ଗଜପତି:- ବାଲ୍ୟ ବିବାହ ରୋକିବା ଓ ବାଧ୍ୟତାମୂଳକ ଶିକ୍ଷାକୁ ଗୁରୁତ୍ୱ ଦେବା ନିମନ୍ତେ ସଚେତନତା ରଥ ପରିକ୍ରମା”…
କୈଳାଶ ସତ୍ୟାର୍ଥ ଚିଲଡ୍ରେନ ଫାଉଣ୍ଡେସନ ସହାୟତା’ରେ ଏବଂ ସିସିଡି ଅନୁଷ୍ଠାନ ଆନୁକୁଲ୍ୟରେ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତ’ର ଓୟା ବିଦ୍ୟାଳୟ ପରିସର’ରେ ସମିତି ସଭ୍ୟ’ଙ୍କ ଦ୍ୱାରା ସଚେତନତା ରଥ ପରିକ୍ରମା’ର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ସଚେତନତା ରଥ ପରିକ୍ରମା’ର ମୂଳ ଲକ୍ଷ୍ୟ ହେଲା ଯେ ,”ଏହି ଅକ୍ଷୟ ତୁତୀୟାରେ ଭାରତରେ କୌଣସି ଶିଶୁ ବାଲ୍ୟ ବିବାହ ହେବ ନାହିଁ”।
ଏହି ସଚେତନତା ରଥ ରାୟଗଡ଼ ବ୍ଲକ’ର ଗଙ୍ଗାବାଡ , ଲକ୍ଷ୍ମୀପୁର , କଇଁପୁର ପ୍ରଭୃତି ପଞ୍ଚାୟତ’ର ବିଦ୍ୟାଳୟ ଓ ଗ୍ରାମାଞ୍ଚଳ ମାନଙ୍କରେ ବାଲ୍ୟ ବିବାହ ରୋକିବା ନିମନ୍ତେ ଓ ଶିଶୁ’ଙ୍କ ବାଧ୍ୟତା ମୂଳକ ଶିକ୍ଷା’କୁ ଗୁରୁତ୍ୱ ଦେଇ ପ୍ରତ୍ୟେକ ଶିଶୁ ମାନଙ୍କୁ ବିଦ୍ୟାଳୟ ଯିବା ନିମନ୍ତେ ଉତ୍ସାହିତ କରିବା ଓ ଜନସାଧାରଣ ମାନଙ୍କୁ ସଚେତନତା କରିବା ହେଉଛି ଏହି ରଥ ପରିକ୍ରମା କରିବାର ମୁଖ୍ୟ ଉଦ୍ଦେଶ୍ୟ।ପ୍ରତି ଗ୍ରାମର ଜନସାଧାରଣ ନିଜର ଶିଶୁ ମାନଙ୍କୁ କମ୍ ବୟସରେ ବିବାହ ନ କରି ପ୍ରାପ୍ତ-ବୟସ ଝିଅ’କୁ ୧୮ ବର୍ଷ ବୟସ ଏବଂ ପୁଅ’କୁ ୨୧ ବର୍ଷ ବୟସରେ ବିବାହ କରିବା ଦ୍ୱାରା ଜନ୍ମିତ ଶିଶୁ’ର ଶାରୀରିକ ଓ ମାନସିକ କ୍ଷେତ୍ରରେ ଉପଯୁକ୍ତ ଭାବେ ବିକାଶ ହୋଇଥାଏ , ଏହା ସହ ଶିଶୁ ମାନଙ୍କୁ କୌଣସି ଘରୋଇ କାମ ବା ମଜୁରୀ କାମ ରେ ନିୟୋଜିତ ନ କରି ବିଦ୍ୟାଳୟ ଯିବା ନିମନ୍ତେ ପ୍ରେରଣା ଯୋଗେଇବେ , ଏହା ଦ୍ବାରା ବାଲ୍ୟ ବିବାହ , ଶିଶୁ ଚାଲାଣ , ଶିଶୁ ଶ୍ରମିକ ଭଳି ଶୋଷଣ ଓ ନିର୍ଯାତନା ରୁ ରକ୍ଷା ପାଇବା ସହ ସମାଜ ର ମୁଖ୍ୟ ସ୍ରୋତରେ ସେମାନେ ସାମିଲ ହେବାର ସୁଯୋଗ ପାଇଥାନ୍ତି ।ତେଣୁ ପ୍ରତି ଗ୍ରାମର କୋଣ ଅନୁକୋଣରେ ଏହି ବାର୍ତ୍ତା ପ୍ରେରିତ କରିବା ଏବଂ ଶିଶୁ ଓ ଜନସାଧାରଣ ମାନଙ୍କୁ ଏଭଳି କୁ ଚିନ୍ତା ଠାରୁ ମୁକ୍ତ କରି ଶିଶୁର ବିକାଶ କରିବା ହେଉଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।ଏହି କାର୍ଯ୍ୟକ୍ରମ’ରେ ସମସ୍ତ ଶିଶୁ , ଶିକ୍ଷକ, ୱାର୍ଡ ମେମ୍ବର , ଗ୍ରାମର ମୁଖିଆ , ଯୁବକ ସଙ୍ଘ ଓ ସିସିଡି: ର ଜିଲ୍ଲା ସଂଯୋଜକ ଶ୍ରୀ ବିଜୟ ପ୍ରଧାନ , ଇନ୍ଦୁମତୀ ଦେବୀ , କାବେରୀ ଗମାଙ୍ଗ , ଜ୍ୟୋତି ଭୂୟାଁ , ଶଙ୍କର ନାୟକ ଓ ଗୋପାଳ ଗମାଙ୍ଗ ପ୍ରମୁଖ ଉପସ୍ଥିତ ରହିଥିଲେ।
(ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)