March 10, 2026

କଳାହାଣ୍ଡି ଲେଖିକା ସଙ୍ଘର ରୌପ୍ୟ ଜୟନ୍ତି ପାଳନ

IMG-20260301-WA0063
Share

 

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) ଆଜି ଭବାନୀପାଟଣା ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ କଳାହାଣ୍ଡି ଲେଖିକା ସଙ୍ଘ ତାର ପଚିଶ ତମ ବାର୍ଷିକ ଉତ୍ସବ ଉପଲକ୍ଷେ ରୌପ୍ୟ ଜୟନ୍ତି ପାଳନ କରିଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବିଶିଷ୍ଟ ସମାଜସେବି ଶ୍ରୀ ଜୟନ୍ତ କୁମାର ବେହେରା, ମା’ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟର କୁଳପତି ଡ. ନିବେଦିତା ନାଥ, କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୱାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ନିହାରେନ୍ଦ୍ର ପଣ୍ଡା ତଥା ସମ୍ମାନନୀୟ ଅତିଥି ଭାବରେ ବିଶିଷ୍ଠ ସାହିତ୍ୟିକ ଓ ଶିକ୍ଷାବିତ ଶ୍ରୀ ସୁଦର୍ଶନ ଦାସ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସଙ୍ଘର ସଭାପତି ଶ୍ରୀମତୀ ସୁଦେଷ୍ନା ପଣ୍ଡା ମଞ୍ଚ ପରିଚାଳନା ପୂର୍ବକ ସମ୍ମାନନୀୟ ମୁଖ୍ୟଅତିଥିଙ୍କୁ ମଞ୍ଚକୁ ନିମନ୍ତ୍ରିତ କରିବା ସହ, ପରିଚୟ ପ୍ରଦାନ କରିଥିଲେ। ଏହାପରେ ଭବାନୀପାଟଣା ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ବ୍ରଜ ବିହାରର ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ। ଏହାପରେ ମୁଖ୍ୟଅତିଥିଙ୍କ ଦ୍ବୀପ ପ୍ରଜ୍ବଳନ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଏହାପରେ ଲେଖିକା ସଙ୍ଘର ସମ୍ପାଦିକା ଶ୍ରୀମତୀ କଳ୍ପନା ରଥ ବାର୍ଷିକ ବିବରଣୀ ପାଠ କରିବା ପରେ, ମୁଖ୍ୟବକ୍ତା ଭାବରେ ଡା. ନିହାରେନ୍ଦ୍ର ପଣ୍ଡା ନିଜର ବ୍ୟକ୍ତବ୍ୟ ପ୍ରଦାନ ପୂର୍ବକ କଳାହାଣ୍ଡି ଲେଖିକା ସଂଘର, ଓଡ଼ିଆ ସାହିତ୍ୟକୁ ବଞ୍ଚାଇ ରଖିବା ଓ ଆଗକୁ ନଇଯିବାକୁ ନେଇ ସଂଘର୍ଷ ଓ ସଫଳତାକୁ ଭୁରିଭୁରି ପ୍ରଶଂସା କରିଥିଲେ ଓ ଏଥିସହ ସେଠାରେ ଉପସ୍ଥିତ ଥିବା ସମସ୍ତ ସାମ୍ବାଦିକ ମାନଙ୍କୁ ସେମାନଙ୍କ ସହଯୋଗ ନିମନ୍ତେ ଅଶେଷ ଧନ୍ୟବାଦ ଜଣାଇଥିଲେ। ଏହାପରେ ଏହାର ପ୍ରଥମ ଅଧିବେଶନରେ ବ୍ରଜ ବିହାରର ଛାତ୍ରୀ ମାନଙ୍କୁ ମାନପତ୍ର ଦିଆଯାଇ ସମ୍ମାନିତ କରାଯାଇଥିଲା। ତତପାଶ୍ଚାତ ମୁଖ୍ୟ ଅତିଥିଙ୍କ ଦ୍ୱାରା ସଂଘର ବାର୍ଷିକ ମୁଖପତ୍ର ‘କଳ୍ପିତା’ ଲୋକାର୍ପଣ କରାଯାଇଥିଲା। ଏହାପରେ ମଞ୍ଚରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଡ. ପଲ୍ଲିଶ୍ରୀ ପଟ୍ଟନାୟଜଙ୍କୁ ଚାରୁଲତା ମହାନ୍ତି ପ୍ରଦତ୍ତ ଶ୍ରେଷ୍ଠ ସାହିତ୍ୟିକ ସମ୍ମାନ ପ୍ରଦାନ, କସ୍ତୁରୀ ଜାଲଙ୍କୁ କଳ୍ପନା ରଥ ପ୍ରଦତ୍ତ ସ୍ଵର୍ଣ୍ଣଲତା ରଥ ସ୍ମୃତି ମାତୃଶ୍ରୀ ସମ୍ମାନ ପ୍ରଦାନ, ଦୀପ୍ତି ମୁଣ୍ଡଙ୍କୁ ସ୍ନେହଲତା ବେହେରା ପ୍ରଦତ୍ତ ଯୁବ କବୟିତ୍ରୀ ସମ୍ମାନ, ତ୍ରିବେଣୀ ବିଷୋୟୀଙ୍କୁ ସଂଘମିତ୍ରା କାନୁନଗୋ ପ୍ରଦତ୍ତ ବୈଦ୍ୟନାଥ ସ୍ମୃତି ସମାଜ ସେବି ସମ୍ମାନ ସହ ସୁନିତା ଦାସଙ୍କୁ ସବିତା ଦାସ ପ୍ରଦତ୍ତ ଶାନ୍ତିପ୍ରିୟା ଦାସ ସ୍ମୃତି ସୁଗୃହିଣୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏଥିସହ ସମ୍ମାନିତ ପ୍ରତିଭା ଭାବରେ ଦଶମ ଶ୍ରେଣୀ ଶିକ୍ଷାରେ ଜିଲ୍ଲାରେ ଶ୍ରେଷ୍ଠ ଛାତ୍ରୀ ଭାବରେ ସୁଶ୍ରୀ ଶ୍ରୀ୍ୟାନସି ସାହୁ, ଜିଲ୍ଲା ଶ୍ରେଷ୍ଠ ଛାତ୍ରୀ କ୍ରୀଡାବିତ ଭାବରେ ସୁଶ୍ରୀ ହସ୍ତରୀ ଶବର ତଥା ଶ୍ରୀମତୀ ସ୍ମିତା ଚୌଧୁରୀଙ୍କୁ ବାର୍ଷିକ ପତ୍ରିକା’କଳ୍ପିତା’ର ପ୍ରଚ୍ଛଦପଟ ସମ୍ମାନରେ ସମ୍ମାନିତ କରାଯାଇଥିବାବେଳେ, ଏହାର ଦ୍ଵିତୀୟ ଅଧିବେଶନରେ ସାହିତ୍ୟ ସଭା ଓ ସମ୍ବର୍ଦ୍ଧନା ଉତ୍ସବ ଆରମ୍ଭ ହୋଇଥିଲା। ଏଥିରେ ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ଅଜୟ କୁମାର ମିଶ୍ର ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିବାବେଳେ, ବିଶିଷ୍ଠ ସାହିତ୍ୟିକ ଓ ଗବେଷକ ଶ୍ରୀ ପରମେଶ୍ୱର ମୁଣ୍ଡ ବିଶିଷ୍ଟ ଅତିଥି ଭାବରେ, ତଥା ସମ୍ମାନିତ ଅତିଥି ଭାବରେ ଶିକ୍ଷାବିତ ସୁଶ୍ରୀ ସବିତା ପଟ୍ଟନାୟକ, ଓଡିଶା ସାହିତ୍ୟ ଏକାଡେମିର ପୂର୍ବତନ ସଦସ୍ୟ ଶ୍ରୀ ସତ୍ୟନାରାୟଣ ମହାପାତ୍ର ତଥା ମୁଖ୍ୟବକ୍ତା ଭାବରେ ଶିକ୍ଷାବିତ ଡ. ଉମେଶଚନ୍ଦ୍ର ଶତପଥି ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ କବିତା ପଠନ ସହ ଓଡ଼ିଆ ସାହିତ୍ୟ ଉପରେ ବିଷଦ ଭାବରେ ଚର୍ଚ୍ଚା କରାଯାଇଥିଲା। ଏହାପରେ ଶ୍ରୀମତୀ ଐଶ୍ଵରୀୟା ପ୍ରଧାନଙ୍କ କବିତା ସଂକଳନ ‘ଶେଷ ଭୋଗ’ ଲୋକାର୍ପଣ କରାଯାଇଥିଲା। ଶେଷରେ ଅଭିଳାଷ ମହାନ୍ତି, ଉଚ୍ଛବାନନ୍ଦ ମିଶ୍ର, ଗଜେନ୍ଦ୍ର ଡାକୁଆ, ନରେଶ ଚନ୍ଦ୍ର ପଣ୍ଡା ଓ ପ୍ରମୋଦ ପାଣିଗ୍ରାହିଙ୍କୁ ବୀର ସୈନିକ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏଥି ସହ କାର୍ଯ୍ୟକ୍ରମଟି ଶେଷ ହୋଇଥିଲା।