March 12, 2026

ତାରିଣୀ ପୀଠ ରେ ଜଟିଳ ହେଉଛି ଟ୍ରାଫିକ ସମସ୍ୟା 

IMG-20230501-WA0008
Share

ତାରିଣୀ ପୀଠ ରେ ଜଟିଳ ହେଉଛି ଟ୍ରାଫିକ ସମସ୍ୟା

 

ହାଟଡିହି: କେନ୍ଦୁଝର ଜିଲ୍ଲା ଘଟଗାଁ ର ମା ତାରିଣୀ ପୀଠ ରେ ଟ୍ରାଫିକ ସମସ୍ୟା ଏବେ ଜଟିଳ ହେବାରେ ଲାଗିଛି l ପ୍ରଶାସନିକ ଅବହେଳା ଫଳରେ ଟ୍ରାଫିକ ସମସ୍ୟା ରେ ପେଷି ହେଉଛନ୍ତି ଅଞ୍ଚଳବାସୀ ତା ସହିତ ଏଠାକୁ ଆସୁଥିବା ମା ତାରିଣୀ ଙ୍କ ଲକ୍ଷ ଲଖ୍ୟ ଶ୍ରଦ୍ଧାଳୁ lଘଟଗାଁ ତାରିଣୀ ପୀଠ କୁ ଦୈନିକ ହଜାର ହଜାର ଭକ୍ତ ଆସିଥାଆନ୍ତି ମା ଙ୍କ ଦର୍ଶନ ପାଇଁ lମାତ୍ର ଏଠାରେ ପାର୍କିଙ୍ଗ ବ୍ୟବସ୍ଥା ନଥିବାରୁ ଚାରି ଚକିଆଯାନ ଗୁଡିକୁ ମନ୍ଦିର ମୁଖଶାଳା ରାସ୍ତା ସମ୍ମୁଖରେ ଧାଡି ଧାଡି କରି ରଖନ୍ତି lମା ତାରିଣୀ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ହେଇଥିବା ଗୋଟିଏ ପାର୍କିଙ୍ଗ ସ୍ଥାନ ଏହି ସମସ୍ୟା ପୁର୍ଣ ପାଇଁ ସମୁନ୍ଦ୍ର କୁ ଶଙ୍ଖେ ସଦୃଶ! ଅନ୍ୟପଟେ ଟ୍ରାଫିକ ସମସ୍ୟା କୁ ଦ୍ବିଗୁଣିତ କରିଦେଉଛନ୍ତି ମୁଖ୍ୟ ରାସ୍ତାରେ ଅଟକି ରହୁଥିବା ଯାତ୍ରୀବାହୀ ବସ ସବୁ l ବସ ଷ୍ଟାଣ୍ଡ ରେ ଗାଡି ନରହି ରାସ୍ତା ଉପରେ ଏକ କାଲିନ 4 ରୁ 5 ଖଣ୍ଡ ଗାଡି ମୁଖ୍ୟ ରାସ୍ତା ରେ ରହିବା ଫଳରେ ମୁଖ୍ୟ ରାସ୍ତା ଟି ଥାନା ସମ୍ମୁଖ ପର୍ଯ୍ୟନ୍ତ ଯାମ ରହୁଛି l ଫଳରେ କେତେ ବେଳେ ଯେ ଦୁର୍ଘଟଣା ଘଟିବ ଏ ସମ୍ଭାବନା କୁ ଏଦାଈ ଦିଆ ଯାଇ ନପାରେ l ଅନ୍ୟ ପଟେ ଘଟଗାଁ ଡାକ ବଙ୍ଗଳା ରୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ରେ ଆମ୍ବୁଲାନ୍ସ ଗାଡି ରୋଗୀ ନେଇ ଯା ଆସ କରୁଥିବା ବେଳେ ରାସ୍ତାରେ ଗାଡି ରଖି ପାର୍କିଙ୍ଗ କରିବା ଫଳରେ ଉକ୍ତ ରାସ୍ତା ରେ ମଧ୍ୟ ନିରୀହ ଲୋକେ ଟ୍ରାଫିକ ସମସ୍ୟା ର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି ! ଘଟଗାଁ ପାଲା ମଣ୍ଡପ ନିକଟ ସ୍ତ ଆସ୍ତାୟୀ ବସ ରହଣି କୁ ମଧ୍ୟ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବସ ପ୍ରବେଶ କୁ ବନ୍ଦ ଯୋଗୁ ଟ୍ରାଫିକ ସମସ୍ୟା ରେ ନୀତି ସଢୁଛନ୍ତି ସାଧାରଣ ଜନତା ! ଘଟଗାଁ ରେ ଓଡିଶା ସରକାର ଙ୍କ ପକ୍ଷରୁ ଏକ ବସ ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି ! ମାତ୍ର ଏହି କାର୍ଯ୍ୟ କଛପ ଗତି ରେ ଚାଲି ଥିବାରୁ ସମ୍ପୂର୍ଣ ହେବାରେ ବିଳମ୍ବ ଘଟୁଛି l ତେଣୁ ଟ୍ରାଫିକ ସମସ୍ୟା କୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦାନା ବାନ୍ଧୁଥିବା ଜଣା ପଡିଛି lଜିଲ୍ଲାପାଳ ଓ ଜିଲ୍ଲା ପରିବାହନ ଅଧିକାରୀ ଏଥି ପ୍ରତି ଦୃଷ୍ଟି ଦେଇ ସମସ୍ୟା ସମାଧାନ ର ପଦକ୍ଷେପ ନେବା ପାଇଁ ଜନ ସାଧାରଣ ରେ ଦାବୀ ଜୋର ଧରୁଛି l