଦ ପଟ୍ଟନାୟକ. ବିଶ୍ୱ ତ୍ରିପାଠୀ.ରାମେଶ୍ୱର ଜେନା. ଜ଼ିଲ୍ଲା ପରିଷଦ ସଭ୍ୟ ତ୍ରିପତି ଚାଲାଣ. ସଭ୍ୟା ଶ୍ରୀମତୀ ଗୀତା ମାଝୀ. ଜିତେନ୍ଦ୍ର ନାଥ ମହା ପାତ୍ର ସରପଞ୍ଚ ପୂର୍ଣ୍ଣ ଚନ୍ଦ୍ର ପୂଜାରୀ. ପୂର୍ବ ତନ ଉପାଧକ୍ଷ ବାପୁନ ତ୍ରିପାଠୀ. ରଞ୍ଜିତ ପାତ୍ର ପ୍ରମୁଖ ଷ୍ଟେସନ ମାଷ୍ଟର ଦାଇତ୍ୱ ରେ ଥିବା ସୁଜିତ କୁମାର ଦାସ ଙ୍କ ସଭା ପତିତ୍ୱ ଆୟୋଜିତ କାର୍ଯ୍ୟ କ୍ରମରେ ଯୋଗ ଦେଇ ଡି ଆର ଏମଙ୍କୁ ଶୁଭେଚ୍ଛା ଜଣେଇ ଥିଲେ I
କୋରାପୁଟ ଜ଼ିଲ୍ଲା ପ୍ରତିନିଧି କୋଟପାଡ଼ ରୁ ଶ୍ରୀ ହରିଶ କୁମାର ପଟନାୟକ ଙ୍କ ରିପୋର୍ଟ ନିଉସ ଉପାନ୍ତ ଓଡିଶା I