March 11, 2026

ମୋହନା ବ୍ଲକ ସିନ୍ଧିବାପଞ୍ଚାୟତ ଖାରିଗୁମା ରଙ୍ଗମାଟି ସାହିରେ ସମସ୍ୟା ହିଁ ସମସ୍ୟା, ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

f85a533a-bae3-48f0-9e1f-c7acc7e9abb1
Share

ପାରଳାଖେମୁଣ୍ଡି:୧/୬(ଗରୁଡ଼ ଧ୍ଵଜ ଚୌଧୁରୀ)ଦିନକୁ ଦିନ ଗ୍ରାମାଞ୍ଚଳର ବିକାଶ ଘଟୁଥିବା କଥା ରାଜ୍ୟ ସରକାର ଡିଣ୍ଡିମ ପିଟୁଥିବା ବେଳେ ଏବେ ବି ଲୋକେ ମୌଳିକ ସୁବିଧା ପାଇବାରୁ ବଞ୍ଚିତ। ଏପରି ଏକ ଆଦିବାସୀ ଗ୍ରାମ ହେଉଛି ବଡ ସିନ୍ଧବା ପଞ୍ଚାୟତ ଅନ୍ତର୍ଗତ ଖାରିଗୁମା ଗ୍ରାମ ନିକଟ ରଙ୍ଗମାଟି ସାହି । ଏହି ସାହିରେ ୭ଟି ପରିବାରର ୫୦ ଜଣ ଲୋକ ବସବାସ କରନ୍ତି। ସମସ୍ତେ ଗରୀବ ଶ୍ରେଣୀର। ଏମାନେ କୁଲି ମଜୁରୀ ଖଟି ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ପ୍ରତିପୋଷଣ କରନ୍ତି। ଏହି ଗ୍ରାମରେ ଦୀର୍ଘବର୍ଷ ଧରି ଲାଗିରହିଛି ବହୁ ସମସ୍ୟା। ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ । ବର୍ଷ ବର୍ଷ ଧରି ଏଠି ଲାଗିରହିଛି ପାନୀୟ ଜଳର ଉତ୍କଟ ଅଭାବ ସାଙ୍ଗକୁ ରାସ୍ତା, ବିଦ୍ୟୁତ, ଆବାସ ଯୋଜନା ଓ ସ୍ଵାସ୍ଥ୍ୟ ସମସ୍ୟା। ଖରାଦିନ ଆସିଲେ ଏଠାକାର ଲୋକମାନେ ମୁନ୍ଦାଏ ଜଳ ପାଇଁ ଡହଳ ବିକଳ ହୁଅନ୍ତି। ଦୀର୍ଘ ୫୦ ବର୍ଷ ପୂର୍ବେ ସାହିଠାରୁ ଅଧା କିମି ଦୂର ବିଲ ମଧ୍ୟରେ ଖୋଳାଯାଇଥିବା ଏକ ପରିତ୍ୟକ୍ତ ପଥର କୂଅର ଦୂଷିତ ଜଳକୁ ଲୋକେ ପାନୀୟ ଜଳ ଭାବେ ବ୍ୟବହାର କରନ୍ତି। ଯାହାଫଳରେ ଲୋକେ ବିଭିନ୍ନ ସମୟରେ ପେଟ ରୋଗରେ ଆକ୍ରାନ୍ତ ହେବାର ନଜିର ରହିଛି।